୧୪୨୧୩ଟି ଟ୍ରାକ୍ଟର ବିକ୍ରିର ନୂଆ ମାଇଲଖୁଂଟ ହାସଲ କରିଛି ସୋନାଲିକା ଟ୍ରାକ୍ଟର୍ସ
ଭୁବନେଶ୍ୱର : ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନୀକାରୀ ବ୍ରାଣ୍ଡ ସୋନାଲିକା ଟ୍ରାକ୍ଟର୍ସ ଗତ ମେ’ ମାସରେ ୧୪୨୧୩ଟି ଟ୍ରାକ୍ଟର ବିକ୍ରିର ଏକ ନୂଆ ମାଇଲଖୁଂଟ ସହ ୨୦୨୫-୨୬ ଆର୍ଥିକ ବର୍ଷର ଯାତ୍ରାରେ ଆଗକୁ ବଢିଛି । ଏହି ନୂଆ ସଫଳତା ସୋନାଲିକାର ଗ୍ରାହକ-କେନ୍ଦ୍ରିତ ଆଭିମୁଖ୍ୟ ଓ ଅତ୍ୟାଧୁନିକ ଉଦ୍ଭାବନର ଫଳାଫଳ । କମ୍ପାନୀ ଏହାର ହେଭି ଡ୍ୟୁଟି ଟ୍ରାକ୍ଟରଗୁଡିକ ସହ ଭାରତୀୟ କୃଷି କ୍ଷେତ୍ରର ରୂପାନ୍ତରଣକୁ ଆଗକୁ ବଢାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କମ୍ପାନୀର ଏହି ହେଭି ଡ୍ୟୁଟି ଟ୍ରାକ୍ଟରଗୁଡିକରେ ଭାରତର ବିଭିନ୍ନ ଅଂଚଳର ମୃତିକା ବିବିଧତାରେ ସର୍ବାଧିକ କୃଷି ଉତ୍ପାଦନ ପାଇଁ ସବୁଠାରୁ ବଡ ଇଞ୍ଜିନ, ଆଡ୍ଭାନ୍ସଡ ଟ୍ରାନ୍ସମିଶନ ଏବଂ ସଠିକ ହାଇଡ୍ରୌଲିକ୍ସ ଭଳି ଅତ୍ୟାଧୁନିକ ଫିଚର ରହିଛି । ଚଳିତ ବର୍ଷ ମୌସୁମୀର ଶୀଘ୍ର ଆଗମନ ଚାଷୀଙ୍କ ପାଇଁ ଏକ ଫଳପ୍ରଦ ଋତୁ ପାଇଁ ସକାରାତ୍ମକତା ଓ ଆଶା ଆଣିଛି । କୃଷକ-କେନ୍ଦ୍ରିତ ପଦକ୍ଷେପ ଓ ବିଶ୍ୱସ୍ତରୀୟ କୃଷି ଟେକ୍ନୋଲୋଜିର ଗ୍ରହଣୀୟତା ସହିତ ସୋନାଲିକା ସଫଳତା ସହ ଲ୍ୟାବ୍ରୁ ଚାଷ ଜମି ମଧ୍ୟର ଅନ୍ତରକୁ ଦୂର କରିଛି ।
ଏଥିସହିତ କୃଷକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ କ୍ରୟ କରିବା ଲାଗି ସମାନ ସୁଯୋଗ ପ୍ରଦାନ କରି ସୋନାଲିକା ପକ୍ଷରୁ ଏହାର ‘ସୋନାଲିକା ଜୁନ ଡବଲ ଜ୍ୟାକପଟ ଅଫର୍’ ଲଂଚ କରାଯାଇଛି ଯାହା କୃଷକଙ୍କୁ ୧୯୭୫ଟି ଗ୍ରାଣ୍ଡ ପ୍ରାଇଜ୍ ମଧ୍ୟରୁ ଗୋଟିଏ ଜିତିବାର ସୁଯୋଗ ପ୍ରଦାନ କରୁଛି ।
ଗତ ମେ’ ମାସର ବିକ୍ରି ସଫଳତା ସମ୍ପର୍କରେ ଇଂଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତଲ କହିଛନ୍ତି, “ଆମର ପ୍ରତ୍ୟେକ ଉଦ୍ଭାବନକୁ କୃଷକଙ୍କ ଜୀବନରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ପାଇଁ ନିର୍ମାଣ କରାଯାଉଛି ଏବଂ ଆମେ ଗତ ମେ’ ମାସରେ ସର୍ବାଧିକ ୧୪୨୧୩ଟି ଟ୍ରାକ୍ଟର ବିକ୍ରି କରି ନୂଆ ପ୍ରଦର୍ଶନ ରେକର୍ଡ ହାସଲ କରିଥିବାରୁ ଖୁସି ଅନୁଭବ କରୁଛୁ । ପ୍ରତ୍ୟେକ ନୂଆ ସଫଳତା ଆମକୁ ଆମର ଉଦ୍ଭାବନ ଶୃଙ୍ଖଳାକୁ ଆଗକୁ ବଢାଇବା ଏବଂ ବିଶ୍ୱବ୍ୟାପୀ କୃଷକଙ୍କ ପାଇଁ ଉତ୍ପାଦକତା ଓ ସମୃଦ୍ଧତାକୁ ପରିଚାଳନା କରୁଥିବା ପରବର୍ତୀ ପିଢିର ଟେକ୍ନୋଲୋଜି ଆଣିବା ପାଇଁ ପ୍ରୋତ୍ସାହିତ କରୁଛି । ସଠିକ ସମୟରେ ମୌସୁମୀର ଆଗମନ ସ୍ୱତନ୍ତ୍ର ଟ୍ରାକ୍ଟରଗୁଡିକ ପାଇଁ ଚାହିଦାକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।”
Comments are closed.