ବିର୍ଲା ଓପସ ପେଂଟ୍‌ସ ପକ୍ଷରୁ ନୂଆ ଅଭିଯାନର ଶୁଭାରମ୍ଭ

Share It

ଭୁବନେଶ୍ୱର : ଡେକୋରେଟିଭ ପେଂଟ ସେକ୍ଟରରେ ମିଳିଥିବା ବଡ ସଫଳତାରେ ଅନୁପ୍ରାଣିତ ହୋଇ ଆଦିତ୍ୟ ବିର୍‌ଲା ଗ୍ରୁପର ଗ୍ରାସିମ ଇଣ୍ଡଷ୍ଟ୍ରୀଜ୍ ଅଧିନରେ ଥିବା ବିର୍ଲା ଓପସ ପେଂଟ୍‌ସ ପକ୍ଷରୁ ଆଜି ଏହାର ନୂଆ କ୍ୟାମ୍ପେନ ‘ବିର୍‌ଲା ଓପସ ଆସ୍ୟୋରାନ୍ସ’ର ଶୁଭାରମ୍ଭ ଘୋଷଣା କରାଯାଇଛି । ବ୍ରାଣ୍ଡର ଏହି ନୂଆ ଟିଭିସି ଏକ ନିୟୋଜିତ ଶୈଳୀରେ ସ୍ୱତନ୍ତ୍ର ‘ବିର୍ଲା ଓପସ ଆସ୍ୟୋରାନ୍ସ’ ପ୍ରସ୍ତାବକୁ ଆଲୋକପାତ କରିଛି, ଯେଉଁଠାରେ ବିର୍ଲା ଓପସ ପେଂଟ୍‌ସ ସମ୍ପୂର୍ଣ୍ଣ ମାଗଣାରେ ପୁନର୍ବାର ପେଂଟିଙ୍ଗ କରିବାର ପ୍ରତିଶ୍ରୁତି ଦେଉଛି । ଏହାର ୧ ବର୍ଷର ରି-ପେଂଟିଙ୍ଗ ୱାରେଂଟିକୁ ସମସ୍ତ ପ୍ରକାରର ସମ୍ଭାବ୍ୟ ଜଳବାୟୁ ସ୍ଥିତିକୁ କଭର କରିବା ପାଇଁ ଚିନ୍ତାଶୀଳ ଭାବେ ଡିଜାଇନ କରାଯାଇଛି, ଯାହା ସୁନିଶ୍ଚିତ କରୁଛି ଯେ, ଏହା କାନ୍ଥଗୁଡିକୁ ସଫଳ ଭାବେ ସହ୍ୟ କରିଛି ଓ ସମସ୍ତ ୪ଟି ଋତୁରେ ଏହାକୁ ପରୀକ୍ଷା କରାଯାଇଛି । ତେଣୁ ଉତ୍ପାଦର ବର୍ତମାନର ୱାରେଂଟି ବ୍ୟତୀତ ବିର୍ଲା ଓପସ ଆସ୍ୟୋରାନ୍‌ସ ହେଉଛି ଏକ ଅତିରିକ୍ତ ଗ୍ୟାରେଂଟି ।

