ଭାରତୀୟଙ୍କ ପାଇଁ ଅତୁଳନୀୟ ଫ୍ୟାଶନର ପ୍ରତିଶ୍ରୁତି ଦେଉଛି ଫ୍ଲିପ୍କାର୍ଟର ଇଓଏସଏସ ୨୦୨୫
ଭୁବନେଶ୍ୱର : ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ ଫ୍ଲିପକାର୍ଟ ମେ’ ୩୦ ତାରିଖ ୨୦୨୫ରୁ ଆରମ୍ଭ ହୋଇଥିବା ଏହାର ବହୁପ୍ରତିକ୍ଷୀତ ଫ୍ୟାଶନ ଏଣ୍ଡ ଅଫ ସିଜନ ସେଲ (ଇଓଏସଏସ)ର ଲଂଚ୍ ଘୋଷଣା କରିଛି । ଏହି ଫ୍ୟାଶନ ଇଭେଂଟରେ ୭୦,୦୦୦ରୁ ଅଧିକ ବ୍ରାଣ୍ଡ ଓ ସେଲର ସାମିଲ ରହିବେ ଯିଏକି ଭାରତର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲ ପ୍ରଡକ୍ଟଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ପ୍ରଦାନ କରିବେ । ଏହି ଇଓଏସଏସ ବିସ୍ତୃତ ଉତ୍ପାଦ ସଂଗ୍ରହ ଓ ଉତ୍ସାହଜନକ ଅଫରଗୁଡିକର ଏକ ଶୃଙ୍ଖଳା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛି ଯାହା ଏହାକୁ ଭାରତର ଅନ୍ୟତମ ସର୍ବବୃହତ ଫ୍ୟାଶନ ଉତ୍ସବରେ ପରିଣତ କରୁଛି । ସମସ୍ତ ସର୍ଭିସ୍ଯୋଗ୍ୟ ପିନକୋଡ୍ରୁ ଗ୍ରାହକମାନେ ବ୍ୟାଗି ବଟମ୍, ରେଟ୍ରୋ ରନର, ୟୁଟିଲିଟି ଫିଟ୍, ରିଲାକ୍ସଡ ସିଲହୌଟେ, ଥ୍ରେଡୱର୍କ ଓ ସଫ୍ଟ ବ୍ଲୁମ ପ୍ରିଂଟ ଭଳି ଲୋକପ୍ରିୟ ଷ୍ଟାଇଲଗୁଡିକ ସମେତ ୧୦୦୦ରୁ ଅଧିକ ଟ୍ରେଣ୍ଡରୁ ସ୍ୱତନ୍ତ୍ର କଲେକ୍ସନଗୁଡିକ ପାଇଁ ଆକ୍ସେସ ପାଇବେ । ଉପଲବ୍ଧତା, ବିବିଧତା ଓ ଉଦ୍ଭାବନ ଉପରେ ଗୁରୁତ୍ୱ ଦେଇ ଏଣ୍ଡ ଅଫ ସିଜନ ସେଲ ଦେଶବ୍ୟାପୀ ଗ୍ରାହକଙ୍କ ପାଇଁ ଫ୍ୟାଶନ ସପିଙ୍ଗ ଅନୁଭୂତିକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତ ରହିଛି ।
