ସାପ କାମୁଡାରେ ଦୁଇ ମହିଳାଙ୍କର ମୃତ୍ୟୁ

Share It

ମୟୁରଭଞ୍ଜ ଜିଲ୍ଲାରେ ବିଷାକ୍ତ ସାପ କାମୁଡାରେ ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ବର୍ତ୍ତମାନ ସାମନାକୁ ଆସିଛି । ଏହି ଦୁଇଟି ଘଟଣାଟି ଶନିବାର ଉଦଳା ଏବଂ କପ୍ଟିପଦା ଥାନା ଅନ୍ତର୍ଗତ ଅଂଚଳରେ ଘଟିଥିଲା ।
ପ୍ରଥମ ଘଟଣାରେ କପ୍ଟିପଦା ଥାନା ଅନ୍ତର୍ଗତ ଗୋଲାଗଡିଆ ଗ୍ରାମର ଜୟନ୍ତୀ ବେହେରା ନାମକ ଜଣେ ମହିଳାଙ୍କୁ ଘରେ ଶୋଇଥିବା ସମୟରେ ସାପ କାମୁଡି ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ମିଳିଥିବା ସୂଚନା ମୁତାବକ ଜୟନ୍ତୀ ଗତ କାଲି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଉଦଳା ହସ୍ପିଟାଲ ନିଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା କାରଣରୁ ଡାକ୍ତର ତାଙ୍କୁ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସେହିପରି ଦ୍ୱିତୀୟ ଘଟଣାଟି ଉଦଳା ଥ।।ନା ଅନ୍ତର୍ଗତ ମଉଦା ଗ୍ରାମରେ ଘଟିଛି । ଯେଉଁଠାରେ ସୁକାନ୍ତି ବାସକେ ନାମକ ଜଣେ ମହିଳା ରୋଷେଇ ପାଇଁ କାଠ ସଂଗ୍ରହ କରୁଥିବା ସମୟରେ ବିଷାକ୍ତ ସାପ କାମୁଡାରେ ଏହି ଅଘଟଣଟି ଘଟିଥିଲା । କାଠ ସଂଗ୍ରହ କରୁଥିବା ସମୟରେ ସାପଟି କାଠ ସନ୍ଦିରେ ଲୁଚି ରହିଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।


Share It

Comments are closed.