ଶୀବାଜୀ ମହାରାଜଙ୍କ ୯୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତୀ ଉନ୍ମୋଚିତ

Share It

ମହାରାଷ୍ଟ୍ର ସରକାର ରବିବାର (୧୧ ମଇ) ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ସିନ୍ଧୁଦୁର୍ଗ ଜିଲ୍ଲାର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବାର ପ୍ରାୟ ନଅ ମାସ ପରେ, ସେହି ସ୍ଥାନରେ ଯୋଦ୍ଧା ରାଜାଙ୍କ ଏକ ନୂତନ ୯୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ପୂର୍ବ ୩୫ ଫୁଟ ପ୍ରତିମୂର୍ତ୍ତି ଏହାର ସ୍ଥାପନାର ଆଠ ମାସରୁ କମ୍ ସମୟ ମଧ୍ୟରେ ଅଗଷ୍ଟ ୨୦୨୪ରେ ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ମହାରାଷ୍ଟ୍ର ସରକାରଙ୍କ ବିରୁଦ୍ଧରେ ବ୍ୟାପକ କ୍ରୋଧ ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ ସମୟରେ ସେହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଭୁଶୁଡ଼ି ପଡ଼ିବା ପରେ ଏହାର ମୂର୍ତ୍ତିକାର-ଠିକାଦର ଜୟଦୀପ ଆପ୍ଟେଙ୍କୁ ଗିରଫ କରାଯାଇଥିଲା।

ମହାରାଷ୍ଟ୍ରର ମାଲବନର ଦୁର୍ଗରେ ନୂତନ ଭବ୍ୟ ପ୍ରତିମୂର୍ତ୍ତିର ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ନୂତନ ପ୍ରତିମୂର୍ତ୍ତି ଯେକୌଣସି ପରିବେଶରେ ଅତି କମରେ ୧୦୦ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ହେବା ପାଇଁ ପର୍ଯ୍ୟାପ୍ତ ଯତ୍ନ ନିଆଯାଇଛି। ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏହାକୁ ନିର୍ମାଣ କରିଥିବା ଲୋକଙ୍କୁ ଦିଆଯାଇଛି। “ପ୍ରତିମୂର୍ତ୍ତିଟି ୯୧ ଫୁଟ ଉଚ୍ଚ ଏବଂ ଏହାର ୧୦ ପେଡେଷ୍ଟଲ ରହିଛି” ବୋଲି ସେ କହିଛନ୍ତି ।


Share It

Comments are closed.