ଭାରତୀୟ ସେନାର ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ
ଶୋପିଆନ: ମଙ୍ଗଳବାର (୧୩ ମଇ) ଦିନ ଜମ୍ମୁ ଓ କାଶ୍ମୀରର ଶୋପିଆନ ଜିଲ୍ଲାର ଶୁକ୍ରୁ କେଲର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ସହିତ ଗୁଳିବିନିମୟରେ ଲସ୍କର-ଏ-ତୈବାର ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ବୋଲି ଅଧିକାରୀମାନେ କହିଛନ୍ତି। ତଥାପି ଆତଙ୍କବାଦୀଙ୍କ ପ୍ରକୃତ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ପୋଲିସ ଅନୁଯାୟୀ, ଶୋପିଆନର କେଲର ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ସ୍ଥାନରେ ତିନୋଟି ଆତଙ୍କବାଦୀଙ୍କ ମୃତଦେହ ଦେଖାଯାଇଛି, କିନ୍ତୁ ସେଗୁଡ଼ିକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ।
ଅପରେସନ କେଲର
ଭାରତୀୟ ସେନାର ସୂଚନା ଅନୁଯାୟୀ, ଏକ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ଏକ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ, ଶୋକାଲ କେଲର ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଜଣାପଡିଥିଲା , ଏହା ପରେ ଭାରତୀୟ ସେନା ଏକ ସର୍ଚ୍ଚ ଆଣ୍ଡ୍ ଡିସ୍ଟ୍ରୋଷ୍ଟ ଅପରେସନ୍ ଆରମ୍ଭ କରିଥିଲା। ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯିବା ପରେ ଭାରତୀ ସେନାର ପାଲଟା ଆକ୍ରମଣରେ ଏହି ଏନକାଉଣ୍ଟର ଘଟିଥିଲା ।
Comments are closed.