ରାଜସ୍ୱ ଅଧିକାରୀଙ୍କର ୮୩ ଜଣ ଏକ ଦଳ ଧାମରା ପୋର୍ଟ ପରିଦର୍ଶନ

Share It


ଧାମରା, ୨୧.୦୮.୨୦୨୫: ଓଡ଼ିଶା ସରକାରଙ୍କ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧିନରେ ପ୍ରଶିକ୍ଷଣ ନେଇଥିବା ୨୦୨୨ ବ୍ୟାଚ୍ର ରାଜସ୍ୱ ଅଧିକାରୀଙ୍କର ୮୩ ଜଣ ଏକ ଦଳ ଧାମରା ପୋର୍ଟ ପରିଦର୍ଶନ କରିଛନ୍ତି । ରାଜସ୍ୱ ଅଧିକାରୀମାନଙ୍କ ସ୍ୱତନ୍ତ୍ର ଦକ୍ଷତା ତାଲିମର ଅଂଶ ଭାବରେ, ରାଜ୍ୟର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ବିଷୟରେ ଅଧିକ ଜ୍ଞାନ ଆହରଣର ଲକ୍ଷ୍ୟ ନେଇ ପରିଦର୍ଶନ ଯୋଜନା ରଖାଯାଇଛି । ଏହାଦ୍ୱାରା ଅଧିକାରୀମାନଙ୍କୁ ପ୍ରକଳ୍ପରେ କୌଣସି ବଡ଼ ଧରଣର କାର୍ଯ୍ୟ, ସରକାରୀ-ବେସରକାରୀ ସହଭାଗିତା ଏବଂ ଏପରି ଉଦ୍ୟମର ସାମାଜିକ-ଅର୍ଥନୈତିକ ପ୍ରଭାବ ବିଷୟରେ ଅବଗତ କରାଯାଇଛି । ଏହି ରାଜସ୍ୱ ଅଧିକାରୀମାନେ ପୋର୍ଟ, ଲଜିଷ୍ଟିକ ପରିଚାଳନା ଏବଂ ଭିତ୍ତିଭୂମି ବିଷୟରେ ଜ୍ଞାନ ଆହରଣ ଥିଲା ଏହି ପରିଦର୍ଶନର ମୁଖ୍ୟ ଉଦେଶ୍ୟ ।
ଆଦାନୀ ଧାମରା ପୋର୍ଟ ସିଇଓ ଦେବେନ୍ଦ୍ର ଠକର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଧିକାରୀମାନଙ୍କୁ ଦେଶ ତଥା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ପୋର୍ଟର ଯୋଗଦାନ ବିଷୟରେ କହିଥିଲେ । ରାଜ୍ୟ ଓ ଦେଶର ଆର୍ଥିକ ବିକାଶରେ ପୋର୍ଟର ଭୂମିକା ବିଷୟରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଅନ୍ତରାଷ୍ଟ୍ରୀୟ ସ୍ତରରେ ମାଲ୍ ପରିବହନ, ଆମଦାନୀ ଓ ରପ୍ତାନୀ, ପଣ୍ୟ କାରବାର, କାର୍ଯ୍ୟକାରିତା, ଉପକାରିତା ଓ ଭୌଗୋଳିକ ସ୍ଥିତି ସମ୍ବନ୍ଧରେ ସବିଶେଷ ସୂଚନା ଦେଇଥିଲେ । ଜାହାଜ ଚଳାଚଳ, ବର୍ଥôଂ ଠାରୁ ଆରମ୍ଭ କରି ଛାଡ଼ିବା ପର୍ଯ୍ୟନ୍ତ, ସାମଗ୍ରୀ ଲୋଡିଂ-ଅନ୍ଲୋଡିଂ ବିଷୟରେ ଆଲୋଚନା କରାଯାଇଥିଲା । ଅଧିକାରୀମାନେ ପୋର୍ଟର ସୁରକ୍ଷା ଓ କାର୍ଯ୍ୟ ପ୍ରଣାଳୀ କକ୍ଷ ପରିଦର୍ଶନ କରିଥିଲେ । ଏତଦ୍ବ୍ୟତୀତ ଅଧିକାରୀମାନେ ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା (ଓଏଚ୍ଏସ୍), ଜେଟୀ, ପ୍ରମୁଖ ବାଣିଜ୍ୟ କାରବାର ସମୟ ପରିଚାଳନା (ପିଏସ୍ଏସ୍) ଏବଂ ଏଲ୍ଏନ୍ଜି ଟର୍ମିନାଲ ପରିଦର୍ଶନ କରିବାର ସୁଯୋଗ ପାଇଥିଲେ । ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନର ଯୁଗ୍ମ ନିଦେ୍ର୍ଦଶକ ମନୋଜ ପାତ୍ର ଓ ପୋର୍ଟର ଅନ୍ୟାନ୍ୟ କର୍ମଚାରୀମାନେ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।


Share It

Comments are closed.