ବିକଶିତ ଗ୍ରାହକ ପସନ୍ଦଗୁଡିକ ସହ ସମନ୍ୱୟରେ ଫ୍ଲିପକାର୍ଟ ପ୍ରିମିୟମ ଉତ୍ପାଦଗୁଡିକର ଗ୍ରହଣୀୟତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ପରିଲକ୍ଷିତ କରିଛି । ବ୍ରାଣ୍ଡେଡ ଆକ୍ସେସରିରେ ଏକ ଉନ୍ନତ ବାର୍ଷିକ ବୃଦ୍ଧି ଦେଖାଯାଇଥିବା ବେଳେ ପ୍ରିମିୟମ କ୍ଲୋଥିଙ୍ଗ ସେଗ୍ମେଂଟ ମଧ୍ୟ ଚଳିତ ବର୍ଷ ବୃଦ୍ଧି ହାସଲ କରିଛି । ଗତବର୍ଷର ୬୦% ବୃଦ୍ଧି ସହିତ ଡି୨ସି ବ୍ରାଣ୍ଡ କଲେକ୍ସନ ୩ ଗୁଣ ବିସ୍ତାରିତ ହୋଇଛି ।
– ଟାଇଟନ, ଗ୍ୟାପ, କାଲ୍ଭିନ କ୍ଲେନ, ଲିବାସ, ଲିଭାଇସ, ସଫାରି, ଆସିକ୍ସ ଓ ପ୍ୟୁମା ଭଳି ଗ୍ରାହକଙ୍କ ପସନ୍ଦର ବ୍ରାଣ୍ଡଗୁଡିକରେ ଟପ୍ ଡିଲ ଉପଲବ୍ଧ ରହିଛି ।
– ‘ଫଲ୍କଲୋର ଏଥ୍ନିକ’ ସେଟ, ଫ୍ୟୁଜନ କୋ-ଅର୍ଡସ, ହ୍ୱାଇଟ-ଆଉଟ ସୁଜ୍, କଲର ପପ୍ ସୁଟ୍କେସ, ବକଲ୍ ୱେୟାର ଫୁଟ୍ୱେୟାର ଓ ଅନ୍ୟାନ୍ୟ ଶୀର୍ଷ ଟ୍ରେଣ୍ଡଗୁଡିକରୁ ଚୟନ କରିପାରିବେ ।
ଚଳିତ ଏଣ୍ଡ ଅଫ ସିଜନ ସେଲ (ଇଓଏସଏସ) ପ୍ରତ୍ୟେକ ସପର୍ଙ୍କ ପାଇଁ କିଛି ନା କିଛି ଉତ୍ପାଦର ପ୍ରତିଶ୍ରୁତି ଦେଉଛି । ମହିଳାମାନେ ରିଲାକ୍ସଡ କୋ-ଅର୍ଡସ, ଇଣ୍ଡି-ପ୍ରିଂଟ ଏଥ୍ନିକ ସେଟ, ବୋଲ୍ଡ ଫ୍ଲୋରାଲ ଶାଢୀ, ସଫ୍ଟ ଟାଏ-ଅପ ଟପ୍, ୱାଇଡ-ଲେଗ ଜିନ୍ସ ଓ କୋରିଆନ ଫ୍ୟାଶନର ବିକଳ୍ପ ଭଳି ଟ୍ରେଣ୍ଡିଙ୍ଗ ଷ୍ଟାଇଲଗୁଡିକୁ ଏକ୍ସପ୍ଲୋର କରିପାରିବେ । ଅନ୍ୟପକ୍ଷରେ ପୁରୁଷମାନେ ଟେକ୍ସଚର୍ଡ ସାର୍ଟ, ବ୍ୟାଗି ଜିନ୍ସ, ଚେକ୍ମେଟ ପାଟର୍ଣ୍ଣ ଓ ଓଭରସାଇଜ୍ଡ ଟିସାର୍ଟ ଆଦିରୁ ଚୟନ କରିପାରିବେ, ଯାହା ବର୍ତମାନର ଷ୍ଟାଇଲ ଟ୍ରେଣ୍ଡକୁ ପ୍ରତିଫଳନ କରୁଛି । ଫ୍ଲିପକାର୍ଟର ଜେନ୍ଜି ଅଫରିଙ୍ଗ ‘ସ୍ପଏଲ’ ସ୍ୱତନ୍ତ୍ର ଭାବେ ଜେନ୍ଜିଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ୮୦,୦୦୦ରୁ ଅଧିକ ଷ୍ଟାଇଲର ଶୁଭାରମ୍ଭ କରିଛି, ଯାହାକି ପାର୍ଟି ସମେତ ଗ୍ରୀଷ୍ମ ଓ ବର୍ଷା ଋତୁ ପାଇଁ ଉପଯୁକ୍ତ ଅଟେ । ସପର୍ମାନେ ଓଭରସାଇଜ୍ଡ ଫିଟ୍, ୟୁଟିଲିଟି ୱେୟାର ଓ ଫ୍ୟୁଜନ ୱେୟାର ସମେତ କାଳଜୟୀ, ଇନ୍ଫ୍ଲୁଏନ୍ସର ଅନୁପ୍ରାଣିତ ଟ୍ରେଣ୍ଡଗୁଡିକୁ ମଧ୍ୟ ସପିଂ କରିପାରିବେ, ଯାହା ପ୍ରତ୍ୟେକ ଷ୍ଟାଇଲ ଓ ଅବସର ପାଇଁ ଉତ୍ପାଦ ଉପଲବ୍ଧ ରହିଥିବା ସୁନିଶ୍ଚିତ କରୁଛି ।
