ହୋମ୍ କୌଜିନାର ‘ଫ୍ୟାମିଲି ରେସିପି କଂଟେଷ୍ଟ’
ଭୁବନେଶ୍ୱର : ଆପଣଙ୍କ ପାଇଁ ହୋମ୍ ସେଫ ବା ଗୃହୀଣୀମାନଙ୍କର ସୁଦ୍ଧ ପାରିବାରିକ ଖାଦ୍ୟ ଆଣିବା ପାଇଁ ସୁପରିଚିତ ଘରୋଇ ବ୍ରାଣ୍ଡ ହୋମ କୌଜିନା ଏହାର ‘ଫ୍ୟାମିଲି ରେସିପି କଂଟେଷ୍ଟ’ ସହିତ ଆପଣଙ୍କ ପରିବାରର ପସନ୍ଦର ରେସିପି ଓ ସ୍ପେଶାଲ ମସାଲାର ସନ୍ଧାନ କରୁଛି । ଏହି ପ୍ରତିଯୋଗିତା ଦେଶବ୍ୟାପୀ ହୋମ ସେଫମାନଙ୍କୁ ନିଜର ମୂଲ୍ୟବାନ ପାରିବାରିକ ମସଲା ମିଶ୍ରଣର ରେସିପି ସେୟାର କରିବା ପାଇଁ ଆମନ୍ତ୍ରିତ କରିଛି । ଏହି ମସଲା ଆପଣଙ୍କ ପରିବାରରେ ଅନେକ ପିଢି ଧରି ରୋଷେଇରେ ବ୍ୟବହାର ହୋଇଥିବ କିମ୍ବା ଆପଣଙ୍କ ପ୍ରତ୍ୟେକ ଖାଦ୍ୟକୁ ଉନ୍ନତ କରୁଥିବା ଏକ ମୂଳ ସ୍ପାଇସ ବ୍ଲେଣ୍ଡ ହୋଇଥିବା ଆବଶ୍ୟକ ଯାହାକୁ ହୋମ କୌଜିନା ସନ୍ଧାନ କରୁଛି । ଆପଣ ନିଜକୁ କିମ୍ବା ଆପଣଙ୍କର ପରିଚିତ ବ୍ୟକ୍ତିଙ୍କୁ ନୋମିନେଟ କରିପାରିବେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଏହା ମୂଳ ମସଲା ରେସିପି ହୋଇଥିବା ଆବଶ୍ୟକ ଏବଂ ଦୋକାନରୁ କୌଣସି କିଣା ଯାଇଥିବା ଜିନିଷ ହୋଇନଥିବା ଉଚିତ । ବିଜେତା ମସଲା ରେସିପି ହୋମ୍ କୌଜିନାରେ ତାଲିକାଭୁକ୍ତ ହେବାର ଏକ ସୁଯୋଗ ପାଇବ- ଯାହା ଆପଣଙ୍କ ପରିବାରର ପ୍ରିୟ ମସଲାକୁ ଦେଶର କୋଣ ଅନୁକୋଣରେ ପହଂଚାଇବ ।
ଏହି ପ୍ରତିଯୋଗିତା ସମ୍ପର୍କରେ ହୋମ କୌଜିନାର ପ୍ରତିଷ୍ଠାତା ଓ ସିଇଓ ଅନିତା ସାହୁ କହିଛନ୍ତି, “‘ଫ୍ୟାମିଲି ରେସିପି କଂଟେଷ୍ଟ’ ସହିତ ଆମେ ଗୁପ୍ତ ମସଲା ମିଶ୍ରଣଗୁଡିକୁ ଲୋକଲୋଚନକୁ ଆଣିବା ଏବଂ ଏଭଳି ପରମ୍ପରାକୁ ଜୀବନ୍ତ ରଖିଥିବା ହୋମ୍ ସେଫମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏକ ମଂଚ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ । ଆପଣଙ୍କର ସମୟ-ସମ୍ମାନିତ ଓ ପରିବାରର ପସନ୍ଦର ମସଲାଗୁଡିକ କେବଳ ଆପଣଙ୍କ ପରିବାର ମଧ୍ୟରେ ନୁହେଁ ବରଂ ସାରା ଦେଶରେ ପରିଚିତ, ସଂରକ୍ଷିତ ଓ ପାଳନ କରାଯିବା ପାଇଁ ଯୋଗ୍ୟ ଅଟେ ।
ବର୍ତମାନଠାରୁ ଆରମ୍ଭ ହୋଇ ଜୁନ୍ ୧୪, ୨୦୨୫ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ ଏବଂ ହୋମ୍ କୌଜିନାର ୱେବସାଇଟ ଓ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ ଆବେଦନ କରାଯାଇପାରିବ । ପ୍ରଥମ ୫୦ଟି ଆବେଦନକୁ ଏକ ସ୍ୱତନ୍ତ୍ର ହୋମ କୌଜିନା ଭାଉଚର ମିଳିବ ଯାହାକୁ ହୋମ କୌଜିନାରେ ଉପଲବ୍ଧ ଅନେକ ସ୍ୱାଦିଷ୍ଟ ମସଲା ଓ ଆଚାର ପାଇଁ ରିଡିମ କରାଯାଇପାରିବ । ବିଜେତା ମସଲା ରେସିପିକୁ ଦେଶବ୍ୟାପୀ ଖାଦ୍ୟପ୍ରେମୀଙ୍କ ପାଇଁ ଏହାର ସ୍ୱାଦ ପାଇବାକୁ ସକ୍ଷମ ହେବା ଲାଗି ବ୍ରାଣ୍ଡର ୱେବସାଇଟରେ ତାଲିକାଭୁକ୍ତ କରାଯିବ । ଏବଂ କେବଳ ଏତିକି ନୁହେଁ ବିଜେତାଙ୍କୁ ଦୁଇଜଣଙ୍କ ପାଇଁ ଦେଶର ମସାଲା କ୍ୟାପିଟାଲ କେରଳରେ ଛୁଟି କଟାଇବାର ଏକ ସୁଯୋଗ ମଧ୍ୟ ମିଳିବ । ତେଣୁ ଆପଣଙ୍କର ମସଲା ରେସିପିକୁ ଏବେ ହିଁ ସେୟାର କରନ୍ତୁ; ଏଥିପାଇଁ ଭିଜିଟ କରନ୍ତୁ: https://homekouzina.com/pages/home-kouzina-family-recipe-contest
Comments are closed.