ଏହି ୫ଟି କାରଣ ପାଇଁ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଲେ ବିରାଟ
ଭାରତର ସବୁଠାରୁ ସଫଳ ଟେଷ୍ଟ କ୍ୟାପ୍ଟେନ୍ ବିରାଟ କୋହଲୀ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ଇତିମାଧ୍ୟରେ ବର୍ତ୍ତମାନ ସେ ରେଡ ବଲ କ୍ରିକେଟରେ ଭାରତ ପାଇଁ ଆଉ ଖେଳିବେ ନାହିଁ ।। ବିରାଟ ଏହି ଘୋଷଣା ଇନଷ୍ଟାଗ୍ରାମ ମାଧ୍ୟମରେ କରିଛନ୍ତି। ଗତ କିଛି ଦିନ ତଳେ ଖବର ଆସିଥିଲା ଯେ, ବିରାଟ ଅବସର ନେବାକୁ ଯାଉଛନ୍ତି। ବିସିସିଆଇ ତାଙ୍କୁ ତାଙ୍କର ନିର୍ଣ୍ଣୟ ପୁନର୍ବୀଚାର କରିବାକୁ କହିଥିଲେ, କିନ୍ତୁ ବିରାଟସହମତ ହୋଇନଥିଲେ। 36 ବର୍ଷୀୟ ବେଟସମାନ୍ ବିରାଟ 2011 ମସିହାରେ ଭାରତ ପାଇଁ ତାଙ୍କର ବେଷ୍ଟ ଡେବ୍ୟୁ କରିଥିଲେ। ଆମେ ଆହୁରି କହିବାକୁ ଯାଉଛୁ ଯେ କ’ଣ ସମ୍ଭାବ୍ୟ କାରଣ ହୋଇପାରିବ ବିରାଟର ଟେଷ୍ଟ କ୍ରୀକେଟ୍ ରୁ ଅବସର ନେବା ପାଇଁ।
ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ଚକ୍ର ଜୁନରୁ ଆରମ୍ଭ ହେବାକୁ ଯାଉଛି । ଏହି ଚକ୍ର ଦୁଇ ବର୍ଷକୁ ଥରେ ହୁଏ । ଏହା ପରେ ଫାଇନାଲ ହୁଏ । ବିରାଟଙ୍କ ଦୁଇ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ଖେଳିଆ ଅସମ୍ଭବ ଥିଲା । ଯଦି ଯୁବ ଖେଳାଳୀ ଖେଳିବେ ତେବେ ତାଙ୍କୁ ଫାଇନାଲ ପର୍ଯ୍ୟନ୍ତ ଆସିବା ମଧ୍ୟରେ ବହୁକ ଭଲ ଅନୁଭୂତି ମଧ୍ୟ ହୋଇଯିବ ।
ବିରାଟ କୋହଲିଙ୍କ ଟେଷ୍ଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାପ ପହଦର୍ଶନ ଚାଲିଛି । ୨୦୧୯ରେ ତାଙ୍କ ଟେଷ୍ଟ ଆଭରେଜ ପାଖାପାଖି ୫୫ ଥିଲା । ବର୍ତ୍ତମାନ ତାହା ହ୍ରାସ ପାଇ ୪୭ରେ ଆସି ପହଂଚିଛି । ୨୦୨୦ ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ ଟେଷ୍ଟରେ ମାତ୍ର ୩ଟି ଶତକ ହାସଲ କରିଛନ୍ତି । ଏହା ଯୋଗ୍ରୁଁ ତାଙ୍କ ଆଭରେଜ ବର୍ତ୍ତମାନ ୩୫ ତଳକୁ ଖସି ଆସିଛି ।
ବ୍ୟାଟିଙ୍କରେ ବିରାଟ କୋହଲିଙ୍କ ଦୁର୍ବଲତା ପାଇଁ ସେ ଖୁବ ଚିନ୍ତିତ ଥିଲେ । ବାରମ୍ବାର ସେ ଷ୍ଟମ୍ପ ବାହାର ବଲରେ ସେ ଆଉଟ ହୋଇଯାଉଥିଲେ । ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବାରମ୍ବାର ବିରାଟ କୋହଲି କଟ ବିହାଣ୍ଡ ହୋଇଯାଉଥିଲେ ଏବଂ ବଲ ଏଡଜ ହୋଇଯାଉଥିଲା ।
୨୦୨୭ରେ ଦିନିକିଆ ବିଶ୍ୱକପ ହେବାକୁ ଯାଇଛି ରୋହିତ ଏବଂ କୋହଲିଙ୍କ ପୂରା ଲୟ ତାହା ଉପରେ ରହିଛି । ଗତ ଥର ୨୦୨୩ରେ ବିଶ୍ୱ କପ ଫାଇନାଲ ଖେଳିଥିଲା ଭାରତ । ସବୁଠାରୁ ଅଧିକ ରନ ସଂଗ୍ରହକାରୀ ହିସାବରେ ସେ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲେ ।
Comments are closed.