ଇରାନକୁ ପ୍ରଶ୍ନ, ପାକିସ୍ତାନ ପରମାଣୁ ବୋମା ସଂକ୍ରାନ୍ତରେ ଚୁପ… ଟ୍ରମ୍ପଙ୍କୁ କାଠଗଡାରେ ଠିଆ କଲେ ବିଶେଷଜ୍ଞ
ଇସ୍ରାଇଲ ଶୁକ୍ରବାର ଦିନ ଇରାନ ଉପରେ ଭୀଷଣ ଆକ୍ରମଣ କରିଥିଲା । ଇସ୍ରାଇଲ କହିବା ମୁତାବକ, ଇରାନ ପରମାଣୁ ବୋମା ତିଆରି ଉପରେ ପ୍ରତିରୋଧ ଲଗାଇବା ପାଇଁ ସେ ଏହି ଆକ୍ରମଣ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣକୁ ନେଇ ଇସ୍ରାଇଲର ପିଠି ଥାପୁଡି କହିଛନ୍ତି ଯେ, ଏହା ଦ୍ୱାରା ତାଙ୍କ ପ୍ରଶାସନକୁ ଇରାନ ସହିତ ପରମାଣୁ ଚୁକ୍ତି କରିବାକୁ ସାହାଯ୍ୟ ମିଳିବ । ଟ୍ରମ୍ପଙ୍କ ଏହି ମୋଡକୁ ନେଇ କୂଟନୀତିଜ୍ଞ ବିଶେଷଜ୍ଞ ବ୍ରହ୍ମା ଚେଲାନୀ ପ୍ରଶ୍ନ ଉଠାଇ ତାଙ୍କୁ ଆଣି କାଠଗଡାରେ ଠିଆ କରିଦେଇଛନ୍ତି ଏବଂ ପ୍ରଶ୍ନ କରିଛନ୍ତି ଯେ, ପରମାଣୁ ବୋମା ପ୍ରସ୍ତୁତ କରିବା ଏବଂ ସୈନ୍ୟ ବଳ ମଜବୁତ କରିବା ପାଇଁ ଆମେରିକା ସବୁବେଳେ ପାକିସ୍ତାନକୁ ସାହାଯ୍ୟ କରିଛି । ଚେଲାନୀ ଟ୍ରମ୍ପଙ୍କୁ ଭର୍ସନା କରି କହିଛନ୍ତି ଯେ, ଆମେରିକାର ରୋବାବ ସମସ୍ତଙ୍କ ପାଇଁ ସମାନ ନୁହେଁ ।
ଚେଲାନୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, “ଟ୍ରମ୍ପ ସ୍ପଷ୍ଟ ଋପରେ କହିଛନ୍ତି ଯେ, ଇରାନ ପାଖରେ ପରମାଣୁ ବୋମା ପ୍ରସ୍ତୁତ ହୋଇପାରିବ ନାହିଁ ଅର୍ଥାତ ସେ କୌଣସି ବି ପରିସ୍ଥିତିରେ ଇରାନକୁ ପରମାଣୁ ବୋମା ପ୍ରସ୍ତୁତ କରିବାରେ ଅଟକାଇବେ । ” ଅନ୍ୟପଟରେ ଭାରତକୁ ଅଟାଇବା ପାଇଁ ଆମେରିକା (ଏବଂ ଚୀନ) ଆତଙ୍କବାଦୀର ଫ୍ୟାକ୍ଟ୍ରି ପାକିସ୍ତାନକୁ ପରମାଣୁ ବୋମା ପ୍ରସ୍ତୁତ କରିବାରେ ସାହାଯ୍ୟ କରିଛି । ତେବେ ନିକଟ ସଂଘର୍ଷରେ ମଧ୍ୟ ଆମେରିକା ପାକିସ୍ତାନକୁ ବଂଚାଇବାରେ ସାହାଯ୍ୟ ମଧ୍ୟ କରିଛି ।
ଚେଲାନୀ ନିଜ ଟ୍ୱିଟ ସହ ନିୟୁୟର୍କ ଟାଇମ୍ସର ଏକ ଦସ୍ତାବିଜ ମଧ୍ୟ ସେୟାର କରିଛି । ଯେଉଁଥିରେ ଲେଖାଯାଇଛି କିପରି ୬୦ ଦ୍ଶକରେ ପାକିସ୍ତାନ ପରମାଣୁ ବୋମାର ଘୋଷଣା ଉପରେ ଆମେରିକା ଏହି ସଂକ୍ରାନ୍ତରେ ଖାଲି ଚୁପ ରହିଲା ନାହିଁ ବରଂ ତାକୁ ସାହାଯ୍ୟ ମଧ୍ୟ କଲା । ଏହି ଦସ୍ତାବୀଜ ୬୦ ଦଶକର ଜୁଲଫାକର ଭଟ୍ଟଙ୍କ “ରୋଟି ଖାଇବୁ ନାହଁ ପଛେ ପରମାଣୁ ତିଆରି କରବୁ ” ନାରା ଉପରେ ଆମେରିକା ଚୁପ ରହିବା ସହ ପରେ ୱାଶିଂଟନ, ଇସଲାମାବାଦର ସାହାଯ୍ୟ ମଧ୍ୟ କରିଥିଲା ।”
Comments are closed.