ବିନା ବର୍ଷା ସତ୍ତ୍ୱେ କାହିଁକି ଖେଳକୁ ବନ୍ଦ କରାଗଲା ଜାଣନ୍ତୁ ଏହାର କାରଣ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ ମୈଇଦାନରେ ଖେଳାଯାଉଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚର ପ୍ରଣମ ଦିନରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଇଂଲଣ୍ଡ ବ୍ୟାଟ୍ସମ୍ୟାନକୁ ଭାରତୀୟ ବୋଲର ଅଟକାଇ ରଖିଥିଲେ । ଟେଷ୍ଟରେ ଆସିବା ମାତ୍ରକେ ଆକ୍ରମଣାତ୍ମକ ପ୍ରଦର୍ଶନ କରୁଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଭାରତୀୟ ଖେଳାଳୀଙ୍କ ସାମନାରେ ସେ ପାରମ୍ପରିକ ଶୈଳୀରେ ଖେଳୀବାର ଦେଖିବାକୁ ମିଳିଥିଲା । ଇଂଲଣ୍ଡର କୌଣସି ବି ଖେଳାଳୀ ସଂପୂର୍ଣ୍ଣ ଦିନରେ ୬୦ ପ୍ରତିଶତ ହାରରରେ ବ୍ୟାଟିଙ୍ଗ କରିପାରିଲେ ନାହିଁ ।
ଲର୍ଡ ଟେଷ୍ଟସ ର ପ୍ରଥମ ଦିନରେ ବର୍ଷା ହୋଇନଥିଲା କିନ୍ତୁ ଏକ ଅଜବ କାରଣରେ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା । ମଇଦାନରେ ଅନେକ ଗୁଡିଏ ଲେଡିବଗ (ଉଡୁଥିବା ଛୋଟ କିଟ ପତଙ୍ଗ) ଆସିଯାଇଥିଲେ । ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରୀତ ବୁମରା ଏହି କାରଣରୁ ଚିନ୍ତିତ ଥିଲେ । ଏକି କୀଟ ପତଙ୍ଗ ପାଇଁ ଖେଳକୁ ବନ୍ଦ କରା ଯାଇଥିଲା । ଓମ୍ପାୟର ଏବଂ ଇଂଲଣ୍ଡ ଦଳର ଅଧିନାକୟ ଏ ସଂପର୍କରେ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଥିଲା । ଷ୍ଟୋକ୍ସ ମଧ୍ୟ ଏହି କାରଣ ଯୋଗୁଁ ଖେଳକୁ ବନ୍ଦ କରିବାର ନିଷ୍ପତିକୁ ନେଇ ଅସହଯୋଗ ଲାଗୁଥିଲେ । ଏହି ଘଟଣା ଷ୍ଟମ୍ପସର ଠିକ ୮୧ତମ ଓଭରର ପୂର୍ବରୁ ଘଟିଥିଲା
Comments are closed.