ଏଣିକି ଟ୍ରେନ୍‌ରେ ଏଟିଏମ୍‌ ସେବା

Share It

ଟ୍ରେନରେ ଯାତ୍ରା କରିବା ସମୟରେ ନଗଦ ଟଙ୍କା ନଥିଲେ ଅନେକ ସମୟରେ ଯାତ୍ରୀ ସମସ୍ୟା ପଡ଼ିଥା’ନ୍ତି। ମାତ୍ର ଏହି ସମସ୍ୟା ଦୂର ହେବାକୁ ଯାଉଛି। ଭାରତୀୟ ରେଳପଥ ପକ୍ଷରୁ ପ୍ରଥମ କରି ଟ୍ରେନରେ ଅଟୋମେଟେଡ୍‌ ଟେଲେର ମେଶିନ୍‌(ଏଟିଏମ୍‌) ସେବା ଆରମ୍ଭ କରାଯାଇଛି। ମୁମ୍ବାଇ-ମନମାଡ ପଞ୍ଚବଟୀ ଏକ୍ସପ୍ରେସରେ ଏହି ସେବା ଉପଲବ୍ଧ ହୋଇଛି। ଟ୍ରେନ ଚାଲୁଥିବା ସମୟରେ ଟ୍ରେନର ଏସି କୋଚରେ ସ୍ଥାପିତ ଏହି ଏଟିଏମରୁ ସମସ୍ତ ଯାତ୍ରୀ ନଗଦ ଟଙ୍କା ଉଠାଇପାରିବେ। ଏହି ଏଟିଏମକୁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି ଯାହାଦ୍ୱାରା ଟ୍ରେନ ପୂର୍ଣ୍ଣ ବେଗରେ ଥିଲେ ମଧ୍ୟ ଏହା ସଠିକ ଭାବରେ କାମ କରିପାରିବ। ଏହା ବ୍ୟତୀତ ଏହାକୁ ଚୋରମାନଙ୍କଠାରୁ ରକ୍ଷା କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ସିସିଟିଭି ମାଧ୍ୟମରେ ଦିନକୁ ୨୪ ଘଣ୍ଟା ତଦାରଖ କରାଯିବ। ରେଳପଥ କହିଛି ଯେ, ଯଦି ମୁମ୍ବାଇ-ମନମାଡ ପଞ୍ଚବଟୀ ଏକ୍ସପ୍ରେସରେ ସ୍ଥାପିତ ଏଟିଏମ ସେବା ସଫଳ ହୁଏ, ତେବେ ଅନ୍ୟ ଦୂର ଦୂରଗାମୀ ଟ୍ରେନ ଗୁଡିକରେ ମଧ୍ୟ ଏଟିଏମ ସ୍ଥାପନ କରାଯିବ।

ଭୁସାବଲ ରେଳ ଡିଭିଜନ୍‌ ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ର ସହଭାଗିତାରେ ଏହି ନୂତନ ସୁବିଧା ଆରମ୍ଭ ହୋଇଛି ଏବଂ ଏହାର ପରୀକ୍ଷା ମଧ୍ୟ ସଫଳତାର ସହିତ ଶେଷ ହୋଇଛି। ପଞ୍ଚବଟୀ ଏକ୍ସପ୍ରେସର ସମସ୍ତ ୨୨ଟି କୋଚ ଭେଷ୍ଟିବୁଲ ସହିତ ସଂଯୁକ୍ତ ହୋଇଛି। ଫଳରେ ଯେକୌଣସି କୋଚର ଯାତ୍ରୀମାନେ ଏହି ସୁବିଧା ପାଇପାରିବେ। ବିଶେଷ କଥା ହେଉଛି ଏହି ଏଟିଏମ ବର୍ତ୍ତମାନ ମୁମ୍ବାଇ-ହିଙ୍ଗୋଲି ଜନ ଶତାଦ୍ଦୀ ଏକ୍ସପ୍ରେସରେ ମଧ୍ୟ ଉପଲବ୍ଧ ହେବ। ଏହି ଅନବୋର୍ଡ ଏଟିଏମ ସହିତ ଯାତ୍ରୀମାନେ କେବଳ ନଗଦ ଟଙ୍କା ଉଠାଇବା ସହ ଚେକ ବୁକ ଅର୍ଡର, ଆକାଉଣ୍ଟ ଷ୍ଟେଟମେଣ୍ଟ ଯାଞ୍ଚ କରିପାରିବେ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ସେବା ମଧ୍ୟ ପାଇପାରିବେ। ଟ୍ରେନରେ ଏଟିଏମର ଟ୍ରାଏଲ ଚାଲିଛି।

ଏହି ପରୀକ୍ଷଣ ସମୟରେ ଟନେଲ ଏବଂ ଖରାପ ମୋବାଇଲ ସଂଯୋଗ ହେତୁ ଇଗତପୁରୀରୁ କାସରା ମଧ୍ୟରେ ସିଗନାଲ ସମସ୍ୟା ଦେଖାଦେଇଥିଲା। ଭୁସାବଲ ଡିଭିଜନ ଡିଆରଏମ ଇତି ପାଣ୍ଡେ କହିଛନ୍ତି, ‘ଏହା ଆମର ଅଭିନବ ଯୋଜନା ଇନଫ୍ରିସ୍‌ର ଏକ ଅଂଶ ହୋଇଥିବାବେେ ପରୀକ୍ଷା ସଫଳ ହୋଇଛି ଏବଂ ଭବିଷ୍ୟତରେ ଅଧିକ ଟ୍ରେନରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ।” ଯାତ୍ରୀମାନଙ୍କ ସୁବିଧା ତଥା ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏଟିଏମ ଗୁଡିକ ସଟର ସିଷ୍ଟମ, ସିସିଟିଭି ସିସିଟିଭି ଏବଂ ବୈଷୟିକ ସୁରକ୍ଷା ବ୍ୟବସ୍ଥା ସହିତ ପ୍ରସ୍ତୁତ କରାଯାଇଛି।


Share It

Comments are closed.