ବ୍ରିଜ ମରାମତି ସମୟରେ ନଦୀକୁ ଖସି ପଡିଲେ ୫ ଶ୍ରମିକ
ଗତ କାଲି ରାତି ଢେଙ୍କାନାଳରେ ଏକ କାମାକ୍ଷାନଗରରେ ଏକ ଦୁଖଃଦ ଘଟଣା ଘଟିଛି । ବ୍ରିଜ ମରାମତି କାମ ଚାଲୁଥିବା ସମୟରେ ୫ ଜଣ ଶ୍ରମିକ ନଦୀକୁ ଖସି ପଡିଛନ୍ତି । ଭାଗ୍ୟବଶତଃ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ନିଖୋଜ ଅଛନ୍ତି । ଏହି ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ସ୍ଥିତ ବ୍ରାହ୍ମଣୀ ନଦୀ ଉପରେ ଯାଇଥିବା ସାରଙ୍ଗଧର ବ୍ରିଜ ଉପରେ ଘଟିଛି ।
ମିଳିଥିବା ସୂଚନା ମୁତାବକ ୫ ନିର୍ମାଣଧିନ ଶ୍ରମିକ ବ୍ରାହ୍ମଣୀ ବ୍ରିଜକୁ ଖସି ପଡିଛନ୍ତି । ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଅନେକ ସମୟ ପରେ ଉକ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ନିଖୋଜ ଥିବାବେଳେ ଆଜି ତାଙ୍କ ଶବକୁ ଉଦ୍ଧାର କରାଯାଇଛି ।
ମୃତ ଶ୍ରମିକଙ୍କ ନାମ ଦୀଲିପ କୁମାର ଥିବାବେଳେ ସେ ବିହାରର ବାସିନ୍ଦା ଅଟନ୍ତି
Comments are closed.