ଏୟାରଟେଲ ପକ୍ଷରୁ ଓଡିଶାରେ ଅନଲାଇନ୍ ଠକାମି ବିରୋଧରେ କାର୍ଯ୍ୟାନୁଷ୍ଠାନ: ବାସ୍ତବ ସମୟରେ ୩.୧ ନିୟୁତ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ

Share It

ଭୁବନେଶ୍ୱର : ଭାରତୀ ଏୟାରଟେଲ ଓଡିଶାର ଗ୍ରାହକମାନଙ୍କୁ ବୃଦ୍ଧି ପାଉଥିବା ଅନଲାଇନ୍ ଠକାମିରୁ ସୁରକ୍ଷିତ ରଖିବା ମିସନରେ ଗୁରୁତ୍ୱର୍ପୂ ଅଗ୍ରଗତି ହାସଲ କରିଛି । ଏହାର ଏଆଇ-ଚାଳିତ ଠକାମି ଚିହ୍ନଟ ପ୍ରଣାଳୀକୁ ସାରା ଦେଶରେ ପ୍ରୟୋଗ କରିବା ଅଂଶ ଭାବେ ଏୟାରଟେଲ ଉନ୍ନତ ଠକାମି ଚିହ୍ନଟ ପ୍ରଣାଳୀ କାର୍ଯ୍ୟକାରୀ କରିବାର ମାତ୍ର ୪୦ ଦିନ ଭିତରେ ରାଜ୍ୟର ୩.୧ ନିୟୁତରୁ ଅଧିକ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିଛି ।
ସମସ୍ତ ଏୟାରଟେଲ ମୋବାଇଲ୍ ଏବଂ ବ୍ରଡବ୍ୟା ଗ୍ରାହକଙ୍କ ପାଇଁ ସ୍ୱୟଂଚାଳିତ ଭାବରେ ସକ୍ରିୟ ହୋଇଥିବା ଏହି ଉନ୍ନତ ପ୍ରଣାଳୀ ଏସଏମଏସ, ହ୍ୱାଟସଆପ, ଟେଲିଗ୍ରାମ, ଫେସବୁକ, ଇନଷ୍ଟାଗ୍ରାମ, ଇ-ମେଲ୍ ଏବଂ ଅନ୍ୟାନ୍ୟ ବ୍ରାଉଜର୍ ମାଧ୍ୟମରେ ପ୍ରେରଣ କରାଯାଉଥିବା ଲିଙ୍କଗୁଡିକୁ ସ୍କାନ୍ ଏବଂ ଫିଲ୍ଟର କରୁଛି । ଏହା ବାସ୍ତବ ସମୟ ବିପଦ ବୁଦ୍ଧିମତା ବ୍ୟବସ୍ଥା ବ୍ୟବହାର କରି ପ୍ରତିଦିନ ୧ ବିଲିୟନରୁ ଅଧିକ ୟୁଆରଏଲ ଯାଂଚ କରୁଛି ଏବଂ ୧୦୦ ମିଲିସେକେ୍ ମଧ୍ୟରେ କ୍ଷତିକାରକ ସାଇଟଗୁଡିକୁ ବ୍ଲକ୍ କରୁଛି ।
ଉଦାହରଣ ସ୍ୱରୂପ, ଯଦି ଭୁବନେଶ୍ୱରର ଜଣେ ବାସିନ୍ଦାଙ୍କୁ “ଆପଣଙ୍କର ପ୍ୟାକେଜ୍ ବିଳମ୍ବିତ ହୋଇଛି । ଏଠାରେ ଟ୍ରାକ୍ କରନ୍ତୁ: http://www.tracky0urparcell.com ଭଳି ଏକ ସନ୍ଦେହଜନକ ମେସେଜ୍ ମିଳେ ଏବଂ ଯଦି ଅଜାଣତରେ ସେହି ବ୍ୟକ୍ତି ଲିଙ୍କ୍ ଉପରେ କ୍ଲିକ୍ କରନ୍ତି, ତେବେ ଏୟାରଟେଲ ସିଷ୍ଟମ୍ ମଧ୍ୟ ସକ୍ରିୟ ହୋଇଯାଏ । ଏହା ତତକ୍ଷଣାତ ଲିଙ୍କକୁ ସ୍କାନ୍ କରେ ଏବଂ ଯଦି ଏହାକୁ ସନ୍ଦେହଜନକ ଭାବରେ ଚିହ୍ନଟ କରାଯାଏ, ତେବେ ଏହା ପ୍ରବେଶକୁ ବ୍ଲକ୍ କରିଦିଏ । ଗ୍ରାହକଙ୍କୁ ଏକ ସତର୍କତା ବାର୍ତା ପ୍ରେରଣ କରାଯାଏ ଯେଉଁଥିରେ ଲେଖାଥାଏ: “ବ୍ଲକ୍ ହୋଇଛି! ଏୟାରଟେଲ ଏହି ସାଇଟକୁ ବିପଦଜନକ ବୋଲି ଚିହ୍ନଟ କରିଛି!” ଏସବୁ କିଛି ଅତି ଶୀଘ୍ର ଘଟିଥାଏ । ଏହି ବାସ୍ତବ ସମୟ ନିରୀକ୍ଷଣ ଗ୍ରାହକମାନଙ୍କୁ ସମସ୍ତ ପ୍ରକାର ଠକାମିର ଶିକାର ହେବାରୁ ରକ୍ଷା କରିଥାଏ ।
ଏହି ଉଦ୍ୟମ ଉପରେ ମତଦେଇ ଭାରତୀ ଏୟାରଟେଲର ସିଓଓ-ଓଡିଶା ଆର.ବାଲାଜୀ ସିଂହ କହିଛନ୍ତି ଯେ, “ଏକ ଯୁଗ ଯେଉଁଠାରେ ଡିଜିଟାଲ୍ ବିପଦଗୁଡିକ ଅଧିକ ଉନ୍ନତ ଏବଂ ବ୍ୟାପକ ହେଉଛି, ସେଠାରେ ଏକ ଶକ୍ତିଶାଳୀ ଏବଂ ନିର୍ଭରଯୋଗ୍ୟ ସୁରକ୍ଷିତ ମୋବାଇଲ୍ ନେଟୱର୍କର ଆବଶ୍ୟକତା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱର୍ପୂ ହୋଇପଡ଼ିଛି । ଏଆଇ-ଚାଳିତ ସମାଧାନ ବ୍ୟବହାର କରି, ଆମେ ଗର୍ବ ଅନୁଭବ କରୁଛୁ ଯେ ଆମେ ପ୍ରଥମ ଏବଂ ଏକମାତ୍ର ନେଟୱର୍କ ଯାହା ଠକାମି ସୁରକ୍ଷାକୁ ସିଧାସଳଖ ଏୟାରଟେଲ ନେଟୱର୍କ୍ ଭିତିଭୂମିରେ ସମନ୍ୱିତ କରିଛୁ । ଆମେ ବିଶ୍ୱାସ କରୁଛୁ ଯେ ଏହି ସମାଧାନ ସାଇବର୍ ବିପଦଗୁଡିକ ବିରୋଧରେ ଏକ ସର୍ମ୍ପୂ ସୁରକ୍ଷା ପ୍ରଦାନ କରିବ, ଯାହା ଓଡିଶାରେ ଆମ ଗ୍ରାହକମାନଙ୍କୁ ଡିଜିଟାଲ୍ ପରିବେଶର ଜଟିଳତାକୁ ଆବିଶ୍ୱାସ ସହିତ ନେବାରେ ସହାୟକ ହେବ ।


Share It

Comments are closed.