ଅବକାରୀ ବିଭାଗର ଚଡାଉ, ମାଟିରେ ମିଶିଲା ଦେଶୀ ମଦ ଭାଟି

Share It

ଅବକାରୀ ବିଭାବ ପକ୍ଷରୁ କଟକ ଜିଲ୍ଲା ଆଠଗଡ ଠାରେ ଏକ ଦେଶୀମଦ ଭାଟୀ ଉପରେ ଚଡାଉ କରାଯାଇଛି । ଏହି ଚଡାଉ ବେଳେ ଉପ-ଜିଲ୍ଲାପାଳଙ୍କ ସମେତ ଡିଏସପି, ଆଇଆଇସି ଓ ଆଠଗଡ ଅବକାରୀ ବିଭାଗ ଅଧିକାରୀ ଏବଂ ଗୋଟିଏ ପ୍ଲାଟୁନ ପୋଲିସ ଉପସ୍ଥିତ ଥିଲେ । ଚଡାଉ ଦେଖି ମଦ ମାଫିଆ ଘଟଣାସ୍ଥଳୁ ଫେରାର ହୋଇଯାଇଥିଲେ ।
ମିଳିଥିବା ସୂଚନା ମୁତାବକ, ସରକାରଙ୍କ ବିନା ଅନୁମତିରେ ବେଆଇନ ଭାବେ ଏହି ଭାଟିରେ ଦେଶୀ ମଦ ରନ୍ଧା ଚାଲୁଥିଲା । ଏ ସଂପର୍କରେ ସୂଚନା ମିଳିବା ପରେ ଅବକାରୀ ବିଭାଗ ପକ୍ଷରୁ ଏହି ଚଡାଉ କରାଯାଇଥିଲା ।


Share It

Comments are closed.