ଧାର୍ମିକ ଉତ୍ସବ ବେଳେ ଦୁବୃର୍ତ୍ତଙ୍କ ଗୁଳି ଚାଳନା, ୧୨ ମୃତ
ମେକ୍ସିକୋ : ଏକ ଧାର୍ମିକ ଉତ୍ସବ ସମୟରେ ଦୁର୍ବୃତ୍ତମାନେ ଗୁଳି ଚଳାଇବାରୁ ଏହି ଗଣ ଗୁଳିକାଣ୍ଡରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ (ସ୍ଥାନୀୟ ସମୟ) ମେକ୍ସିକୋର ଗୁଆନାଜୁଆଟୋର ଇରାପୁଆଟୋ ସହରରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ସେଣ୍ଟ ଜନ୍ ଦି ବାପ୍ଟିଷ୍ଟଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ଧାର୍ମିକ ଉତ୍ସବ ଚାଲିଥିଲା। ଲୋକମାନେ ରାସ୍ତାରେ ନାଚୁଥିବା ସମୟରେ ହଠାତ୍ ଗୁଳିଚାଳନା ହୋଇଥିଲା। ଘଟଣାସ୍ଥଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଲାଇଭ୍ ଷ୍ଟ୍ରିମିଂ ସମୟରେ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଇରାପୁଆଟୋର ଜଣେ ଅଧିକାରୀ ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି ଏବଂ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।
ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ଏହି ଆକ୍ରମଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି।
Comments are closed.