ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଭୁବନେଶ୍ୱରରେ ନୂଆ ଜୋନାଲ କାର୍ଯ୍ୟାଳୟ ଉଦଘାଟିତ
- ଭୁବନେଶ୍ୱର ଜୋନ ହେଉଛି ବ୍ୟାଙ୍କ ଅଫ ବରୋଦା ପାଇଁ ଗୁରୁତ୍ୱପୂର୍ଣ୍ଣ ଯାହା ଓଡ଼ିଶା ଓ ଝାଡ଼ଖଣ୍ଡର ତଦାରଖ କରିବ, ଏହି ଜୋନ୍ ଢ଼ାଂଚା ଅଧୀନରେ ୫ଟି ଆଂଚଳିକ କାର୍ଯ୍ୟାଳୟ ରହିଛି
- ଏହି ଜୋନରେ ୩୩୭ ଶାଖାର ନେଟୱର୍କ ଥିବା ବେଳେ ୬୭% ଶାଖା ଗ୍ରାମାଚଂଳ ଓ ଅର୍ଦ୍ଧ-ସହରାଂଚଳରେ ରହିଛି
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱରରେ ଏହାର ନୂତନ ଜୋନାଲ ଅଫିସ ପରିସର ଉଦ୍ଘାଟନ କରିଛି ଯାହା ଏହି ଅଂଚଳରେ ବ୍ୟାଙ୍କର ପରିଚାଳନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଭୁବନେଶ୍ୱର ଜୋନ୍ରେ ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ନୂତନ ଜୋନାଲ କାର୍ଯ୍ୟାଳୟ ପୂର୍ବ ଭାରତରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଗ୍ରାହକଙ୍କ ପାଖରେ ପହଂଚିିବା ପାଇଁ ବ୍ୟାଙ୍କର ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ।
ନୂଆ ଜୋନାଲ ଅଫିସ ଅଧୀନରେ ସମ୍ବଲପୁର, ରାଂଚି, ଜାମସେଦପୁର, କଟକ ଓ ଭୁବନେଶ୍ୱରର ୫ଟି ଆଂଚଳିକ କାର୍ଯ୍ୟାଳୟ ଏବଂ ୩୩୭ ଶାଖା ରହିଛି। ଏହି ଶାଖାଗୁଡ଼ିକ ମଧ୍ୟରୁ ପ୍ରାୟ ୬୭% ଗ୍ରାମାଚଂଳ ଓ ଅର୍ଦ୍ଧ ସହରାଚଂଳରେ ଥିବାରୁ ଭୁବନେଶ୍ୱର ଜୋନ୍ ବ୍ୟାଙ୍କିଙ୍ଗ୍ ସେବାରେ ପ୍ରବେଶ କରିବା ଏବଂ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଭଲ ସ୍ଥିତିରେ ରହିଛି।
ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ ଚାନ୍ଦ ଏବଂ ବ୍ୟାଙ୍କ ଅଫ୍ ବରୋଦାର ନିର୍ଦେଶକ (ଆର୍ବିଆଇ ନୋମିନି) ମନୋରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗ ସଚିବ ଆଇଏଏସ୍ ଏମ୍ ନାଗାରାଜୁ ଏହି ନୂତନ ଜୋନାଲ୍ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ। ସେମାନଙ୍କ ସହ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ମୂଲ୍ୟବାନ ଗ୍ରାହକମାନେ ଯୋଗ ଦେଇଥିଲେ।
ଉଦ୍ଘାଟନ ଅବସରରେ ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, “ବ୍ୟାଙ୍କ ଅଫ୍ ବରୋଦାରେ ଆମେ ସମଗ୍ର ଦେଶରେ ଉଦୀୟମାନ ଅଂଚଳ ଏବଂ ଉଚ୍ଚ ସମ୍ଭାବ୍ୟ ଭୌଗୋଳିକ କ୍ଷେତ୍ରରେ ବ୍ୟାଙ୍କିଙ୍ଗ୍ ସେବାର ସମ୍ପ୍ରସାରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱର ଜୋନରେ ନୂତନ ଜୋନାଲ କାର୍ଯ୍ୟାଳୟର ଶୁଭାରମ୍ଭ ବ୍ୟାଙ୍କ ପାଇଁ ଓଡ଼ିଶା ଓ ଝାଡ଼ଖଣ୍ଡର ରଣନୈତିକ ଗୁରୁତ୍ୱକୁ ପ୍ରତିଫଳିତ କରୁଛି । ଏହା ଏହି ପ୍ରମୁଖ ବଜାରଗୁଡ଼ିକରେ ଆମର ଉପସ୍ଥିତିକୁ ସୁଦୃଢ଼ କରିବ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ବ୍ୟାଙ୍କିଙ୍ଗ୍ ସମାଧାନକୁ ଅଧିକ ଦକ୍ଷତାର ସହ ପ୍ରଦାନ କରିବାର ଆମର ଦକ୍ଷତା ବୃଦ୍ଧି କରିବ।”
Comments are closed.