ଜାଳାଁସ୍ଥିତ ମିଶନ ଆଶ୍ରା କେନ୍ଦ୍ରରେ ସମ୍ ପକ୍ଷରୁ ସ୍ୱାସ୍ଥ୍ୟ  ଶିବିର


ଭୁବନେଶ୍ୱର, ୧୬/୦୨:  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଆନୁକୂଲ୍ୟରେ ଜାଳାଁସ୍ଥିତ “ଆଶ୍ରା” ନିରାଶୟ ଓ ମାନସିକ ବିକାରଗ୍ରସ୍ତ ଲୋକଙ୍କ ଥଇଥାନ କେନ୍ଦ୍ରରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ ର ଏକ ସାତ ଜଣିଆ ଚିକିତ୍ସା ବିଶେଷଜ୍ଞ ଦଳ ଏହି ଶିବିରରେ ଚିକିତ୍ସା ପ୍ରଦାନ କରିଥିଲେ ।

ଗାଇନୋକୋଲୋଜି  ବିଭାଗର ଡାକ୍ତର  ଅଳ୍ପନା ବେହେରା, ସ୍କିନ ଓ ଭିଡି ବିଭାଗର ଡାକ୍ତର କଲ୍ଲୋଳିନି ସାମଲ , ସାଇକ୍ରିଆଟିକ୍ ବିଭାଗର ଡାକ୍ତର ସ୍ନେହଲତା ଚୌଧୁରୀ , ଡେଂଟାଲ ବିଭାଗର ଡାକ୍ତର ସ୍ୱାତି ପଟ୍ଟନାୟକ ଓ ଡାକ୍ତର ନିକିତା ମହାନ୍ତି ପ୍ରମୁଖ ଉକ୍ତ କେନ୍ଦ୍ରର ସମସ୍ତ ଅନ୍ତେବାସୀଙ୍କୁ ଚିକିତ୍ସା, ସଚେତନତା ଓ ପରୀକ୍ଷା ସହିତ ସେମାନଙ୍କୁ ମାଗଣା ଔଷଧ ବିତରଣ କରିଥିଲେ ।

ସାମାଜିକ  ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ଓ ପ୍ରଶାସନ ସହଯୋଗରେ ପିପୁଲସ୍ ଫୋରମ୍ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରର ସମସ୍ତ କର୍ମଚାରୀ ଏହି ଶିବିରକୁ ପୂର୍ଣ୍ଣ ସହଯୋଗ କରିଥିଲେ । 

ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହା ଆୟୋଜନ କରାଯାଇଥିଲା ।

ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନଙ୍କ ମଧ୍ୟରେ ସୋଆ ଲ’ ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସାହୁ , ରୋଗୀ ସଂପର୍କ ଉପନିର୍ଦ୍ଦେଶକ ଡାକ୍ତର ଲିଙ୍ଗରାଜ ରଥ, ମ୍ୟାନେଜର ଶ୍ରୀମତି ଅପନ୍ନା ଦାସ , ଶ୍ରୀମତି ଜୟଶ୍ରୀ ନାୟକ , ଶ୍ରୀମତି ଦିପ୍ତିମୟୀ କୁଅଁର, ଶ୍ରୀ ଆଲୋକ ଜେନା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିଥିଲେ ।
ଜିଲ୍ଲା ଆଇନ୍ ପ୍ରାଧିକରଣ ଭୁବନେଶ୍ୱର ର ଆନୁକୂଲ୍ୟ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଶ୍ରୀମତୀ ସୌଦାମିନୀ ସିଂ ଉପସ୍ଥିତ ଥିଲେ ।


Share It

Comments are closed.