ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ରେଡ୍


ଜମି କାରବାରରେ ଦୁର୍ନୀତି ଅଭିଯୋଗରେ ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଚଢ଼ାଉ। ଆଜି ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate)ଚଢ଼ାଉ କରିଛି। ଜମି କାରବାରରେ ଦୁର୍ନୀତି ଅଭିଯୋଗରେ ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଚଢ଼ାଉ। ଆଜି ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate)ଚଢ଼ାଉ କରିଛି। ଭୁବନେଶ୍ୱରରେ ଥିବା ପ୍ରଫୁଲ୍ଲଙ୍କ ୪ଟି ସ୍ଥାନ ସାଙ୍ଗକୁ ଭଦ୍ରକର ୬ଟି ସ୍ଥାନରେ ଏକକାଳୀନ ଭାବେ ଚଢ଼ାଉ କରିଛି ଇଡି(ED) ପ୍ରଫୁଲ୍ଲ ସାମଲଙ୍କ ସମେତ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି।ତେବେ ପ୍ରଫୁଲ୍ଲ ସାମଲଙ୍କ ସାବନା ବଜାର ସ୍ଥିତ ଘର , ବରପଦା(Barapada)ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ଘରେ ମଧ୍ୟ ଚଢ଼ାଉ ତେବେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷା ବଳୟରେ ଚଢ଼ାଉ ହେଉଛି।

ସୂଚନା ଅନୁସାରେ ୨୦ କୋଟି ଟଙ୍କାର ଜମି ଦୁର୍ନୀତି ନେଇ ଇଡି ପକ୍ଷରୁ ଏହି ବଡ଼ ଚଢ଼ାଉ କରାଯାଇଛି । ଯେତେବେଳେ ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିଲେ ସେତେବେଳେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ସେ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏକ ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିଲା, ଯାହାକୁ ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲେ ବି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ଏହି ମାମଲା କ୍ରମେ ଇଡି(ED) ହାତକୁ ଆସିଥିଲା । ଏହି ମାମଲାକୁ ନେଇ ଆଜି ଇଡି ରେଡ୍ ଆରମ୍ଭ କରିଛି।


Share It

Comments are closed.