ସେଂଟ୍ରମ ରିଚାର୍ଜ ଏନର୍ଜି ଡ୍ରିଙ୍କ୍ ମିକ୍ସ ର ଶୁଭାରମ୍ଭ

Share It

ଭୁବନେଶ୍ୱର: ମଲ୍ଟିଭିଟାମିନ ସପୋର୍ଟ କ୍ଷେତ୍ରରେ ଅଗ୍ରଣୀ, ସେଂଟ୍ରମ ପକ୍ଷରୁ ଏନର୍ଜି ଡ୍ରିଙ୍କ ମିକ୍ସ ର ଏକ ନୂତନ ଉତ୍ପାଦ ସେଂଟ୍ରମ ରିଚାର୍ଜର ଶୁଭାରମ୍ଭ କରାଯାଇଛି । ଏହି ଅଭିନବ ଉତ୍ପାଦକୁ ଦୈନନ୍ଦିନ କାର୍ଯ୍ୟ ସମୟରେ କ୍ଷୟ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଭିଟାମିନ ଓ ମିନେରାଲଗୁଡିକର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ଯାହାକି ଶାରୀରିକ ଶକ୍ତି, ରୋଗ ପ୍ରତିରୋଧକ ଶକ୍ତି ଓ ହାଇଡ୍ରେଶନରେ ସହାୟକ ହୋଇଥାଏ । ସେଂଟ୍ରମ ରିଚାର୍ଜ ଭିଟାମିନ ବି, ଭିଟାମିନ ସି, ମ୍ୟାଗ୍ନେସିୟମ ଓ ଜିଙ୍କ ସମେତ ୧୩ଟି ଜରୁରୀ ଭିଟାମିନ ଓ ମିନେରାଲ ସହ ପ୍ରସ୍ତୁତ କରାଯାଇଛି, ଯାହାକି ଶରୀରର ଶକ୍ତି ସ୍ତର, ରୋଗପ୍ରତିରୋଧକ ଶକ୍ତିକୁ ଉନ୍ନତ ରଖିବାରେ ସହଯୋଗ କରିବା ଓ ହାଇଡ୍ରେଶନ ବଜାୟ ରଖିବା ପାଇଁ ଜରୁରୀ ଅଟେ । ବଜାରରେ ଉପଲବ୍ଧ ଅଗ୍ରଣୀ ମଲ୍ଟିଭିଟାମିନ ଏନର୍ଜି ଡ୍ରିଙ୍କ ବେଭରେଜ ଆଡିଟିଭ ଓ ମିକ୍ସଗୁଡିକ ତୁଳନାରେ ସେଂଟ୍ରମ ରିଚାର୍ଜରେ ୨ ଗୁଣ ଅଧିକ ଭିଟାମିନ ଓ ମିନେରାଲ ରହିଛି ଏବଂ ଏଥିରେ କୌଣସି ଅତିରିକ୍ତ ଶର୍କରା ଉପଲବ୍ଧ ନାହିଁ, ଯାହା ଏହାକୁ ଉପଭୋକ୍ତାଙ୍କ ପାଇଁ ଏକ ପୋଷଣଯୁକ୍ତ ବିକଳ୍ପରେ ପରିଣତ କରୁଛି । ସେଂଟ୍ରମ ରିଚାର୍ଜ ଭାରତବ୍ୟାପୀ ପ୍ରତି ସାଚେଟ (୫ଗ୍ରାମ) ପିଛା ୧୦ ଟଙ୍କା ମୂଲ୍ୟରେ ଅରେଞ୍ଜ ଫ୍ଲେଭରରେ ଆପଣଙ୍କର ନିକଟସ୍ଥ ଫାର୍ମାସି, ଗ୍ରୋସରୀ ଷ୍ଟୋର, ସୁପରମାର୍କେଟ ଓ ଇକମର୍ସ ପ୍ଲାଟଫର୍ମଗୁଡିକରେ ଉପଲବ୍ଧ ।
