ଏସିଆ କପକୁ ନେଇ ଆଜି ଘୋଷଣା ହୋଇପାରେ ଭାରତୀୟ ଦଳ, ଗିଲଙ୍କ ସ୍ଥାନରେ ଖେଳିପାରନ୍ତି ଶ୍ରେୟାସ
ଆଜି ଭାରତୀୟ ଦଳର ମୁଖ୍ୟ ଚୟନ ସମିତି, ମୁମ୍ବାଇସ୍ଥିତ ବିସିସିଆଇ କାର୍ଯ୍ୟାଳୟରେ ଆଗାମୀ ଏସିସି ପୁରୁଷ ଏସିଆ କପକୁ ନେଇ ଭାରତୀୟ ଦଳ ବାଛିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।
ସାମ୍ବାଦିକ ସମ୍ମିଳନୀ ପରେ ଏହି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ପୁରୁଷ ଚୟନ ସମିତି ଅଧ୍ୟକ୍ଷ ଅଜିତ ଅଗରକର ଅପରାହ୍ନ ୧.୩୦ରେ ଉପସ୍ଥିତ ରହିବେ ।
ତାଲିକାର ଶ୍ରେଷ୍ଠ ୪ ଭିତରେ ଅଧିନାୟକ ସୂର୍ଯ୍ୟକୁମାରଙ୍କ ସମେତ ଅଭିଷେକ ଶର୍ମା, ସଂଜୁ ସାମସନ, ତିଲକ ବର୍ମା ପ୍ରମୁଖ ମେନ ଇନ ବ୍ଲୁ ସାମ୍ଭାବ୍ୟ ତାଲିକାରେସ୍ଥାନ ପାଇ ପାରନ୍ତି । ଶ୍ରେୟାସ ଆୟାର , ରିଙ୍କୁ ସିଂହ , ରିୟାନ ପରାଗ ଏବଂ ୱାସିଂଗଟନ ସୁନ୍ଦର ମଧ୍ୟ ଦଳରେ ସାମିଲ ହୋଇପାରନ୍ତି । ସେହିଭଳି ଦଳରେ ଯଥାକ୍ରମେ ଯଶସ୍ୱୀ ଜୟସ୍ୱାଲ ଏବଂ ଜିତେଶ ଶର୍ମା ବ୍ୟାକ୍ଅପ ୱିକେଟକିପରି ଓପନର ବ୍ୟାଟ୍ସମ୍ୟାନ ଭାବେ ଯୋଗ ଦେଇପାରନ୍ତି ।
ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜକୁ ଉପସ୍ଥିତ ରଖିଛନ୍ତି । ସେ ସମ୍ଭବତଃ ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ଏବଂ ହର୍ଷିତ ରାଣାଙ୍କ ଭଳି ଅନ୍ୟାନ୍ୟ ଦ୍ରୁତ ବୋଲରଙ୍କୁ ନେଇ ବୋଲିଂ ବିଭାଗର ନେତୃତ୍ୱ ନେବେ । ସ୍ପିନଂ ବିଭାଗରେ କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଏବଂ ରବି ବିଷ୍ଣୋଇଙ୍କୁ ଦଳରେ ସ୍ଥାନ ମିଳିପାରେ ।
ପ୍ରକାଶ ଥାଉକି ଆସନ୍ତା ସେପ୍ଟେମ୍ବର ୯ରୁ ୨୮ ମଧ୍ୟରେ ଦୁବାଇ ଏବଂ ଅବୁ ଧାବିରେ ଏସିଆ କପ ଖେଳାଯିବ ।
Comments are closed.