ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ୧୦୮ ଆମ୍ବୁଲାନ୍ସ ବିଷୟରେ ମିଛ ଭାଇରଲ ପୋଷ୍ଟ

Share It

ଭୁବନେଶ୍ବର, ୨୮/୦୬/୨୦୨୫: ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା, ୧୨ ବର୍ଷ ଧରି ଅତ୍ୟାବଶ୍ୟକ ଜନସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛି I ଜୀବନ ରକ୍ଷା ପ୍ରତି ଅକୃତ ଏହି ସେବା ଉତ୍କୃଷ୍ଟ ଏବଂ ଦ୍ରୁତ ସ୍ବାସ୍ଥ୍ୟ ସୁବିଧା ଯୋଗାଇବାରେ ନିରନ୍ତର ପ୍ରୟାସ କରିଆସୁଛି। ୧୦୮ ଆମ୍ବୁଲାନ୍ସ ସେବା ମାର୍ଚ ୫, ୨୦୧୩ ମସିହାରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଅନୁକୁଲ୍ୟରେ ୨୮୦ ଟି ଆମ୍ବୁଲାନ୍ସକୁ ନେଇ ଆରମ୍ଭ ହୋଇଥିଲା । ଏହି ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା ରୋଗୀମାନଙ୍କୁ ସରକାରୀ ସ୍ବାସ୍ଥ୍ୟ ସଂସ୍ଥାନଗୁଡ଼ିକ ସହିତ ସଂଯୋଗ କରିବାରେ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିବା ସହ ସହର ଏବଂ ଗ୍ରାମୀଣ କ୍ଷେତ୍ର ସହିତ ଅଗମ୍ୟ ଅଞ୍ଚଳଗୁଡ଼ିକୁ ସେବା ଯୋଗାଇବା ନିମନ୍ତେ ସଫଳ ସାବ୍ୟସ୍ତ ହୋଇଛି।

ଓଡ଼ିଶାରେ EMRI ଗ୍ରୀନ ହେଲଥ ସର୍ଭିସେସ ଦ୍ବାରା ୧୩୬୬ ଟି ଆମ୍ବୁଲାନ୍ସ ୩୦ଟି ଜିଲ୍ଲାକୁ ସେବା ଯୋଗାଉଛି । ତନ୍ମଧ୍ୟରୁ ୮୬୦ ଟି ୧୦୮ ଆମ୍ବୁଲାନ୍ସ, ୫୦୦ ଟି ଜନନୀ ଏକ୍ସପ୍ରେସ ଏବଂ ୬ ଟି ବୋଟ ଆମ୍ବୁଲାନ୍ସ ରହିଛି । ଏହି ସେବା ଦ୍ବାରା ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷରୁ ଅଧିକ ରୋଗୀ,ଗର୍ଭବତୀ ମହିଳା ଏବଂ ଶିଶୁମାନେ ଉପକୃତ ହୋଇଛନ୍ତି। ୧୦୮ ବୋଟ ଆମ୍ବୁଲାନ୍ସ ଦ୍ବାରା ବିଚ୍ଛିନ୍ନ ଅଞ୍ଚଳରେ ଅତ୍ୟାବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ୧୦୮ ଆମ୍ବୁଲାନ୍ସରେ ଦୈନିକ ୬୫୦୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ସୁରକ୍ଷିତ ଡାକ୍ତରଖାନା ସ୍ଥାନାନ୍ତର ହେଉଛନ୍ତି

