ମୌସୁମୀ ଋତୁରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଆୟୁର୍ବେଦିକ ସୁପରଫୁଡ
ଭୁବନେଶ୍ୱର: ମୌସୁମୀ ଋତୁ ଆଦ୍ରତା ଓ ତାପମାତ୍ରାରେ ପରିବର୍ତନ ଆଣିଥାଏ, ଯାହାକି କ୍ଲଗ୍ଡ ପୋର, ଅତ୍ୟଧିତ ତେଲ ଓ ନିରନ୍ତର ବ୍ରଣ ହେବା ଭଳି ତ୍ୱଚା ସମସ୍ୟାର କାରଣ ହୋଇଥାଏ । ଏଭଳି ସମୟରେ ଆମେ ମୁଖ୍ୟତଃ ସ୍କିନକେୟାର ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଇଥାଉ, କିନ୍ତୁ ଆମେ ସନ୍ତୁଳିତ ଆହାରର ପ୍ରଭାବକୁ ଅଣଦେଖା କରିଥାଉ । ଆୟୁର୍ବେଦ ଅନୁଯାୟୀ, ଋତୁକାଳିନ ପରିବର୍ତନ, ମୌସୁମୀ ସମୟରେ ବିଶେଷ କରି ବାତ ଓ ପିତ ଦୋଷକୁ ବଢାଇଥାଏ । ଅଗ୍ରଣୀ ଆୟୁର୍ବେଦ ପ୍ରାକ୍ଟିସନର, ଡକ୍ଟର ମଧୁମିତା କ୍ରିଷ୍ଣନ ମୌସମୁୀ ସମୟରେ ନିଜ ଆହାରରେ ପ୍ରାକୃତିକ ଭାବେ ମିଠା ଓ ସ୍ୱଳ୍ପ ତୈଳଯୁକ୍ତ ଖାଦ୍ୟର ଗୁଣକୁ ଅନ୍ତର୍ଭୁକ୍ତ କରି ବାତ ଓ ପିତ ଦୋଷକୁ ସନ୍ତୁଳିତ ରଖିବାକୁ ପରାମର୍ଶ ଦେଇଛନ୍ତି । ବ୍ରଣ ଭଲ କରିବା ଓ ସଫା ତ୍ୱଚା ପାଇଁ ପୋଷଣଯୁକ୍ତ ଆଲମଣ୍ଡଠାରୁ ଆରମ୍ଭ କରି ପୋଷଣକୁ ସନ୍ତୁଳିତ ରଖୁଥିବା ଅଁଳା ପର୍ଯ୍ୟନ୍ତ ସେ ୫ଟି ଆୟୁର୍ବେଦ ସୁଫରଫୁଡର ପରାମର୍ଶ ଦେଇଛନ୍ତି । । ତାଙ୍କ ସୁପାରିଶ ଅନୁଯାୟୀ, ଆଲମଣ୍ଡ ମୌସୁମୀ ଆହାରରେ ସାମିଲ କରିବା ପାଇଁ ଉପଯୁକ୍ତ ଖାଦ୍ୟ ଅଟେ । ଏହା ପ୍ରାଥମିକ ଭାବେ ମିଠା ହୋଇଥିବା ବେଳେ ବାତ ଓ ପିତ ଦୋଷକୁ ସନ୍ତୁଳିତ ରଖିବା ପାଇଁ ପରିଚିତ ଅଟେ ।
ପ୍ରକାଶିତ ଆୟୁର୍ବେଦ, ସିଦ୍ଧ ଓ ୟୁନାନି ଗ୍ରନ୍ଥ ଅନୁସାରେ, ଆଲମଣ୍ଡ ତ୍ୱଚା ସ୍ୱାସ୍ଥ୍ୟ ପାଇଁ ଉତମ ହୋଇଥିବା ବେଳେ ଏହା ତ୍ୱଚାକୁ ଉଜ୍ଜ୍ୱଳ କରିପାରେ । ଏହା ହଜମ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । କାଲିଫର୍ଣ୍ଣିଆ ଆଲମଣ୍ଡ ଭଳି ବାଦାମ ଓ ହଳଦୀ ଭଳି ସ୍ପାଇସକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଆମେ ଏକ ଉଜ୍ଜ୍ୱଳିତ ତ୍ୱଚା ପାଇପାରିବା । ସେହପିରି ଆଉ ଏକ ସୁପରଫୁଡ ହେଉଛି ହଳଦୀ । ଅନେକ ପିଢି ହେବ ଲୋକମାନେ ହଳଦୀକୁ ଏହାର ଆଂଟିବ୍ୟାକ୍ଟେରିଆଲ ଓ ଆଂଟି-ଇନ୍ଫ୍ଲାମେଟୋରୀ ଗୁଣ ପାଇଁ ବ୍ୟବହାର କରିଆସୁଛନ୍ତି । ଏହା ହଜମଶକ୍ତିକୁ ଉନ୍ନତ କରିବା ସହ ବାତ ଦୋଷକୁ ସନ୍ତୁଳିତ କରିଥାଏ । ପ୍ରତିଦିନର ଖାଦ୍ୟରେ ହଳଦୀକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ତାହା ବ୍ରଣ ଭଳି ତ୍ୱଚା ସମସ୍ୟା ସୃଷ୍ଟି କରୁଥିବା ଇନ୍ଫ୍ଲାମେଶନ ବା ପ୍ରଦାହକୁ ହ୍ରାସ କରିଥାଏ । ଏହା ସଂକ୍ରମଣ ହ୍ରାସ କରିବା ସହ ରକ୍ତକୁ ବିଶୁଦ୍ଧ କରିଥାଏ ଓ ତ୍ୱଚା ସ୍ୱାସ୍ଥ୍ୟକୁ ଉନ୍ନତ ରଖିଥାଏ । ଅନ୍ୟ ଏକ ସୁପରଫୁଡ ଅଁଳା (ଗୁସବେରୀ) ସମସ୍ତ ତ୍ରିଦୋଷକୁ ସନ୍ତୁଳନରେ ରଖିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ତ୍ୱଚାକୁ ପୋଷଣଯୁକ୍ତ ଓ ୟୁଥ୍ଫୁଲ କରିଥାଏ । ଏହା ରକ୍ତକୁ ବିଶୁଦ୍ଧ କରିଥାଏ । ଅନ୍ୟପକ୍ଷରେ ନୀମର ଆଂଟିବ୍ୟାକ୍ଟେରିଆଏ, ଆଂଟିଫଙ୍ଗାଲ ଓ ରକ୍ତ-ବିଶୁଦ୍ଧକାରୀ ଗୁଣ ଏହାକୁ ବ୍ରଣ-ମୁକ୍ତ ତ୍ୱଚା ପାଇଁ ଆୟୁର୍ବେଦର ଅନ୍ୟତମ ନିର୍ଭରଯୋଗ୍ୟ ଚିକିତ୍ସାରେ ପରିଣତ କରୁଛି । ନୀମ ରସ ପିଇବା ଦ୍ୱାରା ତାହା ରକ୍ତକୁ ବିଶୁଦ୍ଧ କରି ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସୁପରଫୁଡ ଗାର୍ଲିକ ବା ରସୁଣର ବାତ ଦୋଷକୁ ସନ୍ତୁଳିତ ରଖିବା ଗୁଣ ଶରୀର ଭିତରୁ କାର୍ଯ୍ୟ କରିଥାଏ । ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ କଂଚା ରସୁଣ ଚୋବାଇ ଖାଇବାର ସ୍ୱାସ୍ଥ୍ୟଗତ ଲାଭକୁ ନେଇ ୱେଲନେସ୍ ଇନ୍ଫ୍ଲୁଏନ୍ସରମାନେ ଖୁବ୍ ପ୍ରଶଂସା କରୁଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ତେଣୁ ଯେପରି ଆୟୁର୍ବେଦ ଆମକୁ ଶିଖାଇଛି, ପ୍ରକୃତ ସୌନ୍ଦର୍ଯ୍ୟ ଆମ ଭିତରୁ ଆରମ୍ଭ ହୁଏ ।
Comments are closed.