ଚୀନର ମୁକାବିଲା କରିବା ପାଇଁ ପାତାଳରୁ ସଂଜିବନୀ ଆଣିବ ଭାରତ
ଋିୟର ଅର୍ଥ ଏବଂ କ୍ରିଟିକଲ ମିନିରାଲ୍ସର ଗ୍ଲୋବାଲ ସପ୍ଲାଏ ଚେନରେ ଚୀନର ଦବଦବା ରହିଛି । ଚୀନ, ଭାରତ ଏବଂ ବିଶ୍ୱର ଅନେକ ଦେଶକୁ ସେମାନଙ୍କ ସପ୍ଲାଏ ବନ୍ଦ ଏବଂ ସିମୀତ କରିଦେଇଛି । ବର୍ତ୍ତମାନ ଭାରତ ଏହି କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ପ୍ରଚେଷ୍ଟା ଚଳାଇଛି । ଅନେକ ପ୍ରକାରର ବିକଳ୍ପ ଉପରେ ଚର୍ଚ୍ଚା ଚଳାଇଛି । ଏହା ମଧ୍ୟରୁ ସମୁଦ୍ର ଗର୍ଭରେ ରିୟର ଅର୍ଥ ଅର୍ଥାତ ଦୁର୍ଲଭ ଖଣିଜ ପଦାର୍ଥର ଉତ୍ତୋଳନ ମଧ୍ୟ ସାମିଲ ରହିଛି । ଏଥିପାଇଁ ଭାରତ ସଂଯୁକ୍ତ ରାଷ୍ଟ୍ରରେ ଉର୍ଜା ଦେବା ପାଇଁ ଯୋଜନା ଚଳାଇଛି ।
ମିଣ୍ଟ ରେ ପ୍ରକାଶିତ ଖବର ମୁତାବକ ଆରବ ସାଗରରେ ରିୟର ଅର୍ଥ ଏବଂ କ୍ରିଟିକାଲ ମିନିରାଲ ଉତ୍ତୋଳନ ପାଇଁ ସରକାର ୟୁଏନ ସହ ବିଚାର ବିମର୍ଶ କରିବା ପାଇଁ ଯୋଜନା ଚଳାଇଛି । ସରକାର ଆରବ ସାଗରରେ ୧୦ ହଜାର ବର୍ଗ କିଲୋମିଟର ଏରିଆରେ ଏକ୍ସ ପ୍ଲୋରେସନ ଅଧିକାର ଚାହୁଁଛି । ଏଥିପାଇଁ ଆନ୍ତର୍ଜାତିକ ସିବେଡ ଅଧିକାରୀଙ୍କ ସହ ଆପରୋଚ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ସହ ଏହାକୁ ଉତ୍ତୋଳନ କରିବା ଏବଂ ପ୍ରୋସେସ କରିବା ପାଇଁ ପ୍ରଯୁକ୍ତି ଉପରେ କାମ ମଧ୍ୟ ଚଳାଇଛନ୍ତି । ଚୀନ ଉପରେ ଅଳ୍ପ ଆତ୍ମନିର୍ଭର ହେବା ଏହା ପଛର ମୁଖ୍ୟ କାରଣ ଅଟେ ।
ମିନିଷ୍ଟ୍ରି ଅଫ ଆର୍ଥ ସାଇନ୍ସକୁ ପ୍ରଥମରୁ ହିଁ ବଙ୍ଗୋପସାଗରରେ ୦.୭୫ ମିଲିୟନ ବର୍ଗ କିଲୋମିଟର ଏବଂ ଆରବ ସାଗରର ୧୦,୦୦୦ ବର୍ଗ କିଲୋମିଟର ଏରିୟାରେ ଆଲର୍ଟ କରାଇ ଦିଆ ଯାଇଛି । ଭାରତର ହିନ୍ଦ ମହାସାଗରରେ ସର୍ଭେ ମୁତାବକ ସେଠାରେ କୋବାଲ୍ଟ, ନିକଲ, ଏବଂ କପର ଓ ମାଙ୍ଗାନିଜର ସନ୍ଧାନ ମିଳିଛି । ମରିସସ ପାଖ ସମୁଦ୍ରରେ କୋବାଲ୍ଟ, ନିକଲ, କପର ଏବଂ ସୁନାର ସନ୍ଧାନ ମିଳିଛି । ସବୁଠାରୁ ବଡ କଥା ଏହା ଯେ, ଭାରତ ପାଖରେ ବର୍ତ୍ତମାନ କୌଣସି ଉନ୍ନତ ପ୍ରଯୁକ୍ତି ନାହିଁ ଏବଂ ତାହା ଉଦ୍ଭାବନା କରିବା ଅନେକ ସମୟ ଲାଗିବ ।
Comments are closed.