ଫ୍ୟୁଜନ ସିଏକ୍ସ ଲିମିଟେଡ ପକ୍ଷରୁ ୧୦୦୦ କୋଟି ଟଙ୍କା ଉଠାଣ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଗ୍ରାହକ ଅନୁଭୂତି ସେବା ପ୍ରଦାନକାରୀ ସଂସ୍ଥା ଫ୍ୟୁଜନ ସିଏକ୍ସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୧୦୦୦ କୋଟି ଟଙ୍କା ଉଠାଣ ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
କୋଲକାତାରେ ମୁଖ୍ୟ କାର୍ଯ୍ୟଳୟ ଥିବା ଏହି କମ୍ପାନି ୬୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲରେ ୪୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବ। ଅଫର ଫର ସେଲରେ କମ୍ପାନିର ଅଂଶଧନକାରୀ ପି ଏନ ଏସ ବିଜନେସ ପ୍ରାଇଭେଟ ଲିମିଟେଡ ଓ ରାଶିଷ କନସଲଟାଂଟ ପ୍ରାଇଭେଟ ଲିମିଟେଡ ବିକ୍ରି କରିବେ।
ଏହି ଇସ୍ୟୁରୁ ସଂଗୃହୀତ ପାଣ୍ଠିରୁ ୨୯୨ କୋଟି ଟଙ୍କାକୁ ଫ୍ୟୁଜନ ସିଏକ୍ସ ଋଣ ପରିଶୋଧ କରିବା, ୭୫ କୋଟି ଟଙ୍କାକୁ ସହାୟକ କମ୍ପାନି ଓମିଣ୍ଡ ଟେକ୍ନୋଲୋଜିସ ଆଇଏନସି ଓ ଓମିଣ୍ଡ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡକୁ ପ୍ରଦାନ କରିବାରେ ବ୍ୟବହାର କରାଯିବ। ଅବଶିଷ୍ଟ ପାଣ୍ଠିକୁ ଅଧିଗ୍ରହଣ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଫ୍ୟୁଜନ ସିଏକ୍ସ ପକ୍ଷରୁ ଟେଲିକମ, ହାଇଟେକ ଅଭିବୃଦ୍ଧି, ଟ୍ରାଭେଲ, ବିଏଫଏସଆଇ, ରିଟେଲ ଓ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ ଭର୍ଟିକାଲରେ ଭଏସ, ଇମେଲ, ଚାଟ, ସୋସିଆଲ ମିଡିଆ ଓ ମେସେଜ୍ ଆଦି ବହୁମୁଖୀ ମାଧ୍ୟମରେ ବ୍ୟାପକ ଓ ସମନ୍ୱିତ ସିଏକ୍ସ ସେବା ପ୍ରଦାନ କରୁଛି।
୨୦୦୪ରେ ପ୍ରତିଷ୍ଠା ହୋଇଥିବା ଫ୍ୟୁଜନ ସିଏକ୍ସ ଜେନେରେଟିଭ ଏଆଇ ପ୍ରଯୁକ୍ତିକୁ ବ୍ୟବହାର କରି ଗ୍ରାହକ ସମ୍ପୃକ୍ତି, ପରିଚାଳନା ଦକ୍ଷତା ଓ ଡିଜିଟାଲ ରୂପାନ୍ତରଣରେ ଉନ୍ନତି ଆଣୁଛି। ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଏହାର ୧୫ଟି ଦେଶରେ ୪୦ଟି ଡେଲିଭରି କେନ୍ଦ୍ର ଥିଲା। ଏହାର ୧୯୭ କ୍ଲାଏଂଟମାନଙ୍କ ମଧ୍ୟରେ ଡିଏମଇସି କ୍ୟାପିଟାଲ ସର୍ଭିସେସ, ଟେଲଏଡ, ଆଚିଭ କଲେକ୍ସନ, ଆମେରିଫ୍ଲେକ୍ସ, କୋଷ୍ଟଲାଇନ, ଆଜିଓ, ମିଶୋ, କଲ କୋର ମିଡିଆ, ଅରବିନ୍ଦ ଫେସନ, ପୋପ୍ନିଉ ଏସଏ, ଲିଓନାର୍ଡୋ ହୋଟେଲସ, ଇନସ୍ୟୁରାନ୍ସ ଏକ୍ସପ୍ରେସ, କେ୨ କ୍ଲେମ ସର୍ଭିସେସ ସେଂଟ୍ରି କ୍ରେଡିଟ ଓ ଟ୍ରାୟା ରହିଛି। ଫ୍ୟୁଜନ ସିଏକ୍ସ ୨୦୨୩-୨୪ ଆର୍ôଥକ ବର୍ଷରେ ୯୯୧ କୋଟି ଟଙ୍କାର ରାଜସ୍ୱ ଓ ୩୬ କୋଟି ଟଙ୍କାର ଲାଭ ଏବଂ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ୯ ମାସରେ ୯୨୫ କୋଟି ଟଙ୍କାର ରାଜସ୍ୱ ଓ ୪୭ କୋଟି ଟଙ୍କାର ଲାଭ କରିଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ନୁଭାମା ୱେଲଥ ମ୍ୟାନେଜମେଂଟ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଓ ମୋତିଲାଲ ଓସ୍ୱାଲ ଆଡଭାଇଜର୍ସ। କମ୍ପାନିର ସେୟାରକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
Comments are closed.