କିଏ ସେହି ସତ୍ୟନାରାୟଣ ବାବା, ଯିଏକି ୨୬ ବର୍ଷ ହେବ ଗୋଟିଏ ସ୍ଥାନରେ କରି ଚାଲିଛନ୍ତି ତପସ୍ୟା
ସତ୍ୟନାରାୟଣ ବାବା : ଛତିଶଗଡ ରାୟଗଡ ଜିଲ୍ଲାସ୍ଥିତ କୋଶମନାର ଗ୍ରାମ ଏକ ଆଶ୍ରମରେ ଜଣେ ତପସ୍ୱୀ ୨୬ ବର୍ଷ ହେବ ତପସ୍ୟା କରୁଛନ୍ତି । ଏହି ତପସ୍ୱୀ ସଂପର୍କରେ ବେଶି କହି ଜାଣି ନାହାନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏ ତାଙ୍କ ଜନ୍ମ ଦିବସରେ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସାଏ ସେହି ତପସ୍ୱୀଙ୍କ ପରମ ଭକ୍ତ ଅଟନ୍ତି ।
ରାୟଗଡ : ୨୬ ବର୍ଷରୁ ତପସ୍ୱାରେ ମଗ୍ନ ଅଛନ୍ତି । କ’ଣ ଖାଆନ୍ତି, କ’ଣ ପିଅନ୍ତି କେତେବେଳେ ଶୁଅନ୍ତି ଏବଂ କେତେବେଳେ ଉଠନ୍ତି ତାହା କାହାକୁ ଜଣା ନାହିଁ । ଏହି କାହାଣୀ ହେଉଛି ସତ୍ୟନାରାୟଣ ବାବାଙ୍କର । ସୋସିଆଲ ମିଡିଆରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏ ତାଙ୍କ ଜନ୍ମ ଦିବସରେ ଅଭିନନ୍ଦନ ଜଣାଇଥିଲେ । ବାବାଙ୍କର ପ୍ରକୃତ ବୟସକୁ ନେଇ ଅନେକ ଚର୍ଚ୍ଚା ଲାଗି ରିହଥାଏ । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏ ସତ୍ୟନାରାୟଣ ବାବାଙ୍କର ଆର୍ଶୀବାଦ ନେବା ପାଇଁ ଅନେକ ସମୟରେ ତାଙ୍କ ଆଶ୍ରମ ମଧ୍ୟ ଜାଆନ୍ତି ।
ସତ୍ୟନାରାଣ ବାବାଙ୍କର ଆଶ୍ରମ ଛତିଶଗଡ ଜିଲ୍ଲାରେ ଅଟେ । ଛତିଶଗଡର ରାୟଗଡ ଜିଲ୍ଲାରେ ତାଙ୍କ ଆଶ୍ରମ ଅବସ୍ଥାପିତ ଅଟେ । କୁହାଯାଏ ଯେ ବାବା ୨୬ ବର୍ଷ ହେବ ତପସ୍ୱାରେ ଲିନ ଅଛନ୍ତି । ବାବା ୧୬ ଫେବୃଆରୀ ୧୯୯୮ରୁ ତପସ୍ୟାରେ ଲିନ ଅଛନ୍ତି । କୁହାଯାଏ ଯେ, “ବାବା ଗୋଟିଏ ସ୍ଥାନରେ ହିଁ ୨୬ ବର୍ଷ ହେବ ତପସ୍ୟାରେ ଲିନ ଅଛନ୍ତି । ତାଙ୍କ ଲୋକେ ହଟଯୋଗୀ ବୋଲି କହନ୍ତି । ”
ଠଣ୍ଡା, ଗରମ ଏବଂ ବର୍ଷାରେ ମଧ୍ୟରେ ତାଙ୍କୁ କୌଣସି ପ୍ରଭାବ ପଡେ ନାହିଁ । ବାବା ଗୋଟିଏ ସ୍ଥାନରେ ବସି ରହନ୍ତି । ବାବାଙ୍କ ଦର୍ଶନ ପାଇଁ ଛତିଶଗଡ ସମେତ ବହୁ ଦୂରରୁ ଭକ୍ତ ଆସନ୍ତି । ବାବାଙ୍କ ଦର୍ଶନ ପାଇଁ ଅନେକ ବିଦେଶୀ ଆସନ୍ତି । ବାବା କ’ଣ ଖାଆନ୍ତି ଏବଂ କେତେବେଳେ ଉଠନ୍ତି ସେ ସଂପର୍କରେ କେହି ସାଧାରଣ ଭକ୍ତ ଜାଣନ୍ତି ନାହିଁ । ବାବାଙ୍କ ଆଶ୍ରମ ସହିତ ଜଡିତ ଲୋକଙ୍କ କହିବା ଅନୁଯାୟୀ ସେ ୨୪ ଘଂଟା କେବଳ ଥରେ ଆଖି ଖୋଲନ୍ତି । ଏହି ସମୟରେ ବାବା ଫଳ ଓ ଦୁଗ୍ଧ ଆହାର କରନ୍ତି । ଏହି ସମୟରେ ଯେତିକି ଭକ୍ତ ଆଶ୍ରମରେ ଉପସ୍ଥିତ ରୁହନ୍ତି ସେହି ସମୟରେ ବାବା ସେମାନଙ୍କ ସମସ୍ୟା ବୁଝନ୍ତି । କୁହାଯାଏ ଯେ, ବାବା କଥାବର୍ତ୍ତା କରି ପାରନ୍ତି ନାହିଁ । ଭକ୍ତଙ୍କୁ ତାଙ୍କ ସମସ୍ୟାର ସମାଧାନ କେତେ ଇଙ୍ଗିତ ମାଧ୍ୟମରେ ହିଁ କରନ୍ତି ।
Comments are closed.