ମାତ୍ର ୩୦୦ ଲୋକ ରହିଥିବା ଦ୍ୱୀପ ପଛରେ କାହିଁକି ପାଗଳ ଭଳି ପଡିଛି ଚୀନ, ପଢନ୍ତୁ

Share It

ଫିଲିଫାଇନାନ୍ସ ନିୟନ୍ତ୍ରଣରେ ଥିବା ପେଗାସ ଦ୍ୱୀପ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ପେଗାସ ଯାହା ଅର୍ଥ ହେଉଛି ‘ଆଶା’ । ମାତ୍ର ୩୭ ହେକ୍ଟର ପରିବ୍ୟାପ୍ତ ଏହି ଦ୍ୱୀପଟି ଏତେ ଛୋଟ ଯେ, ସେଠାରେ ଲୋକେ ରହିବା ବହୁତ ମୁସକିଲ । ପାଖାପାଖି ୩୦୦ ଲୋକେ ଛୋଟ ଛୋଟ କାଠରେ ଘର କରି ରୁହନ୍ତି ସେଠି । ସେ ନୀଳ-ସବୁଜ ପାଣିରେ ମାଛ ଧରି ଏବଂ ବାଲିଆ ଭୂମିରେ ଚାଷ କରି ନିଜର ଜୀବନଜୀବିକା ନିର୍ଭାହ କରନ୍ତି । କିନ୍ତୁ ବର୍ତ୍ତାମାନ ଚୀନର କୁଦୃଷ୍ଟି ଏହି ସ୍ଥାନ ଉପରେ ପଡିଛି । ପଢନ୍ତୁ ସଂପୂର୍ଣ୍ଣ ଖବର ।
ବିବିସିରେ ପ୍ରକାଶ ଖବର ଅନୁଯାୟୀ, ପେଗାସ ଦ୍ୱୀପର ପଶ୍ଚିମରେ ଚୀନ ଯାହାଜର ସଂପୂର୍ଣ୍ଣ ସେନା ଜଗି ରହିଛି । ନୈସେନା, ତଟରକ୍ଷୀ ବଳ ଏବଂ ସମୁଦ୍ର ମାଲେସିଆର ଜାହାଜ, ଯେଉଁମାନେ କି ଏହି ସାଗରରେ ଚୀନର ଦବଦବା ବଢାଇବା ପାଇଁ ଉପସ୍ଥିତ ରହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଚୀନ ଦକ୍ଷିଣ ସାଗରରେ ନିଜର ଉପସ୍ଥିତି ବଢାଇଛି । ସେ ବୁଡିଥିବା ମୃଙ୍ଗା ଚଟାଣକୁ କବଜା କରି ତିନୋଟି ବଡ ବଡ ବିମାନ ବନ୍ଦର ସ୍ଥାପିତ କରି ଶହ ଶହ ଯୁଦ୍ଧ ବିମାନ ଗଚ୍ଛିତ ରଖିଛି । କିନ୍ତୁ ଭିଏତନାମ ଏବଂ ଫିଲିଫାଇନାନ୍ସ ଏହାକୁ ଖୁବ ବିରୋଧ କରୁଛନ୍ତି ।


ପେଗାସରେ ସାଧାରଣ ଲୋକ ରହୁଛନ୍ତି । ଫିଲିଫାଇନାନ୍ସର କହିବା ଅନୁଯାୟୀ ଏହି ସ୍ଥାନୀୟ ବାସିନ୍ଦା ଏବଂ ସଂପୂର୍ଣ୍ଣ ଭୂମି ଆନ୍ତର୍ଜାତିୟ ନିୟମ ଅନୁଯାୟୀ ତାଙ୍କର ଅଟେ । ଏହାକୁ ନେଇ ଫିଲିଫାଇନାନ୍ସର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ସହାୟକ ମହାନିର୍ଦ୍ଦେଶକ ଜୋନାଥନ ମାଲାୟା କହିଛନ୍ତି “ପେଗାସ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଠାରେ ବିମାନ ବନ୍ଦର ରହିଛି, ଲୋକେ ବସବାସ କରୁଛନ୍ତି । ଏହା ସମୁଦ୍ର ଠାରୁ ୧୨ ନାଟିକାଲ ମାଇଲ ଦୂରରେ ନିଜର କ୍ଷେତ୍ର ସୃଷ୍ଟି କରିଛି । ” ୧୯୭୧ରେ ଫିଲିଫାଇନାନ୍ସ, ତାଇବାନୀ ଠାରୁ ଏହି ଦ୍ୱୀପ ନେଇଥିଲେ ଏବଂ ୧୯୭୮ରେ ଔପଚାରିକ ଭାବେ ଏହାକୁ ନିଜ ଦେଶରେ ସାମିଲ କରାଇଥିଲେ । ପରବର୍ତ୍ତୀ ସମୟରେ ସରକାର ଲୋକମାନଙ୍କୁ ଏଠାରେ ବସବାସ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ସରକାର ପ୍ରତି ମାସରେ ଏଠାକାର ଅଧିବାସୀଙ୍କୁ ମାଗଣାରେ ରାସନ, ପାଣି ଏବଂ ଜରୁରୀ ସାମଗ୍ରୀ ପ୍ରଦାନ କରନ୍ତି । ଚାରି ବର୍ଷ ପୂର୍ବ ବିଜୁଳି ଏବଂ ମୋବାଇଲ କନେକ୍ଟଟିଭିଟି ମିଳିଥିଲା କିନ୍ତୁ ମାଛ ଧରିବା କଷ୍ଟ ହୋଇଗଲାଣି ।
ସେଠାକାର ମାଛ ଧରାଳିଙ୍କ ଦାବୀ ଏହା ଯେ, ତାଙ୍କୁ ସେଠାରେ ମାଛ ଧରିବା ପାଇଁ ଚୀନ ସେନା ବାରଣ କରୁଛନ୍ତି । ପାଖକୁ ଆସି ହର୍ଣ୍ଣ ମାରୁଛନ୍ତି ଯାହାଫଳରେ ଆମେ ଦୌଡି ପଳାଉ ।


Share It

Comments are closed.