ଏହି ସପିଙ୍ଗ୍ ଇଭେଂଟ ସମ୍ପର୍କରେ ଫ୍ଲିପକାର୍ଟ ଫ୍ୟାଶନର ଉପାଧ୍ୟକ୍ଷ କୁନାଲ ଗୁପ୍ତା କହିଛନ୍ତି, “ଫ୍ଲିପକାର୍ଟରେ ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଭାରତୀୟ ସପରଙ୍କ ପାଇଁ ଫ୍ୟାଶନକୁ ଗଣତାନ୍ତ୍ରିକ କରିବା ଏବଂ ଏଣ୍ଡ ଅଫ ସିଜନ ସେଲ ହେଉଛି ଉକ୍ତ ପ୍ରତିଶ୍ରୁତିର ଏକ ସେଲିବ୍ରେଶନ । ଚଳିତ ବର୍ଷର ସେଲ ଦେଶର ପ୍ରତ୍ୟେକ କୋଣକୁ ଟ୍ରେଣ୍ଡ-ପ୍ରଥମ, ଟେକ୍ନୋଲୋଜି ସକ୍ଷମ ଓ ଗଭୀର ଭାବେ ବ୍ୟକ୍ତିଗତ ଫ୍ୟାଶନ ଅନୁଭୂତି ଆଣିବା ଉପରେ ଆମର ନିରନ୍ତର ଧ୍ୟାନକୁ ପ୍ରତିଫଳନ କରୁଛି । ସ୍ପଏଲରେ ଜେନ୍ ଜି ଉତ୍ପାଦଠାରୁ ଆରମ୍ଭ କରି ପୋଷାକ, ଫୁଟ୍ୱେୟାର ଓ ଆକ୍ସେସରି କ୍ଷେତ୍ରରେ ପ୍ରିମିୟମ ସିଲେକ୍ସନ ପର୍ଯ୍ୟନ୍ତ ଆମେ ଫ୍ୟାଶନକୁ ଭାରତର ଲକ୍ଷ ଲକ୍ଷ ଗ୍ରାହକଙ୍କ ପପାଇଁ ପହଂଚଯୋଗ୍ୟ, ଦ୍ରୁତ ଓ ଅଧିକ ସୁଲଭ କରୁଛୁ । ଆମେ ଲକ୍ଷ ଲକ୍ଷ ସେଲର, ବ୍ରାଣ୍ଡ ଓ ଗ୍ରାହକଙ୍କୁ ସଂଯୋଗ କରୁଥିବାରୁ , ଅତୁଳନୀୟ ମୂଲ୍ୟ ଓ ସୁବିଧା ପ୍ରଦାନ କରିବା ଉପରେ ଆମର ଧ୍ୟାନ ବଜାୟ ରହିଛି ।”
ଚଳିତ ବର୍ଷର ଇଓଏସଏସ ଆଫିଲିଏଟ ଇନ୍ଫ୍ଲୁଏନ୍ସର ପ୍ରୋଗ୍ରାମ, ବ୍ରାଣ୍ଡେଡ ଇନ୍ଫ୍ଲୁଏନ୍ସର ହୌଲ ଓ ମେଟ୍ରୋ ସହରଗୁଡିକରେ ଅନ୍-ଗ୍ରାଉଣ୍ଡ ଇଓଏସଏସ ପପ୍ ଅପ ଇଭେଂଟଗୁଡିକ ସହିତ କ୍ରିଏଟର ଇକୋସିଷ୍ଟମରେ ସବୁଠାରୁ ବଡ ଯୋଗଦାନର ସାକ୍ଷୀ ହେବ । ଫ୍ଲିପକାର୍ଟ ପକ୍ଷରୁ ଦୁଇଟି ନୂଆ ଟିଭିସି ଫିଲ୍ମର ମଧ୍ୟ ଉନ୍ମୋଚନ କରାଯାଇଛି ଯାହା ସୃଜନଶୀଳ ଭାବେ ଇଓଏସଏସ ସମୟରେ ‘ବିଗ୍ ଡିଲ୍ସ ଅନ ବିଗ୍ ବ୍ରାଣ୍ଡସ୍’ ସୌଜନ୍ୟରୁ ନନ୍-ଷ୍ଟପ ସ୍କ୍ରୋଲିଙ୍ଗ ପାଇଁ ଆଗ୍ରହକୁ ପ୍ରଦର୍ଶିତ କରୁଛି ।
କ୍ୟାମ୍ପେନ ଲିଙ୍କ୍:
Comments are closed.