ଟାଇମ୍ସ ହେଲ୍‌ଥ ଆଇକନ୍ସ- ଓଡିଶା ୨୦୨୫

Share It

ଭୁବନେଶ୍ୱର: ଓଡିଶାର ଗତିଶୀଳ ଓ ବିକଶିତ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏକ ବିଶାଳ ଉତ୍ସବରେ ଆଜି ଟାଇମ୍ସ ହେଲ୍‌ଥ ଭୁବନେଶ୍ୱରର ଭିଭାନ୍ତଠାରେ ଆଇକନ୍ସ-ଓଡିଶା ୨୦୨୫ର ଆୟୋଜନ କରାଯାଇଛି । ଓଡିଶା ବାଇଟ୍‌ସ ସହ ସହଭାଗିତାରେ ଟାଇମ୍ସ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଏହି ଇଭେଂଟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦ୍ଭାବନ, ବିତରଣ ଓ ରୋଗୀ ଆରୋଗ୍ୟ ହାରକୁ ଅଗ୍ରଗାମୀ କରିବା କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫୪ ଜଣ ବ୍ୟକ୍ତି ଓ ସଂସ୍ଥାକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏବେ ଓଡିଶାରେ ଏହାର ୭ମ ସଂସ୍କରଣରେ ଏବଂ ଜାତୀୟ ସ୍ତରରେ ୧୭ତମ ବର୍ଷରେ ପ୍ରବେଶ କରିଥିବା ଏହି ପଦକ୍ଷେପ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଭବିଷ୍ୟତକୁ ନୂଆ ରୂପ ଦେଉଥିବା ଚାମ୍ପିଅନମାନଙ୍କୁ ସ୍ପଟଲାଇଟକୁ ଆଣିବା ଜାରି ରଖିଛି । ଚଳିତ ବର୍ଷର ଏହି ଇଭେଂଟରେ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ନିଜ ଅଭିଭାଷଣରେ ଗ୍ରାମାଂଚଳ କ୍ଷେତ୍ରରେ ପହଂଚଯୋଗ୍ୟ ଓ ସମାନ ଚିକିତ୍ସା ସୁବିଧାର ମହତ୍ୱକୁ ହାଇଲାଇଟ୍ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଶ୍ରୀମତି ଅନୁ ଗର୍ଗ, ଡଃ ଅଶୋକ ମହାପାତ୍ର (ପଦ୍ମଶ୍ରୀ) ଓ ଏମ୍‌ସ ଭୁବନେଶ୍ୱରର ଡଃ ପ୍ରଶାନ୍ତ ରାଘବ ମହାପାତ୍ରଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ, ଡକ୍ଟର ମୁକେଶ ମହାଲିଙ୍ଗଙ୍କ ସହ ଆୟୋଜିତ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ସ୍କିମର ଲଂଚ, ଡାଇଗ୍ନୋଷ୍ଟିକ ସେବାର ସମ୍ପ୍ରସାରଣ ଓ ୫୦୦୦ ନୂଆ ଡାକ୍ତରଙ୍କ ନିଯୁକ୍ତି ସମେତ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପଗୁଡିକ ଉପରେ ଗୁରୁତ୍ୱ ଦେଇଥିଲା । ଏହି ସନ୍ଧ୍ୟାରେ ପ୍ରଖ୍ୟାତ ମେଂଟାଲିଷ୍ଟ ନରପଥ ରମଣଙ୍କ ଆକର୍ଷଣୀୟ ପ୍ରଦର୍ଶନ ଏବଂ ଅଭିନେତ୍ରୀ ଓ ମାନବବାଦୀ ରବିନା ଟଣ୍ଡନଙ୍କ ସ୍ୱତନ୍ତ୍ର ଉପସ୍ଥିତି ସାମିଲ ଥିଲା । ଏଡି ଅବସରରେ କ୍ୟାନ୍‌ସର କେୟାର, ରୋବୋଟିକ ସର୍ଜରୀ, ଟ୍ରମା, ଆଇଭିଏଫ, ନେଫ୍ରୋଲୋଜି, ପ୍ଲାଷ୍ଟିକ ସର୍ଜରୀ, ଡାଏବେଟୋଲୋଜି ଓ ଏମର୍ଜେନ୍ସି ମେଡିସିନ ଭଳି କ୍ଷେତ୍ରର ସ୍ୱାସ୍ଥ୍ୟସେବା ଅଧିକାରୀ ଓ ଅନୁଷ୍ଠାନଗୁଡିକୁ ସମ୍ମାନିତ କରାଯାଇଥିଲା ଯାହା ରାଜ୍ୟରେ ଉପସ୍ଥିତି ପ୍ରତିଭା ଓ ସଙ୍କଳ୍ପବଦ୍ଧତାର ଗଭୀରତାକୁ ପ୍ରତିଫଳନ କରିଛି । ଆକ୍ରେରାଇଜ (ପ୍ରେଜେଂଟିଙ୍ଗ ପାର୍ଟନର), ଖିମ୍‌ଜୀ ଜୁଏଲର୍ସ, ବିୱାଇଡି ସେଂଟ୍ରାଲ, ୱେଭ କ୍ରାଫ୍ଟ, ଗାୟତ୍ରୀ ଫର୍ଣ୍ଣିଚର ଷ୍ଟୁଡିଓ ଆଦି ସ୍ପନ୍‌ସରଙ୍କ ସହଯୋଗ ଦ୍ୱାରା ଏହି ଇଭେଂଟର ଆୟୋଜନ ସମ୍ଭବ ହୋଇଥିଲା ଏବଂ ଏକ୍ସପୋଜ ଆଡ୍‌ଭର୍ଟାଇଜିଂ ଦ୍ୱାରା କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଥିଲା ।


Share It

Comments are closed.