ପିରାମଳ ଫାଇନାନ୍ସର ଖୁଚୁରା ଋଣ ୫୦,୦୦୦ କୋଟି ଟଙ୍କାକୁ ଟପିଲା, ୨୦୨୭-୨୮ ସୁଦ୍ଧା ରିଟେଲ୍ ଏୟୁଏମ୍ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ


ଭୁବନେଶ୍ୱର: ପିରାମଳ ଫାଇନାନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଖୁଚୁରା ଋଣର ପରିଚାଳନା ଅଧୀନ ସଂପତି (ଏୟୁଏମ୍‌) ପରିମାଣ ୫୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି । ପିରାମଳ ଫାଇନାନ୍ସ ପକ୍ଷରୁ ଖୁଚୁରା ବ୍ୟବସାୟର ବିବିଧ ଉତ୍ପାଦ ଗଠନ କରାଯାଇଥିବା ବେଳେ ଗ୍ରାମୀଣ ଭାରତର ଆବଶ୍ୟକତା ପୂରଣ କରିବା ଲାଗି ଉତ୍ପାଦ ଯୋଗାଇ ଦିଆଯାଉଛି ଏବଂ ଉପେକ୍ଷୀତ ବର୍ଗଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରାଯାଉଛି । ବିଗତ ତିନି ବର୍ଷରେ ପିରାମଳ ଫାଇନାନ୍ସ ଗ୍ରାମୀଣ ଭାରତରେ ଏହାର ଗ୍ରାହକ ସଂଖ୍ୟାରେ ବ୍ୟାପକ ବୃଦ୍ଧି କରି ନିଜକୁ ଏକ ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନି (ଏନବିଏଫ୍‌ସି)-ହାଉସିଂ ଫାଇନାନ୍ସ କମ୍ପାନି (ଏଚ୍‌ଏଫ୍‌ସି) ଭାବେ ପ୍ରତିଷ୍ଠିତ କରିପାରିଛି ।
୨୦୨୧ରେ ଦ୍ୱିୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ଲିମିଟେଡ୍ (ଡିଏଚ୍‌ଏଫ୍‌ଏଲ୍‌)କୁ ପିରାମଳ ଫାଇନାନ୍ସ ଅଧିଗ୍ରହଣ କରିଥିଲା । ତା’ ପରଠାରୁ ବ୍ୟବସାୟ ସମନ୍ୱିତ ହୋଇଛି ଏବଂ ଆଗକୁ ବଢ଼ୁଛି । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଶାଖା ସଂଖ୍ୟା ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ୩୦୦ରୁ ୪୯୦କୁ ବୃଦ୍ଧି ପାଇଥିବା ବେଳେ ଗ୍ରାହକ ସଂଖ୍ୟା ୪.୧ ନିୟୁତକୁ ବୃଦ୍ଧି ପାଇଛି । କର୍ମଚାରୀ ସଂଖ୍ୟା ୫୦୦୦ରୁ ୧୩,୦୦୦କୁ ବୃଦ୍ଧି ପାଇଛି ।
ଏକ ମିଶ୍ରିତ ସଂସ୍ଥା ଭାବେ ପିରାମଲ୍ ଫାଇନାନ୍ସ ପକ୍ଷରୁ ଗୃହ, ବ୍ୟବସାୟ, ବ୍ୟକ୍ତିଗତ ଋଣ, ସିକ୍ୟୁରିଟିଜ୍ ବଦଳରେ ଋଣ ଏବଂ ବ୍ୟବହୃତ କାର୍ ଋଣ ଭଳି ୧୩ରୁ ଅଧିକ ଉତ୍ପାଦ ବଜେଟ୍ ସଚେତନ ଗ୍ରାମୀଣ ଭାରତର ଗ୍ରାହକମାନଙ୍କ ଲାଗି ଶୁଭାରମ୍ଭ କରାଯାଇଛି । କମ୍ପାନିର ମୋଟ ରିଟେଲ ଏୟୁଏମ୍‌ରେ ବନ୍ଧକର ଭାଗ ସର୍ବାଧିକ ୬୮ ପ୍ରତିଶତ ରହିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୩୮% ହାରରେ ଆଗକୁ ବଢ଼ିଛି । ଗୃହ ଋଣ ମଧ୍ୟ ବଢ଼ୁଥିବା ବେଳେ ୨୦୨୩-୨୪ରେ କମ୍ପାନି ମାସିକହାରାହାରି ୮୦୦ କୋଟି ଟଙ୍କା ବଂଟନ କରିଥିବା ବେଳେ ହାରାହାରି ଋଣ ୧୯ ଲକ୍ଷ ଟଙ୍କା ରହିଥିଲା ।
ପିରାମଳ କ୍ୟାପିଟାଲ ଆଣ୍ଡ ହାଉସିଂ ଫାଇନାନ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜୟରାମ ଶ୍ରୀଧରନ କହିଛନ୍ତି ଯେ, “ଖୁଚୁରା ଏୟୁଏମରେ ୫୦,୦୦୦ କୋଟି ଟଙ୍କାରେ ପହଂଚିଥିବାରୁ ଆମେ ଆନନ୍ଦିତ ଏବଂ ଉଲ୍ଲସିତ । କ୍ଷୁଦ୍ର ସହର ଓ ଗ୍ରାମୀଣ ଭାରତ ବଜାରରେ ଥିବା ବ୍ୟାପକ ବ୍ୟବସାୟିକ ସୁଯୋଗକୁ ଏହା ଦର୍ଶାଉଛି । ୨୦୨୧ରେ ଡିଏଚଏଫଏଲ ଅଧିଗ୍ରହଣ ପରଠାରୁ ଆମର ଲକ୍ଷ୍ୟ ହେଉଛି ଛୋଟ ସହରଗୁଡିକରେ ଏହାର ଶକ୍ତିଶାଳୀ ଗ୍ରାହକ ଫ୍ରାଂଚାଇଜ୍ ନିର୍ମାଣ କରିବା । ସୁଲଭ ବାସଗୃହ କ୍ଷେତ୍ରରେ ଏକ ଅଗ୍ରଣୀ ଆର୍ôଥକ ସେବା କମ୍ପାନି ଭାବରେ ଆମର ସ୍ଥିତି ଦେଖି ଖୁସି ଲାଗୁଛି । ଆମର ବ୍ୟବସାୟ ସମଗ୍ର ଭାରତରେ ଏମଏସଏମଇ ଏବଂ କ୍ଷୁଦ୍ର ବେତନଭୋଗୀ ବ୍ୟକ୍ତିଙ୍କ ଉପରେ କେନ୍ଦ୍ରୀଭୂତ ରହିବ ଯାହା ଅଧିକ ଲୋକଙ୍କୁ ଆନୁଷ୍ଠାନିକ ଋଣ ପ୍ରଦାନ କରିବ ।”
ପିରାମଳ ଫାଇନାନ୍ସ ୨୦୨୪-୨୫ ଆର୍ଥିକ ବର୍ଷରେ ୫୦-୧୦୦ ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି । ହାଇ-ଟେକ୍ ଭିତିଭୂମି ଓ ୱେବସାଇଟ୍‌, ମୋବାଇଲ୍ ଆପ୍ ତଥା ହ୍ୱାଟସ୍‌ଆପ୍ ଭଳି ପ୍ରଯୁକ୍ତି କମ୍ପାନି ସହ ଯୋଡ଼ିହୋଇରହିଛି ଯାହା ଜରିଆରେ ଶୀଘ୍ର ନିଷ୍ପତି ନିଆଯାଇପରୁଛି ।
ପିରାମଳ ଏଟଂରପ୍ରାଇଜେସ୍ ଲିମିଟେଡ୍‌ର ଲୋନ୍ ବୁକ୍‌ରେ ରିଟେଲ୍ ଋଣର ଭାଗ ୭୫% ରହିଛି । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ମୋଟ ଏୟୁଏମ୍ ୬୮,୮୪୫ କୋଟି ଟଙ୍କା ରହିଥିବା ବେଳେ ରିଟେଲ୍ ଋଣ ଭାଗ ୭୦% ଥିଲା । ୨୦୨୭-୨୮ ସୁଦ୍ଧା ଏୟୁଏମ୍‌କୁ ୧.୫ ଲକ୍ଷ କୋଟି ଟଙ୍କାରେ ପହଂଚାଇବାକୁ କମ୍ପାନି ଯୋଜନା ରଖିଛି ।


Share It

Comments are closed.