ନବ ବଧୂଙ୍କ ସହ ନଜର ଖାନ ସାର, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ବିଶିଷ୍ଟ ଶିକ୍ଷାବିତ ତଥା ଲୋକପ୍ରିୟ ୟୁଟ୍ୟୁବର ଖାନ ସାର ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କର ରିସେପସନରେ ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶିକ୍ଷକଙ୍କ ବିବାହରେ ଉତ୍ସବରେ ବିଶିଷ୍ଟ ରାଜନେତାମାନଙ୍କର ଯୋଗଦାନ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲିଟିଛି ।
ତେଜସ୍ୱୀ ଯାଦବ, ଖାନ ସାରଙ୍କୁ ବିବାହର ତାରିଖ ସଂପର୍କରେ ପଚାରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି । ଏହାର ପ୍ରତିଉତ୍ତରେ ଖାନ ସାର କହିଲେ ଯେ, “ଭାରତ- ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏହି ବିବାହ ସଂପନ୍ନ ହୋଇଛି । ମୁଁ ଆପଣଙ୍କ ଆଦର୍ଶକୁ ଅନୁସରଣ କରେ ସାର ।” ଏହା ଶୁଣି ତେଜସ୍ୱୀଙ୍କ ସମେତ ମଂଚରେ ଉପସ୍ଥିତିରେ ଥିବା ଅନ୍ୟ ଅତିଥି ଗଣ ହସିଥିଲେ । “ରିସେପସନ କିନ୍ତୁ ଠିକ ସମୟରେ ହୋଇଛି ।” ଆରଜେଡି ନେତାଙ୍କ ଏହି ମଜାଳିଆ ଉତ୍ତର ଖୁସିକୁ ଆହୁରୀ ଦୁଇଗୁଣିତ କରିଛି ।
ଏହି ଉତ୍ସବରେ ବିହାର ରାଜ୍ୟପାଳ ଆରିଫ ଅହମ୍ମଦ ଖାନ ଉପସ୍ଥିତ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯିଏକି ମଂଚରେ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ । ଶିକ୍ଷାକ୍ଷେତ୍ରରେ ଖାନ ସାରଙ୍କ ସମର୍ପଣ ପାଇଁ ରାଜ୍ୟପାଳ ତାଙ୍କୁ ଉଚ୍ଚ କୋଟିର ପ୍ରଂଶସା ମଧ୍ୟ କରିଥିଲେ ଏବଂ ଦମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ଶୁଭକାମନା ପ୍ରଦାନ କରିଥିଲେ ।
ପୁଷ୍ପ ଗୁଚ୍ଛ ଦେଇ ଉପମୁଖ୍ୟମନ୍ତ୍ରୀ ସାମର୍ଥ ଚୌଦୁରୀ ନବ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ସହ ଖାନ ସରାଙ୍କ ଭଳି ଜଣେ ଯୁବ ଶିକ୍ଷାବିତ ପାଇଁ ସେ ଅତ୍ୟନ୍ତ ଗର୍ବିତ ବୋଲି କହିଥିଲେ । ବିହାର ଗଠନରେ ଖାନ ସାରଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ସଂପର୍କରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ରାଜନେତା, ଶିକ୍ଷାବିତ, ୟୁଟ୍ୟୁବ ଏବଂ ସୋସିଆଲ ମିଡିଆର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରୀ ଆକର୍ଷିତ କରିଥିଲା । ହଜାର ସଂଖ୍ୟକ ଛାତ୍ରଛାତ୍ରୀ ଏବଂ ଅନୁଗାମୀ ଉଭୟ ଅନଲାଇନ ଏବଂ ବ୍ୟକ୍ତିଗତ ଭାବେ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଆନ୍ତରିକ ଶୁଭେତ୍ଥା ମଧ୍ୟ ଜଣାଇଥିଲେ ।
ପ୍ରକାଶ ଥାଉକି, ଜଣେ ପ୍ରଭାବଶାଳୀ ଅନଲାଇନ ଶିକ୍ଷାବିତ ଭାବେ ଖାନ ସାର ଭାରତର ସବୁଠାରୁ ଲୋକପ୍ରିୟ , ଯାହାଙ୍କର ପ୍ରକୃତ ନାମ ହେଉଛି ଫେଜଲ ଖାନ । ସେ ନିଜର କୁଶଳୀ ଶିକ୍ଷା ପ୍ରଦାନର ଟେକନିକ ପାଇଁ ବେଶ ଜଣାଶୁଣା ।
Comments are closed.