ଗୁପ୍ତଚୋର ଜ୍ୟୋତିଙ୍କର ମିଳିଲା ପର୍ସନାଲ ଡାଏରୀ , ଜାଣନ୍ତୁ ପାକିସ୍ତାନ ସଂପର୍କରେ କ’ଣ କ’ଣ ଲେଖିଛନ୍ତି
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟୁଟ୍ୟୁବର, ଏନଆଇଏ, ଆଇବିଆଇ ଗୁଇନ୍ଦା ବିଭାଗ ଅଧିକାରୀ ପଚାରଉଚାର ଚଳାଇଛନ୍ତି । ଜ୍ୟୋତି ମଲହୋତ୍ରାଙ୍କ ଟଙ୍କା ନେଣଦେଣ ଏବଂ ଯାତ୍ରା ବିବରଣୀ ସଂପର୍କରେ ମଧ୍ୟ ତଦନ୍ତ ଚାଲିଛି । ଏହି ମଧ୍ୟରେ ଜ୍ୟୋତି ମଲହୋତ୍ରାଙ୍କ ଡାଇରୀର କିଛି ପୃଷ୍ଠା ବର୍ତ୍ତମାନ ସାମନାକୁ ଆସିଛି, ଯେଉଁଥିରେ ତାଙ୍କର ପାକିସ୍ତାନ ପ୍ରତି ଥିବା ପ୍ରେମ ସାମନା ଆସିଛି ।
୨୦୧୨ର କ୍ୟାଲେଣ୍ଡରର ଏହି ପୁରୁଣା ଡାଇରୀର ପୃଷ୍ଠାରେ ଜ୍ୟୋତି ନିଜ ମନର ଅନେକ ଭାବନା ଲେଖିଛନ୍ତି । ପାକିସ୍ତାନ ଗସ୍ତ ସମୟରେ ଯାହା ସୂଚନା ଏକତ୍ରୀତ କରିଥିଲେ , ଯାତ୍ରା ଆରମ୍ଭ କରିବାରୁ ଶେଷ ପର୍ଯ୍ୟନ୍ତ ଯାହା ଅନୁଭୂତି ଥିଲା ତାହା ଏହି ଡାଏରୀରେ ଉଲ୍ଲେଖ କରିଛନ୍ତି ।
ଜ୍ୟୋତି ଡାଏରୀରେ ଲେଖିଛନ୍ତି ଯେ, “ପାକିସ୍ତାନରୁ ୧୦ ଦିନର ଯାତ୍ରା କରି ଆଜି ଫେରିଛି । ନିଜ ଦେଶ ଇଣ୍ଡିଆ/ଭାରତ । ଏହି ମଧ୍ୟରେ ପାକିସ୍ତାନର ଜନସାଧାରଣଙ୍କ ଠାରୁ ଅନେକ ପ୍ରେମ ମିଳିଲା । ଆମର ସବସ୍କ୍ରାଇବର ଏବଂ ସାଙ୍ଗମାନେ ମଧ୍ୟ ମୋତେ ସାକ୍ଷାତ କରିବାକୁ ଆସିଥିଲେ । ଲାହୋର ବୁଲିବା ପାଇଁ ମିଳିଥିବା ୨ ଦିନ ଅତ୍ୟନ୍ତ ଅଳ୍ପ ସମୟ ଥିଲା ।”
ସେ ଆଗକୁ ଲେଖିଥିଲେ, “ସୀମା ଦୂରତା ଜଣା ନାହିଁ କେବେ ପର୍ଯ୍ୟନ୍ତ ରହିବ । କିନ୍ତୁ ମନ ଭିତରେ ଯେଉଁ ରାଗ/ ଅଭିମାନ ଅଛି ତାହା ଶେଷ ହୋଇଯାଉ । ଆମେ ସମସ୍ତେ ଗୋଟିଏ ଧରିତ୍ରୀ ଓ ଗୋଟିଏ ମାଟିର ଅଟନ୍ତି । ଯଦି ସେମିତି କିଛି ଅଛି ଯାହାର ଭିଡିଓ ମୁଁ ସେୟାର କରି ନାହିଁ ତେବେ ଆପଣେ ମାନେ ବିନା ଦ୍ୱିଧାରେ କମେଣ୍ଟ ମଧ୍ୟ କରିପାରିବେ । ଏବେ ମୋତେ ଅନୁମତି ଦିଅନ୍ତୁ ପାକିସ୍ତାନ ସୀମା ଏତିକି ଥିଲା । ”
ଜ୍ୟୋତି ଲେଖିଛନ୍ତି, “ପାକିସ୍ତାନ ସରକାରଙ୍କୁ ଏହା ଅନୁରୋଧ ଯେ, ସେ ଭାରତୀୟଙ୍କ ପାଇଁ ଗୁରୁଦ୍ୱାର ଏବଂ ମନ୍ଦିରର ରାସ୍ତା ଖୋଲନ୍ତୁ । ହିନ୍ଦୁ ଲୋକ ଯେପରି ଆସିପାରିବେ ସେ ସୁବିଧା କରନ୍ତୁ । ସେଠାକାର ମନ୍ଦିରକୁ ମଧ୍ୟ ସୁରକ୍ଷା ଦିଅନ୍ତୁ ଏବଂ ୧୯୪୭ ମସିହାରେ ଯେଉଁ ମାନେ ଅଲଗା ହୋଇଯାଇଥିଲେ, ତାଙ୍କୁ ଯେପରି ସେମାନେ ଭେଟି ପାରିବେ ସେ ସୁବିଧା କରନ୍ତୁ । ପାକିସ୍ତାନ ବିଷୟରେ ଯେତେ କହିଲେ ସେ କମ । କ୍ରେଜି ଆଣ୍ଡ କଲରଫୁଲ ।”
ପ୍ରକାଶ ଥାଉକି ହିସାର ନିବାସୀ ୩୩ ବର୍ଷୀୟା ଜ୍ୟୋତି ମଲହୋତ୍ରା “ଟ୍ରାଭେଲ ୱିଦ ଜୋ” ନାମକ ଜଣେ ୟୁଟ୍ୟୁବର ଅଟନ୍ତି । ତାଙ୍କୁ ୧୬ ମେରେ ନିୟୁ ଅଗ୍ରେସନ ଏକ୍ସଷ୍ଟେସନରୁ ଗିରିଫ କରାଯାଇଛି ।
Comments are closed.