ବାଇକ ଚାଳକକୁ ବଂଚାଇବାକୁ ଯାଇ ଓଲଟି ପଡିଲା ଅଳିଆ ବୋଝେଇ ଟ୍ରକ

Share It

ଗୁରୁବାର ସକାଳେ ଏକ ଅଳିଆ ବୋଝେଇ ଟ୍ରକ କଟକସ୍ଥିତ ଲିଙ୍କରୋଡ ମୁଖ୍ୟ ରାସ୍ତା ଉପରେ ଓଲଟି ପଡିଛି । ଅଳିଆ ବୋଝେଇ ଟ୍ରକ ଓଲଟି ପଡିବା ହେତୁ ସମସ୍ତ ବର୍ଜ୍ୟବସ୍ତୁ ରାସ୍ତା ଉପରେ ଖେଳେଇ ହୋଇ ପଡିଥିଲା ।
ମିଳିଥିବା ସୂଚନା ମୁତାବକ, ଉକ୍ତ ଅଳିଆ ବୋଝେଇ ଟ୍ରକ ଭୁବନେଶ୍ୱରୁର ଆସୁଥିଲା । ଟ୍ରକଟି ଲିଙ୍କ ପାସ କରି ଯାଉଥିବା ସମୟରେ ଏକ ବାଇକ ଚାଳକ ଦ୍ରୁତ ଗାତି ଟ୍ରକ ସାମନାକୁ ପଳାଇ ଆସିଥିଲା । ଉକ୍ତ ବାଇକ ଚାଲକକୁ ବଂଚାଇବାକୁ ଯାଇ ଅଳିଆ ନେଇ ଆସୁଥିବା ଟ୍ରକ ଚାଳକଟି ବ୍ରେକ ମାରିବା ଫଳରେ ଟ୍ରକଟି ହଠାତ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଯାହା ଫଳରେ ସମସ୍ତ ଅଳିଆ ରାସ୍ତା ଉପରେ ଖେଳାଇ ହୋଇ ପଡିଥିଲା ।
ଏ ସଂପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପଂହଚି ନିଜର ଜରୁରୀକାଳୀନ କାର୍ଯ୍ୟ ପୂରଣ କରିବା ସହ ଅଳିଆ ସଫା କରିଥିଲା । ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାରେ କେହି ଆହାତ ହୋଇ ନାହାନ୍ତି ।


Share It

Comments are closed.