ଜାତୀୟ ମହିଳା ବ୍ୟବସାୟ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Share It

ଇନଓ୍ବେକ୍‌ ଜାତୀୟ ମହିଳା ବ୍ୟବସାୟ ମେଳାର ଦ୍ୱିତୀୟ ସଂସ୍କରଣ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ବୁଧବାର ଉଦଘାଟିତ ହୋଇଯାଇଛି। ୪ ମେ’ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, କଟକ ଏମଏସଏମଇ ଡିଏଫଓ ନିର୍ଦ୍ଦେଶକ ପି କେ ଗୁପ୍ତା, ଇଣ୍ଡିଆନ ଚାମ୍ବର ଅଫ କମର୍ସ ମହାନିର୍ଦ୍ଦେଶକ
ଡ. ରାଜୀବ ସିଂହ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ରାଜୀବ ସାହୁ, ବରିଷ୍ଠ ଉପାଧ୍ୟକ୍ଷ ଧର୍ମାଦିତ୍ୟ ପଟ୍ଟନାୟକ, ଇନଓ୍ବେକ୍‌ ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ ଆବାହକ, ସହ-ଆବାହକ ସ୍ବାତୀ କେଜରିୱାଲ ଓ ସୁମା ଦେବୀ ଦାଶ ଏବଂ ଆଇସିସିର ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ପାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମେଳାରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର, ଜୈବିକ ଖାଦ୍ୟ ଉତ୍ପାଦ ଏବଂ ଟେକ ଷ୍ଟାର୍ଟଅପ ଉପତ୍ାଦ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର ଅଗ୍ରଣୀ ମହିଳା ଉଦ୍ୟୋଗୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଆଲୋଚନା କରିଥିଲେ। ଏହି କ୍ରମରେ ବଲିଉଡ ଅଭିନେତା ଜାୟଦ ଖାନ, କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୌସ, ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ତଥା ଅଶ୍ୱିନୀ ଗ୍ରୁପ ଅଫ ହସ୍ପିଟାଲର ସହ-ପ୍ରତିଷ୍ଠାତା ଡ. ମାୟା ଗନ୍ତାୟତ, ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ଡିଏନ ଗ୍ରୁପର ନିର୍ଦ୍ଦେଶକ ରତ୍ନମାଳା ସ୍ବାଇଁ ପ୍ରମୁଖ ଆଲୋଚନା କରିଥିଲେ।
ମହିଳା ଉଦ୍ୟୋଗୀଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ନୃତ୍ୟଶିଳ୍ପୀ ତଥା ଗୁରୁ ଶାଶ୍ବତ ଯୋଶୀଙ୍କ ନିର୍ଦ୍ଦେଶନାରେ ‘ଲାସ୍ୟ ଶକ୍ତି ସଶକ୍ତ ମହିଳାଙ୍କ ନୃତ୍ୟ’ ଶୀର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା।


Share It

Comments are closed.