ଏହି ସେବାରେ ଆମ୍ବୁଲାନ୍ସର ବହୁଳ ବ୍ୟବ‌ହାର ହେଉଥିବାରୁ, ଆମ୍ବୁଲାନ୍ସର ସଠିକ୍ ରକ୍ଷଣାବେକ୍ଷଣ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ | ଯାହା ପାଇଁ ଆମେ ସର୍ବଦା ସଜାଗ ଅଛୁ ତେଣୁ ଜିଲ୍ଲାସ୍ତରରେ ୧୦୮ ଆସୁଲାନ୍ସର ସୁପରିଚାଳନା ପାଇଁ ଏମର୍ଜେନ୍ସି ମ୍ୟାନେଜମେଣ୍ଟ ଏକଜିକ୍ୟୁଟିଭ, ଫ୍ଲିଟ୍ ଜୋଡିନେଟର, ଷ୍ଟେଟ ଫିଟ୍ ଜୋଡିନେଟର ଆଦି ପାଖାପାଖୂ ୮୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି | ଦୈନିକ ୨୦୦ ରୁ ଉର୍ଦ୍ଧ ଗାଡି ଏବଂ ଅତ୍ୟାଧୁନିକ ଉପକରଣ ଗୁଡିକର ମରାମତି କାର୍ଯ୍ୟ କରାଯାଏ | ୧୦୮ ଆମ୍ବୁଲାନ୍ସ ଗାଡି ଗୁଡିକ ମୁଖ୍ୟତଃ TATA ଏବଂ FORCE କମ୍ପାନୀର ହୋଇଥିବାରୁ କେବଳ ଅଧିକୃତ ସର୍ଭିସ ସେଣ୍ଟରରେ ହିଁ ଆମ୍ବୁଲାନ୍ସ ଗୁଡିକ ମରାମତି କରାଯାଏ | ଏହା ବ୍ୟତୀତ ଏହି ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ EMRI ଗ୍ରୀନ ହେଲଥ ସର୍ଭିସେସ ପକ୍ଷରୁ ଓଡିଶାର ୬ ଟି ପ୍ରମୁଖ ସ୍ଥାନରେ ନିଜଳ୍ପ ୬ଟି ୱାର୍କସପର ବ୍ୟବସ୍ଥା କରାଯାଇଛି | ଯେଉଁଠି କୁଶଳୀ ମେକାନିକ ମାନଙ୍କୁ ନିଯୁକ୍ତ କରାଯାଇଛି | ଦୈନିକ ୫୦ରୁ ଅଧିକ ଗାଡି ସାଧାରଣ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ଆସୁଛି |

ଆମ୍ବୁଲାନ୍ସ ସୁରକ୍ଷା ଏବଂ ସୁପରିଚାଳନାକୁ ଦୃଷ୍ଟିରେ ରଖ୍ ପାଇଁ ଏହି ୬ ଟି ୱାର୍କସପରେ ସେୟାର ପାର୍ଶ୍ଵ, ଟାୟାର,ବ୍ୟାଟେରୀ, ଜରୁରୀ ଆମ୍ବୁଲାନ୍ସ ଉପକରଣ, ମେଡ଼ିସିନ ଏବଂ ଆମ୍ବୁଲାନ୍ସରେ ନିତ୍ୟ ବ୍ୟବହୃତ ସାମଗ୍ରୀ ଗଚ୍ଛିତ ରଖାଯାଉଛି ଯାହା ଆବଶ୍ୟକତା ସମୟରେ ମରାମତି ପାଇଁ ଆସୁଥିବା ଗାଡ଼ିରେ ଆମ୍ବୁଲାନ୍ସ ପାଇଁ ପଠାଯାଉଛି | ପ୍ରତି ମାସରେ ପାଖାପାଖି ୬୦୦ ରୁ ଅଧିକ ଟାୟାର ଏବଂ ୧୦୦ ରୁ ଅଧିକ ବ୍ୟାଟେରୀ ମଧ୍ୟ ଯୋଗାଇଦିଆଯାଉଛି | ଏହା ବ୍ୟତୀତ ଆବଶ୍ୟକ ପଡିଲେ ଅତିରିକ୍ତ ଟାୟାର ଏବଂ ବ୍ୟାଟେରୀ ମଧ୍ୟ ଯୋଗାଯାଉଛି |

ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି ଯଥା କେସ୍ ଗ୍ରହଣ କରିବା, ତେଲ ପକାଇବା, ଆମ୍ବୁଲାନ୍ସରେ ଦରକାରୀ ସାମଗ୍ରୀ ପାଇଁ ଆବେଦନ କରିବା, କେଉଁ ଗାଡି କେବେ ଏବଂ କେଉଁଠି ମରାମତି ପାଇଁ ଯିବ ତାହା ଆପ୍ ମାଧ୍ଯମରେ ପୂର୍ବ ନିର୍ଦ୍ଧାରିତ ହେବା, ଅକ୍ସିଜେନ ଭର୍ତ୍ତି କରିବା, ବ୍ରେକ‌ଡାଉନ ଗାଡି ପାଇଁ ଆବଶ୍ୟକ ପାର୍ଟ୍ କିମ୍ବା ଟୋଇଙ୍ଗ ଗାଡିର ବ୍ୟବସ୍ଥା ଇତ୍ୟାଦି |

