ଆସୁଛି ବର୍ଷା ଦିନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାବା ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ
ଭୁବନେଶ୍ୱର : ସମଗ୍ର ଦେଶରେ ବୃଦ୍ଧି ପାଉଥିବା କୋଭିଡ଼ ସ୍ଥିତି ତଥା ଫ୍ଲୁ ମାମଲା ଗୁଡ଼ିକୁ ଦୃଷ୍ଟିରେ ରଖି ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ୍ କରିବା ତଥା ଏହାକୁ ଭଲ ଭାବରେ କ୍ରିୟାଶୀଳ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ପ୍ରସଙ୍ଗରେ ଡା. ରୋହିଣୀ ପାଟିଲ, ଏମବିବିଏସ ଏବଂ ନ୍ୟୁଟ୍ରିସନିଷ୍ଟଙ୍କ ମତରେ ଆଲମଣ୍ଡ, ହଳଦୀ, ଅଦା ଭଳି ପୋଷକ ତତ୍ୱରେ ଭରପୁର ଖାଦ୍ୟକୁ ସାମିଲ କରିବା ଦ୍ୱାରା ଏହା ଆପଣଙ୍କର ଶରୀରରେ ପ୍ରତିରୋଧୀ ପ୍ରଣାଳୀକୁ ଦୃଢ଼ କରିବା ସହିତ ଏହି ଋତୁ ପରିବର୍ତନ ସମୟରେ ଆପଣଙ୍କୁ ସୁସ୍ଥ ରଖିଥାଏ । କାଲିଫର୍ଣ୍ଣିଆ ଆଲମଣ୍ଡ ୧୫ଟି ଅତ୍ୟାବଶ୍ୟକୀୟ ପୌଷ୍ଟିକତତ୍ୱରେ ଭରପୁର । ଯେଉଁଥିରେ ରହିଛି ଉପାଦେୟ ଚର୍ବି, ପ୍ରୋଟିନ, ଜିଙ୍କ, ମ୍ୟାଗନେସିୟମ ତଥା ଭିଟାମିନ ଇ ଯାହାକି ହୃଦଜନିତ ସୁସ୍ଥତାକୁ ବଢ଼ାଇବା ସହିତ ଶରୀର ଶକ୍ତି ସ୍ତରକୁ ବୃଦ୍ଧି କରିଥାଏ । ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (ଏଫଏସଏସଏଆଇ) ଅନୁମୋଦିତ ମୁତାବକ, ଆମ ଦୈନନ୍ଦିନ ଖାଦ୍ୟ ଅଭ୍ୟାସରେ ଆଲମଣ୍ଡର ଯୋଗଦାନ ଶରୀରରେ ରୋଗ ପ୍ରତିରୋଧଶକ୍ତି ବୃଦ୍ଧି ସହିତ ଅତି ପ୍ରଭାବଶାଳୀ ଢ଼ଙ୍ଗରେ ଶରୀରକୁ ନିରୋଗ ରଖିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଗୋଟିଏ ମୁଠା ଆଲମଣ୍ଡ ଖାଦ୍ୟରେ ଗ୍ରହଣ ଦ୍ୱାରା ଏହା ଉତମ ଚର୍ମ ସ୍ୱାସ୍ଥ୍ୟ ତଥା ଶରୀରର ଓଜନ ପରିଚାଳନାରେ ସାହାଯ୍ୟ କରିଥାଏ ।
ଜ୍ୱଳନ-ପ୍ରତିରୋଧକାରୀ ତଥା ଆଂଟିଅକ୍ସିଡାଂଟ ତତ୍ୱ ଭାବରେ ଜଣାଶୁଣା ହଳଦି ବିଶେଷଭାବରେ ରୋଗ ପ୍ରତିରୋଧଶକ୍ତି ବୃଦ୍ଧି ଏବଂ ସଂକ୍ରମଣକୁ ପ୍ରତିହତ କରିବାରେ ଯଥେଷ୍ଟ ସାହାଯ୍ୟ କରେ । ଏହି ଫ୍ଲୁଜନିତ ସମସ୍ୟାରେ ତଥା ବିଶେଷ ଭାବରେ ମୌସୁମୀ ଋତୁରେ ଏହାକୁ ନିଜ ଖାଦ୍ୟରେ ସାମିଲ କରିବା ଅତି ଆବଶ୍ୟକ ଅଟେ । ସେହିଭଳି ଅଦା ପାଚନକ୍ରିୟାରେ ସାହାଯ୍ୟ, ଜ୍ୱଳନ ହ୍ରାସ ତଥା ଜୀବାଣୁ ନିରୋଧକାରୀ ଶକ୍ତି ଭାବରେ ରହି ଶରୀରରେ ସାଧାରଣ ଥଣ୍ଡା ଓ ଗଳା ଦରଜ ଭଳି ଲକ୍ଷଣ ବିରୋଧରେ ଏହା ଲଢ଼େଇ କରିଥାଏ । ଆଲ୍ଲିସିନ ଭଳି ଏକ ଯୌଗିକତତ୍ୱ ରସୁଣରେ ଭରପୁର ହୋଇ ରହିଥାଏ ଯାହାକି ରୋଗ ପ୍ରତିରୋଧକାରୀ କାର୍ଯ୍ୟ ପ୍ରଣାଳୀ ବୃଦ୍ଧି କରିବା ସହିତ ଫ୍ଲୁଜନିତ ଋତୁକାଳୀନ ସ୍ଥିତିର ଅତି ଉପକାରୀ ଶକ୍ତି ଭାବରେ ପ୍ରମାଣିତ ହୋଇଥାଏ । କମଳା, ଲେମ୍ବୁ ତଥା ଅଙ୍ଗୁର ଭଳି ସାଇଟ୍ରସ ଫଳ ଗୁଡ଼ିକ ଭିଟାମିନ୍ ସିରେ ଭରପୁର ହୋଇଥାଏ ଯାହାକି ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧିରେ ଉପାଦେୟ ହେବା ସହିତ ଚର୍ମ ସ୍ୱାସ୍ଥ୍ୟ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଭିଟାମିନ୍ ଏ ଏବଂ ସି ଅମୃତଭଣ୍ଡାରେ ପ୍ରଚୁର ମାତ୍ରାରେ ରହିଥାଏ । ଏହା ପାଚନକ୍ରିୟାରେ ସହାୟକ ହେବା ସହିତ ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧି କରିଥାଏ ।
Comments are closed.