ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର : ମହିଳାଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ଓ ମାସିକ ଋତୁସ୍ରାବକୁ ନେଇ ରହିଥିବା ଅପବାଦକୁ ଦୂର କରିବା ପାଇଁ ଆୟୁ ଫାଉଣ୍ଡେଶନ ପକ୍ଷରୁ, ଅଙ୍କୁରା ହସ୍ପିଟାଲ ଭୁବନେଶ୍ୱର, ୯ଏମ ଫର୍ଟିଲିଟି, ରୋଟାରି କ୍ଲବ ଅଫ ଭୁବନେଶ୍ୱର ମିଡୋଜ୍ (ଆଇଡି ବି୬୦୩୬) ଓ ୟୁନିଚାର୍ମ ସହ ସହଭାଗିତାରେ ଏକ ସମୁଦାୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଋତୁସ୍ରାବ ସ୍ୱାସ୍ଥ୍ୟ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା’ । ଏହି କାର୍ଯ୍ୟକ୍ରମକୁ ନାରୀତ୍ୱ, ପ୍ରଜନନ ଓ ଋତୁସ୍ରାବ ସମ୍ମାନରେ ଓଡିଶାରେ ସାଂସ୍କୃତିକ ଭାବେ ପାଳନ କରାଯାଉଥିବା ରଜ ମହୋତ୍ସବ ସହ ମିଳିତ ଭାବେ ଆୟୋଜନ କରାଯାଇଥିଲା । ରଜ ମହୋତ୍ସବ ସହ ଏହି କାର୍ଯ୍ୟକ୍ରମକୁ ସଂଯୋଜିତ କରି ଆୟୋଜକମାନେ ଏକ ପ୍ରାକୃତିକ ଓ ସମ୍ମାନିତ ଜୈବିକ ପ୍ରକ୍ରିୟା ଭାବେ ଋତୁସ୍ରାବର ମହତ୍ୱକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମରେ ଋତୁସ୍ରାବ ସ୍ୱଚ୍ଛତା ଅଭ୍ୟାସ ଉପରେ ଏକ ଅଧିବେଶନ ଅନ୍ତର୍ଭୁକ୍ତ ଥିଲା । ଏହାପରେ ୟୁନିଚାର୍ଜ ସହଯୋଗରେ ସୋଫି ସାନିଟାରୀ ନାପ୍କିନ୍ସର ବିତରଣ କରାଯାଇଥିଲା । ଅଙ୍କୁରା ହସ୍ପିଟାଲ, ଭୁବନେଶ୍ୱରର ପ୍ରତିଷ୍ଠିତ ଅବ୍ଷ୍ଟେଟ୍ରିସିଆନ ଓ ଗାୟନାକୋଲୋଜିଷ୍ଟ ଡକ୍ଟର ମୋନାଲିସା ନାୟକ ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସଂକ୍ରମଣକୁ ରୋକିବା ଓ ମହିଳାଙ୍କୁ ସୁସ୍ଥତା ବୃଦ୍ଧି କ୍ଷେତ୍ରରେ ଋତୁସ୍ରାବ ସ୍ୱଚ୍ଛତାର ଭୂମିକା ଉପରେ ମହତ୍ୱ ଦେଇଥିଲେ । ଆୟୁ ଫାଉଣ୍ଡେଶନ, ଅଙ୍କୁରା ହସ୍ପିଟାଲ ଓ ରୋଟାରି କ୍ଲବ ଅଫ ଭୁବନେଶ୍ୱର ମିଡୋଜର ପ୍ରତିନିଧିମାନେ ସମୁଦାୟ ସଚେତନତା ଓ ମହିଳାଙ୍କ ସ୍ୱାସ୍ଥ୍ୟ ସଶକ୍ତିକରଣ ପ୍ରତି ନିଜର ମିଳିତ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନେକ ଉତ୍ସାହୀ ମହିଳା ଯୋଗ ଦେଇଥିଲେ ଯାହା ସୂଚିତ ସ୍ୱାସ୍ଥ୍ୟ ପସନ୍ଦଗୁଡିକୁ ଗ୍ରହଣ କରିବା ପାଇଁ ବଢୁଥିବା ସଚେତନତା ଓ ସହମତିକୁ ପ୍ରତିଫଳନ କରିଥିଲା । ଏହି ପଦକ୍ଷେପ ମହିଳାମାନେ ଯେପରି ସୁରକ୍ଷା, ସମ୍ମାନ ଓ ସଶକ୍ତ ଋତୁସ୍ରାବ ଯତ୍ନ ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟସେବା, ସମୁଦାୟ ସେବା ଓ କର୍ପୋରେଟ ସାମାଜିକ ଦାୟିତ୍ୱ ମଧ୍ୟରେ ସହଭାଗିତା ଶକ୍ତି ପ୍ରତି ଏକ ପ୍ରମାଣ ଅଟେ
।
Comments are closed.