ସ୍କଲ ଛାତ ଭୁଶୁଡି ଜଣେ ମୃତ୍ୟୁ ଏବଂ ୨ ଗୁରୁତର ଆହତ
ଏକ ପୁରୁଣା ସ୍କଲର ଛାତ ଭୁଶୁଡି ଜଣେ ମୃତ୍ୟୁ ଏବଂ ୨ ଜଣ ଗୁରୁତର ଆହତ ହୋଇଥିବା ଏକ ଦୁଃଖଦ ଘଟଣା ଜାଣିବାକୁ ମିଳିଛି । ଘଟଣାଟି ରାଂଚି ଫିସକା ମୋର ଅଂଚଳରେ ଘଟିଛି । ରାଂଚି ପୋଲିସର ସୂଚନା ମୁତାବକ ଗୁରୁତର ଆହତଙ୍କୁ ତୁରନ୍ତ ସଦର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାଟି ସେହି ସମୟରେ ଘଟିଥିଲା ଯେତେବେଳେ କିଛି ଲୋକେ ଉକ୍ତ ପରିତ୍ୟକ୍ତ ପୁରୁଣା ସ୍କୁଲ ଘରେ ରାତ୍ରିଯାପନ କରୁଥିଲେ । ଘଟଣାଟି ଘଟିବା ସମୟରେ ଏହି ତିନି ଜଣ ସେଠାରେ ଉପସ୍ଥିତ ଥିଲେ ।
Comments are closed.