ଏସ୍‌ବିଆଇ ପକ୍ଷରୁ “ଏସ୍‌ଏମ୍‌ଇ ଡିଜିଟାଲ୍ ବିଜନେସ୍ ଋଣ” ଉନ୍ମୋଚିତ

- ୪୫ ମିନିଟ୍ ଭିତରେ ଋଣ ମଞ୍ଜୁର


ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ “ଏସ୍‌ଏମ୍‌ଇ ଡିଜିଟାଲ୍ ବିଜନେସ୍ ଋଣ”ର ଶୁଭାରମ୍ଭ କରି ଏମ୍‌ଏସ୍‌ଏମ୍‌ଇ ଋଣ କ୍ଷେତ୍ରରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି । ଆସନ୍ତା ପାଂଚ ବର୍ଷରେ ବ୍ୟାଙ୍କର ଅଭିବୃଦ୍ଧି ଓ ଲାଭ ପାଇଁ ଏମ୍‌ଏସ୍‌ଏମଇ ଅଗ୍ରୀମକୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ଏବଂ ଏଥିରେ ୪୫ ମିନିଟ୍ ଭିତରେ ଏମ୍‌ଏସ୍‌ଏମ୍‌ଇଙ୍କୁ ଡିଜିଟାଲ୍ ଋଣ ପ୍ରଦାନ କରାଯିବ ।
ଋଣ ପ୍ରକ୍ରିୟାକୁ ସଂଗଠିତ କରିବା ଲାଗି ଏସଏମଇ ଡିଜିଟାଲ୍ ଋଣ ପକ୍ଷରୁ ଉନ୍ନତ ପ୍ରଯୁକ୍ତି ଓ ଏକ ଦୃଢ଼ ବ୍ୟବସ୍ଥା ବ୍ୟବହାର କରାଯାଇଛି । ଆଇଟିଆର୍‌, ଜିଏସ୍‌ଟି ରିଟର୍ଣ୍ଣ ଏବଂ ବ୍ୟାଙ୍କ ଷ୍ଟେଟମେଂଟ୍ ଭଳି ଅସଲି ଡାଟାକୁ ବ୍ୟବହାର କରି ବ୍ୟାଙ୍କ ଏକ ଡାଟା ଦ୍ୱାରା ପରିଚାଳିତ ଅନୁଶୀଳନ ଇଂଜିନ ବିକାଶ କରିଛି ଯାହା ମାତ୍ର ୧୦ ସେକେଣ୍ଡ ଭିତରେ ଋଣ ମଞ୍ଜୁର ନିଷ୍ପତି ପ୍ରଦାନ କରିବ । ଏଥିରେ କୌଣସି ମାନବିକ ହସ୍ତକ୍ଷେପ ଦରକାର ପଡ଼ିବନି ।
ଏଥିରେ ପାରମ୍ପରିକ ଭାବେ ସମୟ ଅପଚୟ ହେଉଥିବା ଲମ୍ବା ଅନୁଶୀଳନ ବ୍ୟବସ୍ଥା ଦରକାର ପଡ଼ିବ ନାହିଁ, ଫଳରେ ସରଳତା, ଦ୍ରୁତ ଏବଂ ଶୀଘ୍ର ଏମ୍‌ଏସ୍‌ଏମ୍‌ଇ ଋଚ୍ଚର ଏକ ଯୁଗର ଆରମ୍ଭ ହେବ । ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଆର୍ଥିକ ଷ୍ଟେଟମେଂଟ୍ ଆବଶ୍ୟକତାକୁ ଉଚ୍ଛେଦ କରିଛି । ଏହା ଅନୁଶୀଳନ ପାଇଁ କାରବାର ଇତିହାସ ଓ ଜିଏସ୍‌ଟି ରିଟର୍ଣ୍ଣ ଉପରେ ନିର୍ଭର ରହିବ ।
ଏସବିଆଇର ଅଧ୍ୟକ୍ଷ ଶ୍ରୀ ଦୀନେଶ ଖରା କହିଛନ୍ତି ଯେ, “ଏମଏସଏମଇ ଋଣରେ ନବସୃଜନକୁ ତ୍ୱରାନ୍ୱିତ କରିବା ପାଇଁ ଆମର ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱ ଦେଇ ଏସଏମଇ ଡିଜିଟାଲ ବିଜନେସ ଋଣ ସହିତ ଏକ ନୂତନ ଶିଳ୍ପ ମାନଦଣ୍ଡ ସ୍ଥାପନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଏମଏସଏମଇ ଋଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବା, ମାନବ ହସ୍ତକ୍ଷେପ ହ୍ରାସ କରିବା ଏବଂ ବ୍ୟବସାୟ କରିବାର ସହଜତା ବୃଦ୍ଧି କରିବା ପାଇଁ ଆମେ ଆମର ଗ୍ରାହକ-କୈନ୍ଦ୍ରୀକ ଆଭିମୁଖ୍ୟ ସହିତ ଅଭିନବତାକୁ ନିରବଚ୍ଛିନ୍ନ ଭାବରେ ସମନ୍ୱିତ କରିଛୁ । ବିଶେଷକରି ପୂର୍ବରୁ ଉଚ୍ଚ ଖର୍ଚ୍ଚ ଏବଂ ମାନୁଆଲ ପ୍ରକ୍ରିୟା ଦ୍ୱାରା ପରିଚିତ ଏକ ବିଭାଗ ପାଇଁ ତାହା କାର୍ଯ୍ୟକାରୀ କରାଯାଇଛି । ଏମଏସଏମଇ ୟୁନିଟଗୁଡିକର ସମୃଦ୍ଧ ଡାଟାକୁ ଉପଯୋଗ କରି ଆମେ ଦ୍ରୁତତମ ଏବଂ ସବୁଠାରୁ ସହଜ ଋଣ ପ୍ରକ୍ରିୟା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଦେଶର ଅଗ୍ରଣୀ ଏମଏସଏମଇ ଋଣଦାତା ଭାବରେ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ।”
ଏସବିଆଇର ରିଟେଲ ବ୍ୟାଙ୍କିଂ ଆଣ୍ଡ ଅପରେସନର ଏମଡି ଶ୍ରୀ ବିନୟ ଟନସେ କହିଛନ୍ତି ଯେ, “ଆମେ ନୂଆ ଡିଜିଟାଲ ଅଭିନବତା ସହିତ ଅର୍ଥନୀତିର ଏମଏସଏମଇ କ୍ଷେତ୍ରର ମିଳିତ ସମ୍ଭାବନାକୁ ଆଗକୁ ବଢ଼ାଉଛୁୁ । ଏସଏମଇ ଡିଜିଟାଲ ବ୍ୟବସାୟ ଋଣର ଶୁଭାରମ୍ଭ ସହିତ ଆମେ ଉଭୟ ନୂତନ ଏବଂ ବର୍ତମାନର ଏମଏସଏମଇ ସମ୍ପର୍କକୁ ଏକ ଅନନ୍ୟ ପ୍ରସ୍ତାବ ପ୍ରଦାନ କରୁଛୁ ଯାହା ୪୫ ମିନିଟ୍ ମଧ୍ୟରେ ନୀତିଗତ ଅନୁମୋଦନ ସୁନିଶ୍ଚିତ କରୁଛି ଏବଂ ଶେଷରେ ଏମଏସଏମଇଗୁଡ଼ିକୁ ଆଜିର ଗତିଶୀଳ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢିବା ପାଇଁ ସଶକ୍ତ କରୁଛି ।”


Share It

Comments are closed.