ପୂର୍ବତଟ ରେଳପଥ ପକ୍ଷରୁ ଆମ୍ବେଡ଼କରଙ୍କ ଜୟନ୍ତୀ

Share It

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି. ଆର. ଆମ୍ବେଡ଼କରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼. ବି. ଆର. ଆମ୍ବେଡ଼କରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରମୁଖ କାର୍ମିକ ଅଧିକାରୀ ଏଲ.ଭୀ.ଏସ.ଏସ. ପାତ୍ରୁଡୁ ସଂଯୋଜନା କରିଥିଲେ। ଆମ୍ବେଡ଼କର ଜୟନ୍ତୀ ଅବସରରେ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର, ୱାଲଟିୟର ଓ ରାୟଗଡାଠାରେ ମଣ୍ଡଳ ରେଳପଥ ପ୍ରବନ୍ଧକ ମାନଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ଆମ୍ବେଡ଼କରଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ କରିଥିଲେ।


Share It

Comments are closed.