କାଉଡିଆଙ୍କ ଗାଡି ଧକ୍କାରେ ବାପା-ପୁଅଙ୍କ ମୃତ୍ୟୁ

Share It

ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଓ ପୁଅ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା ସ୍ଥିତ କନ୍ୟାଶ୍ରମ ନିକଟସ୍ଥ ୩୨୬ ଜାତୀୟ ରାଜପଥ ଠାରେ କାଉଡିଆଙ୍କୁ ନେଇ ଯାଉଥିବା ଏକ ଭ୍ୟାନଟିରେ ବାଇକ ଯୋଗେ ଯାଉଥିବା ବାପା ଓ ପୁଅ ମାଡ ହୋଇଯିବା ଫଳରେ ଦୁର୍ଭାଗ୍ୟବଶତଃ ଏହି ଘଟଣାଟି ଘଟିଥିଲା ।
ମିଳିଥିବା ସୂଚନା ମୁତାବକ କୋରାପୁଟରୁ ପୋଡାଗଡ ଅଭିମୁଖେ ଯାଉଥିଲେ । ଧକ୍କା ଯୋଗୁଁ ବାଇକରେ ନିଆଁ ଲାଗିଯାଇଥିଲା ଯାହାଫଳରେ ପୋଡିହୋଇ ଘଟଣାସ୍ଥଳେ ବାପା ପୁଅଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପ୍ରକୃତ ପରିଚୟ ମିଳିପାରିନଥିବାବେଳେ ଏବେ ଯାଏଁ ମୃତ ଶରୀର ସେଠାରେ ପଡିରହିଛି ବୋଲି ଜଣାପଡିଛି ।
ପ୍ରକୃତରେ ଘଟଣାଟି କିପରି ଘଟିଛି ତାହାର ଏବେ ସଠିକ ନିଣ୍ଣୟ ହୋଇପାରି ନାହିଁ ।


Share It

Comments are closed.