ହନିମୁନ ହତ୍ୟା ଘଟଣା; ସୋନମଙ୍କୁ ତିନି ଦିନିଆ ରିମାଣ୍ଡରେ ନେଲା ପୋଲିସ
ବହୁ ଚର୍ଚ୍ଚିତ ହନିମୁନ ହତ୍ୟା ଘଟଣାରେ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ତିନି ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ନେବା ପାଇଁ ମେଘାଲୟ ପୋଲିସକୁ ଅନୁମତି ମିଳିଥିବାର ଜଣା ପଡିଛି ।
ସୋନମ କଏଦ ଥିବା ପାଟନାସ୍ଥିତ ପୁଲୱାରୀ ସରଫି ପୋଲିସ ଷ୍ଟେସନର ଭିତର ଦୃଶ୍ୟ ପୋଲିସ ପକ୍ଷରୁ ଲୋକଲୋଚନକୁ ଅଣାଯାଇଛି । ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ପୋଲିସ ସିଲଂଗ ନେଇଯାଇଛି ।
ଏହି ଇନ୍ଦୋର ଦମ୍ପତି ନିଖୋଜ ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଜଣଙ୍କୁ ଉତ୍ତର ପ୍ରଦେଶରୁ ଏବଂ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ପ୍ରଦେଶରୁ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ସୋନମ ହେଉଛନ୍ତି ମୃତକ ରାଜା ରଘୁବଂଶୀଙ୍କ ପତ୍ନୀ ଯିଏକି ନିଜେ ଉତ୍ତର ପ୍ରଦେଶରେ ଆତ୍ମସମର୍ପଣ କରିଛନ୍ତି । ମେଘାଳୟ ପୋଲିସର ନିର୍ଦ୍ଦେଶକ ଇଦାସିହାସ ନନଗ୍ରାଙ୍ଗ ଏହି ଗିରଫଦାରୀ ସଂପର୍କରେ ସୂଚନା ଦେଇଛନ୍ତି ।
ଇନ୍ଦୋର ଦମ୍ପତି ନିଖୋଜ ଘଟଣାରେ ସୂଚନା ଦେଇ ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କୋନରାଡ ସାଙ୍ଗମା କହିଛନ୍ତି ଯେ, “୭ ଦିନ ଭିତରେ ରାଜା ହତ୍ୟା ମାମଲା ଘଟଣାରେ ମେଘାଳୟ ପୋଲିସକୁ ଏକ ବଡ ସଫଳତା ମିଳିଛି । ଏଥିରେ ସଂପୃକ୍ତ ଥିବା ମଧ୍ୟ ପ୍ରଦେଶ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଏହି ମାମଲାରେ ଜଣେ ମହିଳା ଆତ୍ମସମର୍ପଣ ମଧ୍ୟ କରିଛନ୍ତି । ଆଉ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ବର୍ତ୍ତମାନ ଜାରି ରହିଛି ।”
୨୪ ବର୍ଷୀୟା ସୋନମଙ୍କୁ ବାରାଣାସୀ- ଗାଜୀପୁର ମୁଖ୍ୟ ରାସ୍ତାସ୍ଥିତ କାଶୀ ଢାବା ଠାରେ ଠାବ କରାଯାଇଥିଲା । ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଇ ଦିଆଯାଇଛି ଏବଂ ତାଙ୍କୁ ଗାଜିପୁରସ୍ଥିତ ୱାନ ଷ୍ଟପ କେନ୍ଦ୍ରରେ ରଖାଯାଇଛି ବୋଲି ଉତ୍ତର ପ୍ରଦେଶର ଏଡିଜି ଲ ଏବଂ ଅର୍ଡର ଶ୍ରୀ ଅମିତାଭ କହିଛନ୍ତି ।
Comments are closed.