ସାଧାରଣ ଲୋକଙ୍କୁ ସେବା ପାଇଁ ୧୦୮ ଆମ୍ବୁଲାନ୍ସ ଦିନରାତି ଅବିଶ୍ରାନ୍ତ ସେବା ଯୋଗାଉଛି | ଯେହେତୁ ଆମ୍ବୁଲାନ୍ସ ଗୁଡିକ ବହୁଳ ଭାବେ ବ୍ୟବହାର ହେଉଛି, ତେଣୁ ଏହା ସମ୍ଭାବ୍ୟ ଯେ ଆକସ୍ମିକ ଭାବେ କିଛି କ୍ଷେତ୍ରରେ ଟାୟାର ପଂଚର କିମ୍ବା ଅନିୟମିତ ଭାବେ ଗାଡି ବ୍ରେକ‌ଡା ଉନ ହେବା ସ୍ବାଭାବିକ | କିନ୍ତୁ ଏଥି ପାଇଁ ରୋଗୀ ସେବା ଯେପରି ପ୍ରଭାବିତ ନ ହୁଏ ସେ ପ୍ରତି ଆମେ ସର୍ବଦା ସଜାଗ ରହିଛୁ ଏବଂ ରହିବୁ ମଧ୍ଯ | ଟାୟାର ପଂଚର କ୍ଷେତ୍ରରେ ଷ୍ଟେପିନିର ବ୍ୟବହାର ଏବଂ ବ୍ରେକଢାଉନ କ୍ଷେତ୍ରରେ ଅନ୍ୟ ପାଖାପାଖ ଆମ୍ବୁଲାନ୍ସ ରୋଗୀଙ୍କ ପାଇଁ ତତ୍କାଳ ଉପଲବ୍ଧ ପ୍ରକ୍ରିୟା କରାଯାଏ |

୧୦୮ ଆମ୍ବୁଲାନ୍ସରେ ସେବା ଦେଉଥିବା ଅଧିକାଂଶ ଗାଡି ୫ ଲକ୍ଷ କିଲୋମିଟର ଗତି କରିସାରିଲେଣି | ଓଡିଶା ସରକାରଙ୍କ ଦ୍ବାରା ଏହି ଗାଡିଗୁଡିକର ପରିବର୍ତ୍ତନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି | ଯାହା ଦ୍ବାରା ଲୋକମାନେ ଉତ୍ତମ ସ୍ବାସ୍ଥ୍ୟସେବା ତ୍ବରିତ୍‌ ପାଇପାରିବେ

ଏହି ଅବସରରେ EMRI ଗ୍ରୀନ ହେଲଥ ସର୍ଭିସେସର ରାଜ୍ୟ ମୁଖ୍ୟ ତଥା ୧୦୮ ଆସୁଲାନ୍ସ ସେବାର ପ୍ରକଳ୍ପ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ବାଳ କହିଛନ୍ତି-” ଏହି ମାଗଣା ଆମ୍ବୁଲାନ୍ସ ସେବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା PPP ପ୍ରୋଜେକ୍ଟ ମାଧ୍ୟମରେ ଗରିବ ଏବଂ ରୋଗୀଙ୍କୁ ଜରୁରୀକାଳୀନ ସ୍ଥିତିରେ ଡାକ୍ତରଖାନା ସ୍ଥାନାନ୍ତର ପାଇଁ କରାଯାଇଛି | କିନ୍ତୁ କିଛି ଲୋକ ନିଜର ସ୍ବାର୍ଥକୁ ଚରିତାର୍ଥ କରିବା ପାଇଁ ନିଜର ସୋସିଆଲ ମିଡିଆରେ ୧୦୮ ଆମ୍ବୁଲାନ୍ସ ବିଷୟରେ ବିଭ୍ରାନ୍ତିକର ଓ ରୁଚିହୀନ ତଥ୍ୟ ପ୍ରକାଶ କରି ସାଧାରଣ ଜନତା ତଥା ଗଣାମାଧ୍ଯମକୁ ବିଭ୍ରାନ୍ତ କରୁଛନ୍ତି | ଯାହା ଫଳରେ ସାଧାରଣ ଲୋକ ୧୦୮ ଆମ୍ବୁଲାନ୍ସ ଠାରୁ ବିମୁଖ ହେଉଛନ୍ତି | ଲୋକଙ୍କୁ ସେବା ଯୋଗାଇବା ଆମର ମୌଳିକ କର୍ତ୍ତବ୍ୟ ଏବଂ ଯେକୌଣସି ପରିସ୍ଥିତିରେ ସେବା ଯୋଗାଇବା ପାଇଁ ଆମେ ବଦ୍ଧପରିକର | ମୋର ଅନୁରୋଧ ଏପରି ସୋସିଆଲ ମିଡିଆ ପୋଷ୍ଟରେ ବିଭ୍ରାନ୍ତ ହୁଅନ୍ତୁ ନାହିଁ ଏବଂ ଏପରି ଗୁଜବ ପୋଷ୍ଟରୁ ନିବୃତ ରୁହନ୍ତୁ । “

ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ଗାଡ଼ିରେ ୬୫୦୦ ରୁ ଅଧ‌ିକ ଏବଂ ଭୁବନେଶ୍ବର ସ୍ଥିତ ସେଣ୍ଟ୍ରାଲାଇଜ କଲ୍ ସେଣ୍ଟରରେ ୪୫୦ ରୁ ଅଧିକ କର୍ମଚାରୀ ନିଜର ସେବା ପ୍ରଦାନ କରୁଛନ୍ତି | ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଷ୍ଠା ଏବଂ ମାନବିକତା ପ୍ରଦର୍ଶନ କରି ବହୁବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ବନ୍ୟା,ବାତ୍ୟା ତଥା କୋଭିଡ ମହାମାରୀ ସମୟରେ ମଧ୍ୟ ୧୦୮ କର୍ମଚାରୀମାନେ ନିଜର ସେବା ମନୋଭାବ ଏବଂ ମଣିଷପଣିଆର ନିଦର୍ଶନ ଦେଇଛନ୍ତି। ଏହି ସେବାର ସଦସ୍ୟମାନେ ଅନନ୍ୟ ଭୂମିକା ନିଭାଇଛନ୍ତି, ଯେପରିକି ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ତାଙ୍କ ପରିବାର ଲୋକଙ୍କୁ ଫେରାଇବା, ଅତ୍ୟାବଶ୍ୟକ ସମୟରେ ରକ୍ତଦାନ କରିବା କିମ୍ବା ରୋଗୀଙ୍କ ସହଯୋଗ ପାଇଁ ଅତିରିକ୍ତ ପ୍ରୟାସ କରିବା ଇତ୍ୟାଦି । ଯେଉଁ କର୍ମଚାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ସେବା ବାଧାପ୍ରାପ୍ତ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ଯ ଗ୍ରହଣ କରାଯାଉଛି | ନିକଟରେ ଅନୁଗୁଳ ଜିଲ୍ଲାର ପୁରୁଣା ପେପର ଆସୁଲାନ୍ସ ଗାଡ଼ିରେ ବୋହିବା, କଳାହାଣ୍ଡି ଜିଲ୍ଲାରେ ଆମ୍ବୁଲାନ୍ସରେ ମଟରସାଇକଲ ଆଣିବା,ବଲାଙ୍ଗୀରରେ ନିଶା ସେବନ କରି ଡ୍ୟୁଟିକୁ ଆସିବା ଭଳି ଅତୀତର କିଛି ବିଶୃଖଳିତ ଆଚରଣ ପାଇଁ ୧୦୮ କର୍ମଚାରୀଙ୍କୁ ସେବାରୁ ନିବୃତ କରାଯାଇଛି | ୧୦୮ ଆମ୍ବୁଲାନ୍ସ ପକ୍ଷରୁ ସର୍ବଦା ରୋଗୀ ସେବାକୁ ପ୍ରାଥମିକତା ଦିଆଯାଇଛି ଏଥିରେ ସାମାନ୍ୟତମ ତ୍ରୁଟି ପାଇଁ ଶୃଙ୍ଖଳା ଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି |

EMRI ଗ୍ରୀନ ହେଲଥ ସର୍ଭିସେସ ଭାରତରେ ୧୬ ଟି ରାଜ୍ୟରେ ୧୭୧୪୧ ଆମ୍ବୁଲାନ୍ସ ଦ୍ବାରା କାର୍ଯ୍ୟକରୁଛି ଏବଂ ଦୈନିକ ୪୧୧୩୬ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି | ଏହାର ଲକ୍ଷ୍ୟ ଭାରତରେ ବାର୍ଷିକ ୩ କୋଟି ଲୋକଙ୍କୁ ସେବା ଯୋଗାଇବା ସହ ୧ କୋଟି ଲୋକଙ୍କର ଜୀବନ ବଞ୍ଚାଇବା |

ଏହି ମହତ୍ କାର୍ଯ୍ୟରେ ଜନସାଧାରଣଙ୍କର ଅକୁଣ୍ଠ ଶ୍ରଦ୍ଧା ଓ ସଦିଚ୍ଛା ଆମର ଏକମାତ୍ର ଲକ୍ଷ୍ୟ ଓ ଆଭିମୁଖ୍ୟ | ସେମାନଙ୍କର ଶୁଭେଚ୍ଛା ଏବଂ ସହ‌ଯୋଗ ଆମର ଆଭିମୁଖ୍ୟକୁ ସାର୍ଥକ କରିବ | ଜନସାଧାରଣଙ୍କର ବିଶ୍ଵାସ ଓ ଭରଷା ଆମ ପାଇଁ ସିଦ୍ଧି ଆଉ ସାଧନା ହେଉ ଏତିକି କାମନା |


Share It

Comments are closed.