ଲାଇଫ୍ ହୋଟେଲ ଭୁବନେଶ୍ୱର ଠାରେ ଥାଇ ଫୁଡ୍ ଫେଷ୍ଟିଭାଲ ୨୦୨୫ ଆୟୋଜିତ
ଭୁବନେଶ୍ୱର : ଲାଇଫ୍ ହୋଟେଲ୍ସ ଭୁବନେଶ୍ୱର, କୋଲକାତାର ରୟାଲ ଥାଇ କନ୍ ସୁଲେଟ୍ ଜେନେରାଲଙ୍କ ସହ ମିଳିତ ଭାବରେ ଏକ ଆକର୍ଷଣୀୟ ଉତ୍ସବ ଥାଇ ଫୁଡ୍ ଫେଷ୍ଟିଭାଲ୍ ୨୦୨୫ ଏପ୍ରିଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରିଛି । ଲାଇଫ୍ ହୋଟେଲରେ ପ୍ରସିଦ୍ଧ ସେଫ୍ ସାରା ପାଣିସରାଙ୍କ ଦ୍ୱାରା ପ୍ରକୃତ ଥାଇ ରେଷ୍ଟୁରାଟ୍ ସୁଇଟ୍ ବାସିଲ ଚାଲିଛି ।
ଲାଇଫ୍ ହୋଟେଲସ୍ ଭୁବନେଶ୍ୱରର ନିର୍ଦେଶକ ତଥା ସହପ୍ରତିଷ୍ଠାତା ସୋନାଲ ସାହୁ କହିଛନ୍ତି, ଲାଇଫ୍ ହୋଟେଲ୍ ଭୁବନେଶ୍ୱର ସହରରେ ଅସାଧାରଣ ଓ ବିବିଧ ଏଫ୍ ଆଣ୍ଡ ବି ଅନୁଭୂତି ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଥାଇ ଫୁଡ୍ ଫେଷ୍ଟିଭାଲ୍ ସେହି ଦୃଷ୍ଟିକୋଣର ଏକ ଗର୍ବିତ ପରିପ୍ରକାଶ । ରୟାଲ ଥାଇ କନ୍ ସୁଲେଟ୍ ଜେନେରାଲଙ୍କ ସହ ଭାଗିଦାରୀରେ ଭୁବନେଶ୍ୱରକୁ ଏଠାରେ ସ୍ୱିଟ୍ ବାସିଲଠାରେ ଥାଇଲାଣ୍ଡର ପ୍ରକୃତ ସ୍ୱାଦ ଅନୁଭବ କରିବାର ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରି ଆମେ ଆନନ୍ଦିତ । ସେଫ୍ ସାରା ପାଣିସାରାଙ୍କ ନେତୃତ୍ୱରେ ଏହି ରୋଷେଇ ଯାତ୍ରା ଅବିସ୍ମରଣୀୟ ଠାରୁ କମ୍ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି ।
Comments are closed.