ବିଜୟ ପରେ ଶଶାଙ୍କ ଉପରେ ରାଗିଗଲେ ଶ୍ରେୟାସ, ଏହା ପଛର କାରଣ କ’ଣ
ଆଇପିଏଲ ୨୦୨୫ରେ କ୍ୱାଲିଫାୟାର ୨ ରେ ପଂଜାବ କିଙ୍ଗସ ମୁମ୍ବାଇ ଇଣ୍ଡିଆନକୁ ୫ ୱିକେଟର ହରାଇ ଫାଇନାଲରେ ପ୍ରବେଶ କରିଛି । ଆୟାର ୪୧ ବଲରେ ବସ୍ପୋରକ ଇଂନିସ ଖେଳି ୮୭ ରନ ସଂଗ୍ରହ କରି ଦଳକୁ ବିଜୟର ରାସ୍ତା ଦେଖାଇଥିଲେ । ସେ ନିଜ ଇଂନିସରେ ୫ ଚୌକା ଏବଂ ୮ ଛକା ମାରିଥିଲେ । ମ୍ୟାଚ ଶେଷ ହେବା ପରେ ଆୟରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଦଳର ବ୍ୟାଟ୍ସମ୍ୟାନ ଶଶାଙ୍କ ଉପରେ ନିଜ ରାଗ ବାହାର କରୁଥିବାର ଦେଖିବାକୁ ମିଳୁଛି ।
ବର୍ଷା ପ୍ରଭାବିତ ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୬ ୱିକେଟ ହରାଇ ୨୦୩ ରନ ସଂଗ୍ରହ କରିଥିଲା । ଏହାକୁ ପିଛା କରି ପଂଜାବ ୧୯ ଓଭରରେ ୫ ୱିକେଟ ହରାଇ ୨୦୭ ରନ କରି ସହଜ ବିଜୟ ହାସଲ କରିଥିଲା । ବିଜୟ ପରେ ଆୟର ଯେତେବେଳେ ଖେଳାଳୀଙ୍କ ସହ ହାତ ମିଳାଉଥିଲେ ସେତେବେଳେ ଶଶାଙ୍କ ସହ ଦେଖା ହେଲା ଏବଂ ତାଙ୍କୁ ଗାଳି ମଧ୍ୟ ଦେଲେ । ଏହା ପରେ ଶଶାଙ୍କ ଚୁପଚାପ ଆଗକୁ ବଢିଗଲେ । ଏହି ଭିଡିଓ ସୋସିଲଆ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।
ଶ୍ରେୟାସଙ୍କ ରାଗ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ସମସ୍ତେ ଏହା ଭାବୁଥିଲେ ତାଙ୍କ ରାଗ ପଛରେ ପ୍ରକୃତ କାରଣ କ’ଣ ରହିଛି । ପଂଜାବ କିଙ୍ଗସର ପାଳିରେ ଶଶାଙ୍କ ୧୭ ତମ ଓଭରରେ ୨ ରନ ସଂଗ୍ରହ କରି ଆଉଟ ହୋଇଯାଇଥିଲେ । ସେତବେଳେ ଦଳକୁ ୨୦ ବଲରେ ୩୫ରନର ଆବଶ୍ୟକତା ଥିଲା । ହାର୍ଦ୍ଦିକ ପାଣ୍ଡିଆଙ୍କ ସିଧା ମିଡ ଅଫ ଥ୍ରୋରେ ଶଶାଙ୍କ ରନ ଆଉଟ ହୋଇଯାଇଥିଲେ ।
ଏହା ପରେ ଯେତେବେଳେ ରିପ୍ଲେ ସାମନାକୁ ଆସିଥିଲା ସେତେବେଳେ ଜଣାପଡିଲା ଯେ, ଶଶାଙ୍କ ୧ ରନ ପୂରଣ କରିବା ପାଇଁ ଅଜ୍ଞାନତାପୂର୍ଣ୍ଣବଶଃତ ଦୌଡୁ ଥିଲେ । ସେ ନିଜର ଦୌଡିବାର ଗତି ସେତେବେଳେ ବଢାଇଲେ ଯେତେବେଳେ ହାର୍ଦ୍ଦିକ ବଲଟିକୁ ଧରି ଫୋପାଡୁଥିଲେ । ଆୟରଙ୍କର ରାଗର ପଛର କାରଣ ଏହା ଥିଲା । ସେ ଚାହୁଁନଥିଲେ କୌଣସି ଖେଳାଳୀଙ୍କ ଭୁଲ ବଶତଃ ଦଳକୁ ହାରିବାକୁ ପଡୁ ।
Comments are closed.