ଅଧୁରା ରହିଗଲା ସାବିତ୍ରୀ ବ୍ରତ, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜୀବନ ହାରିଲା ସ୍ୱାମୀ

Share It

ସୋରଡା: ଆଜି ଓଡ଼ିଶାର ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ, ସୋମବାର ଦିନ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ଦୁର୍ଘଟଣାରେ ଜଣେ ସ୍ତ୍ରା ତାଙ୍କ ସ୍ୱାମୀଙ୍କ ହରାଇଛନ୍ତି ଯାହା ଫଳରେ ତାଙ୍କର ସାବିତ୍ରୀ ବ୍ରତ ଆଜି ଅଧୁରା ରହିଯାଇଛି ।।

ସୋରଡା ଥାନା ଅନ୍ତର୍ଗତ ଗାଙ୍ଗପୁର ଅଞ୍ଚଳର ଲାଠିପଡ଼ା ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ବିରଞ୍ଚି ସ୍ୱାଇଁ।

ରିପୋର୍ଟ ଅନୁଯାୟୀ, ସୋମବାର ଦିନ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ସାବିତ୍ରୀ ବ୍ରତ ଓଷା ପାଳନ ପୂର୍ବରୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବିରଞ୍ଚିଙ୍କ ମୃତ୍ୟୁ ଘଟିଛି।

ବିରଞ୍ଚି ତାଙ୍କ ଶ୍ୱଶୁର ଘରକୁ ଯାଉଥିବା ସମୟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାରେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ଜଣଙ୍କର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନ୍ୟ ତିନି ଜଣ ଗୁରୁତର ଆହତ ଭଞ୍ଜନଗର ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି।


Share It

Comments are closed.