ବର୍ତ୍ତମାନ ମାଗଣାରେ ବସରେ ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ
ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖୁସି ଖବର । ବର୍ତ୍ତମାନ ସ୍କୁଲ ଛାତ୍ରଛାତ୍ରୀମାନେ ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ । ଶୁକ୍ରବାର ଏ ସଂପର୍କରେ ସ୍କୁଲ ଏବଂ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦନ ଗୋଣ୍ଡ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ ପିଲାମାନେ ନିଜ ଆଇ କାର୍ଡ ଦେଖାଇ ସରକାରୀ ବସରେ ମାଗଣାରେ ସ୍କୁଲ ଯାଇପାରିବେ ।
ମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ରାଜ୍ୟର ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ବହି ମଧ୍ୟ ପ୍ରଦାନ କରାଯିବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ କରାଯାଇଛି । ଏହି ପଦକ୍ଷେପ ଏନସିଇଆରଟିରେ ଏସସିଇଆରଟି ବିକଶିତ କରିବା ପାଇଁ ନିଆଯାଇଛି । ମନ୍ତ୍ରୀ କହିଛନ୍ତି ଯେ, ଉନ୍ନତ ଶିକ୍ଷା କିପରି ପ୍ରଦାନ କରାଯାଇ ପାରିବ ସେଥିପାଇଁ ଆହୁରୀ ଗୁରୁତ୍ୱ ଦିଆଯିବ ।
ପ୍ରକାଶ ଥାଉକି , ଗତ କାଲି ୧୦ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ପୂର୍ବରୁ ସାଧାରଣ ବର୍ଗଙ୍କୁ ୭ମ ଶ୍ରେଣୀ ଏବଂ ୯ମ ଓ ୧୦ମ ପର୍ଯ୍ୟନ୍ତ ଏସି/ଏଟି ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ପ୍ରଦାନ କରାଯାଉଥିଲା । ୧ରୁ ୩୦୦ ଛାତ୍ରଛାତ୍ରୀ ଥିବା ପ୍ରତ୍ୟେକ ହଷ୍ଟେଲରେ ଜଣେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ନିୟୋଜିତ ହେବେ । ଏହା ବ୍ୟତୀତ ସେ କହିଥଟଲେ ନୂତନ ଘରୋଇ ସ୍କୁଲ ପାଇଁ ଅନୁମୋଦନ ପ୍ରକ୍ରିୟା ସଂପୂର୍ଣ୍ଣ ଡିଜିଟାଲ ହେବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଦିବାସୀ ପିଲାମାନଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଯୋଗାଇ ଦେବା ପାଇଁ କୋରାପୁଟରେ ବହୁଭାଷୀ ଶିକ୍ଷା କେନ୍ଦ୍ର ଖୋଲାଯିବ । ଏନସିଇଆରଟି ଢାଞ୍ଚା ସହିତ ଏସସିଇଆରଟିକୁ ସୁଦୃଢ କରାଯିବ ।
Comments are closed.