ଏହି ଉତ୍ପାଦ ସ୍ୟାଚେଟରେ ପ୍ୟାକ୍ ହୋଇରହିଛି ଯାହାକି ଯାତ୍ରା ସମୟରେ ବ୍ୟବହାର କରିବା ପାଇଁ ଉପଯୁକ୍ତ ଅଟେ । ଏହି ନୂଆ ଉତ୍ପାଦର ଶୁଭାରମ୍ଭ ସମ୍ପର୍କରେ ହାଲିଅନ ଆଇଏସସିର ଭିଟାମିନ ଆଣ୍ଡ ମିନେରାଲ ସପ୍ଲିମେଂଟ୍‌ସ ବିଭାଗର କ୍ୟାଟାଗୋରୀ ଲିଡ, ଆତିଶ ନେଗି କହିଛନ୍ତିଯେ, “ଆମେ ସେଂଟ୍ରମ ଇଣ୍ଡିଆ ପୋର୍ଟଫୋଲିଓରେ ସେଂଟ୍ରମ ରିଚାର୍ଜକୁ ଅନ୍ତର୍ଭୁକ୍ତ କରି ଉତ୍ସାହିତ ଅଛୁ । ଆମେ ବିଶ୍ୱାସ କରୁଛୁ ଯେ, ସେଂଟ୍ରମ ରିଚାର୍ଜ ଶକ୍ତି ଓ ହାଇଡ୍ରେଶନ ପାଇଁ ଏକ ପୋଷଣଯୁକ୍ତ ସମାଧାନ ପାଇଁ ରହିଥିବା ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ । ସେଂଟ୍ରମ ରିଚାର୍ଜ କେବଳ ଏକ ଏନର୍ଜି ଡ୍ରିଙ୍କ ମିକ୍ସ ନୁହେଁ ବରଂ ଏହା ଏକ ବିସ୍ତୃତ ସୁସ୍ଥତା ସମାଧାନ ଅଟେ ଯାହାକୁ ପ୍ରତିଦିନର ଆହାର ସହିତ ଦୀର୍ଘ ଦିନ ପର୍ଯ୍ୟନ୍ତ ସେବନ କରାଗଲେ ତାହା ଶରୀରର ଶକ୍ତି, ରୋଗ ପ୍ରତିରୋଧକ ଶକ୍ତି ଓ ହାଇଡ୍ରେଶନକୁ ସପୋର୍ଟ କରିବା ପାଇଁ ଆବଶ୍ୟକୀୟ ପୋଷକ ତତ୍ୱ ପ୍ରଦାନ କରିଥାଏ । ଏହା ଦୁଇଟି ଭାରିଆଂଟରେ ପିଲାମାନଙ୍କ ପାଇଁ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେଉଛି ।”
ଏହି ଲଂଚ ସହିତ ସେଂଟ୍ରମ ପକ୍ଷରୁ ଏକ ବିସ୍ତୃତ ମଲ୍ଟିମିଡିଆ କ୍ୟାମ୍ପେନ ଲଂଚ କରାଯାଇଛି ଯେଉଁଥିରେ ବଲିଉଡ ଅଭିନେତ୍ରୀ ଏବଂ ବ୍ରାଣ୍ଡ ଆମ୍ବାସାଡର ଅନୁଷ୍କା ଶର୍ମା ଅଭିନୟ କରିଛନ୍ତି । ଏହି ଉତ୍ପାଦ ସମ୍ପର୍କରେ ଅନୁଷ୍କା ଶର୍ମା କହିଛନ୍ତିଯେ, “ମୁଁ ସେଂଟ୍ରମ ପରିବାରର ଏକ ଅଂଶ ହୋଇ ଏବଂ ସେଂଟ୍ରମ ରିଚାର୍ଜର ପ୍ରତିନିଧିତ୍ୱ କରି ଖୁସି ଅନୁଭବ କରୁଛି । ଏକ ସକ୍ରିୟ ଜୀବନଶୈଳୀ ବଂଚୁଥିବା ଜଣେ ବ୍ୟକ୍ତି ଭାବେ ମୁଁ ଶରୀରର ଶକ୍ତି ସ୍ତର ବଜାୟ ରଖିବା ଏବଂ ଜରୁରୀ ପୋଷଣ ତତ୍ୱ ଆବଶ୍ୟକତାକୁ ପୂରଣ କରିବାର ମହତ୍ୱକୁ ଭଲ ଭାବରେ ବୁଝିଛି । ସେଂଟ୍ରମ ରିଚାର୍ଜ ଶକ୍ତିସମ୍ପନ୍ନ ଓ ହାଇଡ୍ରେଟେଡ ରହିବା ପାଇଁ ଏକ ପୋଷଣଯୁକ୍ତ ମାଧ୍ୟମର ସନ୍ଧାନ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାଏ ।”


Share It

Comments are closed.