କମ୍ପାନୀର ଏହି ବିଜ୍ଞାପନ କ୍ୟାମ୍ପେନରେ ବ୍ରାଣ୍ଡ ଆମ୍ବାସାଡର ବିକି କୌଶଲ ଓ ରଶ୍ମିକା ମନ୍ଦାନା ଅଭିନୟ କରିଛନ୍ତି ଯିଏକି ବିର୍ଲା ଓପସ ପେଂଟ୍‌ସ ସହ ନିଜର ସଫଳ ସହଯୋଗିତା ଜାରି ରଖିଛନ୍ତି । ଏହି ଟିଭିସି କ୍ୟାମ୍ପେନରେ ରଣବୀର ସୋରେ, ମୁରଲୀ ଶର୍ମା, ସୀମା ପାୱା ଓ ଜାବେଦ ଜାଫ୍‌ରିଙ୍କ ଭଳି ପ୍ରତିଭାବାନ କଳାକାରମାନେ ଭିନ୍ନ ଭିନ୍ନ ଫିଲ୍ମରେ ଅଭିନୟ କରିଛନ୍ତି । ଏହି କ୍ୟାମ୍ପେନ ମାଧ୍ୟମରେ ବିର୍ଲା ଓପସ ପେଂଟ୍‌ସ ଆଡ୍‌ଭାନ୍ସଡ ପ୍ରଡକ୍ଟଗୁଡିକ ସହ ଏକ ବିଶ୍ୱସନୀୟ ବ୍ରାଣ୍ଡ ଭାବେ ନିଜକୁ ସ୍ଥାପିତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏହି କ୍ୟାମ୍ପେନ ସମ୍ପର୍କରେ ବିର୍ଲା ଓପସ ପେଂଟ୍‌ସର ସିଇଓ ରକ୍ଷିତ ହରଗଭେ କହିଛନ୍ତି, “ଆମର ‘ବିର୍ଲା ଓପସ ଆସ୍ୟୋରାନ୍ସ’ ପଦକ୍ଷେପ ଆମ ଉତ୍ପାଦଗୁଡିକର କାର୍ଯ୍ୟଦକ୍ଷତା ଓ ଚମତ୍କାର ଗୁଣବତା ସହ ଗଭୀର ଭାବେ ଜଡିତ ଆମର ବିଶ୍ୱାସକୁ ପ୍ରତିଫଳନ କରୁଛି । ‘ବିର୍ଲା ଓପସ ଆସ୍ୟେରାନ୍ସ’ ହେଉଛି ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବାର ଆମର ଏକ ମାଧ୍ୟମ, ଯାହା ପ୍ରକୃତରେ ଏକ ଉପଭୋକ୍ତା-କେନ୍ଦ୍ରିତ ବ୍ରାଣ୍ଡରେ ପରିଣତ ହେବା ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତାକୁ ସୁଦୃଢ କରିଛି ।” ସେହିଭଳି ବିର୍ଲା ଓପସ ପେଂଟ୍‌ସର ମାର୍କେଟିଂ ହେଡ୍ ଇନ୍ଦରପ୍ରୀତ ସିଂହ କହିଛନ୍ତି, “ଏହି ଫିଲ୍ମ ହାସ୍ୟରସ ଓ ନିଶ୍ଚିତତା ମଧ୍ୟମରେ ଏକ ଉପଯୁକ୍ତ ସନ୍ତୁଳନ ସୃଷ୍ଟି କରିଥିବା ବେଳେ, ବିକି ଓ ରଶ୍ମିକା ଭିନ୍ନ ଭିନ୍ନ ଲୁକ ଓ ପରିସ୍ଥିତିରେ ସେମାନଙ୍କର ଆକର୍ଷଣକୁ ସାମିଲ କରିଛନ୍ତି ।”

ବଲିଉଡ ସୁପରଷ୍ଟାର ବିକି କୌଶଲ ଉଲ୍ଲେଖ କରିଛନ୍ତି, “ମୁଁ ଏହି ଅତ୍ୟାଧୁନିକ କ୍ୟାମ୍ପେନ ପାଇଁ ବିର୍ଲା ଓପସ ପେଂଟ୍‌ସ ସହ ମୋର ସହଯୋଗିତା ବଜାୟ ରଖି ଉତ୍ସାହିତ ଅଛି । ‘ବିର୍ଲା ଓପସ ଆସ୍ୟୋରାନ୍ସ’ ହେଉଛି ଏକ ନୀର୍ଭିକ ପଦକ୍ଷେପ ଯାହା ଗୃହ ମାଲିକଙ୍କ ସହ ଗଭୀର ଭାବେ ପ୍ରତିଧ୍ୱନିତ୍ୱ କରିବ ବୋଲି ମୁଁ ବିଶ୍ୱାସ କରୁଛି ।” ଭାରତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏସମ୍ପର୍କରେ କହିଛନ୍ତି, “ମୁଁ ବିର୍ଲା ଓପସ ପେଂଟ୍‌ସ ଭଳି ଏକ ବ୍ରାଣ୍ଡ ପାଇଁ ଏଭଳି ଏକ ଅଭିଯାନର ଅଂଶ ହୋଇ ଖୁସି ଅନୁଭବ କରୁଛି ।” ‘ବିର୍ଲା ଓପସ ଆସ୍ୟୋରାନ୍ସ’ କ୍ୟାମ୍ପେନକୁ ଟିଭି, ଡିଜିଟାଲ ଓ ପ୍ରିଂଟକୁ ଅନ୍ତର୍ଭୁକ୍ତ କରି ଏକ ବିସ୍ତୃତ ସକ୍ରିୟକରଣ ମାଧ୍ୟମରେ ହିନ୍ଦୀ ଓ ସମସ୍ତ ଆଂଚଳିକ ଭାଷାରେ ବିସ୍ତାର କରାଯିବ ଯାହା ଉପଭୋକ୍ତାଙ୍କ ବିଶ୍ୱାସକୁ ବୃଦ୍ଧି କରିବା ଓ ଟ୍ରାଏଲଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ।

 


Share It

Comments are closed.