ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା ଆୟୋଜିତ

Share It

ଭୁବନେଶ୍ୱର, ୨୮/୬: ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସଂପନ୍ନ ହେବା ପରେ କିଟ୍‍ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରା ପହଁରା ନୀତି ସଂପନ୍ନ ହୋଇଥିଲା।

ଅପରାହ୍ନ ୪ଟା ସମୟରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ନବନିର୍ମିତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ। ଘଣ୍ଟଘଣ୍ଟା, ମୃଦଙ୍ଗ, ଖୋଳ କରତାଳ ନିନାଦ ସହ ଜୟ ଜଗନ୍ନାଥ ଧ୍ୱନୀରେ ରଥଦାଣ୍ଡ ପ୍ରକମ୍ପିତ ହୋଇଥିଲା। ଶ୍ରୀବାଣୀକ୍ଷେତ୍ର ରଥ ଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି। ପାଗ ଅନୁକୂଳ ଥିବାରୁ ଘୋଷଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ୫୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହୋଇଥିଲା। ସୁସଜ୍ଜିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥକୁ ଟାଣିବା ସହ ଭକ୍ତମାନେ ଦୈବୀକୃପା ଲାଭ କରିଥିଲେ। ସୂଚନାଯୋଗ୍ୟ, ପୁରୀ ଜଗନ୍ନାଥ ମନ୍ଦିରର ପରମ୍ପରାକୁ ଆଧାର କରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁଙ୍କ ସମସ୍ତ ନୀତି ଅନୁସାରେ ପୂଜା ହୋଇଥାଏ। ରଥଯାତ୍ରାରେ ମଧ୍ୟ ପୁରୀ ରଥଯାତ୍ରାର ସମସ୍ତ ନିୟମକୁ ଅନୁସରଣ କରାଯାଇ ଏଠାରେ ଆୟୋଜନ କରାଯାଇଥାଏ। ରଥ ନିର୍ମାଣ ପାଇଁ ପୁରୀରୁ ସ୍ୱତନ୍ତ୍ର ବିନ୍ଧାଣୀ, ମହାରଣା ଓ ଚିତ୍ରକର ନିଯୁକ୍ତ ହୋଇଥାନ୍ତି।

ସୁସଜ୍ଜିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥକୁ ଟାଣିବା ସହ ଭକ୍ତମାନେ ଦୈବୀକୃପା ଲାଭ କରିଥିଲେ। ସୂଚନାଯୋଗ୍ୟ, ପୁରୀ ଜଗନ୍ନାଥ ମନ୍ଦିରର ପରମ୍ପରାକୁ ଆଧାର କରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁଙ୍କ ସମସ୍ତ ନୀତି ଅନୁସାରେ ପୂଜା ହୋଇଥାଏ। ରଥଯାତ୍ରାରେ ମଧ୍ୟ ପୁରୀ ରଥଯାତ୍ରାର ସମସ୍ତ ନିୟମକୁ ଅନୁସରଣ କରାଯାଇ ଏଠାରେ ଆୟୋଜନ କରାଯାଇଥାଏ। ରଥ ନିର୍ମାଣ ପାଇଁ ପୁରୀରୁ ସ୍ୱତନ୍ତ୍ର ବିନ୍ଧାଣୀ, ମହାରଣା ଓ ଚିତ୍ରକର ନିଯୁକ୍ତ ହୋଇଥାନ୍ତି।

ଶ୍ରୀବାଣୀ କ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ଏଠାରେ ସମସ୍ତ ପୂଜାର୍ଚ୍ଚନା ଓ ରଥଯାତ୍ରା ପୁରୀ ଗଜପତି ମହାରାଜ ଶ୍ରୀଦିବ୍ୟସିଂହଦେବଙ୍କ ପରାମର୍ଶ ଅନୁସାରେ ସଂପନ୍ନ କରାଯାଇଥାଏ। ଶ୍ରୀକ୍ଷେତ୍ର ଘୋଷଯାତ୍ରାର ଅବିକଳ ଢ଼ାଞ୍ଚାରେ ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ଯଥାକ୍ରମେ ୧୬, ୧୪ ଓ ୧୨ଚକ ବିଶିଷ୍ଟ ତିନୋଟି ରଥ ନିର୍ମାଣ କରାଯାଇଥାଏ। ନବଦିନ ବ୍ୟାପୀ ପ୍ରତିସନ୍ଧ୍ୟାରେ ମହାପ୍ରଭୁଙ୍କ ନିକଟରେ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ମୀନାବଜାରର ବ୍ୟବସ୍ଥା କରାଯାଇଛି। ଏହି ନଅ ଦିନ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ଗହଳି ଲାଗି ରହିଥାଏ।


Share It

Comments are closed.