‘ବୋଉ ବୁଟୁ ଭୁତ’ର ମିଡ଼ ନାଇଟ ଶୋ’ ଦେଖିଲେ ଦର୍ଶକ

Share It

ଆଜି ମୁକ୍ତିଲାଭ କରୁଛି ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’। ଦର୍ଶକଙ୍କ ଉତ୍କଣ୍ଠାକୁ ଆଖିରେ ରଖି ଭୁବନେଶ୍ୱରର ଶ୍ରୀୟା ହଲରେ ରିଲିଜ ପୂର୍ବରୁ ଏକ ‘ମିଡନାଇଟ ଶୋ’ ର ଆୟୋଜନ କରାଯାଉଥିଲା । ଯାହାକି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆଗରୁ କେବେ ହୋଇନଥିଲା। ପ୍ରଯୋଜନା ତଥା ବିତରଣକାରୀ ସଂସ୍ଥା ପକ୍ଷରୁ ପରୀକ୍ଷାମୂଳକ ଭାବେ ନିଆଯାଇଥିବା ଏହି ଅଭିନବ ପଦକ୍ଷେପ ବା ପ୍ରମୋସନାଲ ଷ୍ଟ୍ରାଟେଜି ବେଶ ସଫଳ ସାବ୍ୟସ୍ତ ହୋଇଥିଲା। ଆଉ ରାଜଧାନୀରେ ମିଡନାଇଟ ଶୋର ଫିବର ଦେଖିବାକୁ ମିଳିଥିଲା। ସାରା ସହର ନିଦର ଚାଦର ଘୋଡେଇ ହେଉଥିବା ବେଳେ ଶ୍ରୀୟା ପରିସରରେ କିନ୍ତୁ ଲୋକରଣ୍ୟ। ନିଜର ପ୍ରଶଂସକ ମାନଙ୍କୁ ଉତ୍ସାହିତ କରିବା ପାଇଁ ସୁପରଷ୍ଟାର ବାବୁସାନ ମଧ୍ୟ ଏହି ମିଡନାଇଟ ଶୋରେ ଯୋଗଦେବାକୁ ପହଂଚି ଥିଲେ ଶ୍ରୀୟାରେ। ନିଜ ପସନ୍ଦର ତରକାଙ୍କୁ ପାଖରେ ପାଇ ଦର୍ଶକବି ବିହ୍ଵଳ ହୋଇଯାଇଥିଲେ। ଶ୍ରୀୟାର ସଫଳତା ତଥା ଅଗ୍ରିମ ସବୁ ଟିକେଟ ବିକ୍ରି ହୋଇଯିବା ପରେ ସ୍ୱାତୀ ସିନେପ୍ଲେକ୍ସ ଓ ବ୍ରହ୍ମପୁରର ପାୟଲ ହଲରେ ମଧ୍ୟ ଏକକାଳୀନ ଆଉ 2ଟି ‘ମିଡ଼ ନାଇଟ ଶୋ’ ରଖାଯାଇଛି।ରାତି ବାରଟାରେ ଭୂତ ସିନେମାର ରୋମାଞ୍ଚ ଓ ମଜା ନେଉଛନ୍ତି ଦର୍ଶକ।
ବାବୁସାନ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ ସାରା ଓଡିଶାରେ 61ଟି ପ୍ରେଖ୍ୟାଳୟରେ ମୁକ୍ତିଲାଭ କରିଥିବାବେଳେ ଏହାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଓଲିଉଡ଼ର ସୁପରଷ୍ଟାର ବାବୁଶାନ୍ ମହାନ୍ତି । ତାଙ୍କ ଅପୋଜିଟ୍ ରେ ଅଛନ୍ତି ଏଭରଗ୍ରୀନ ଅର୍ଚ୍ଚିତା । ସେହି ପରି ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏଥିରେ ଏକ ଗୁରୁତରପୂର୍ଣ ଚରିତ୍ରରେ ଦେଖିବାକୁ ମିଳିଛି। ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, କେକେ, ରବି ମିଶ୍ର, ଅନୁଗୁଳିଆ ବଣ୍ଟି ଓ ଉଦିତ ଗୁରୁ। ଜଗଦୀଶ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଛନ୍ତି। କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ମ. ଇମ୍ରାନ। ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। ଡିଓପି ଅଛନ୍ତି ରୁଦ୍ରକାନ୍ତ ସିଂ। କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସମ୍ବିତ ଜେନା। ପ୍ରଚାର ପ୍ରସାର ଦାୟିତ୍ୱ ତୁଲାଉଛନ୍ତି ହରପ୍ରସାଦ ମହାପାତ୍ର। ପ୍ରକାଶ ଫିଲ୍ମସ ଏହାର ବିତରଣ ଦାୟିତ୍ୱ ବହନ କରିଛନ୍ତି। ଏହି ହରର କମେଡି ଓ ସସ୍ପେନ୍ସ ଡ୍ରାମାର ଟ୍ରେଲର ସାଙ୍ଗକୁ ‘ଡୁଙ୍ଗୁଥିଲି..’ ଏବଂ ‘ଓଦା ଲାଗେ..’ ଗୀତ ଦୁଇଟି ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇଛି।


Share It

Comments are closed.