ଚାରିଧାମ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ
ଚାରିଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିବ ଯାତ୍ରା ପାଇଁ ଉତ୍ତରାଖଣ୍ଡ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ଉତ୍ତରାଖଣ୍ଡ ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ଏନେଇ ପଞ୍ଜିକରଣ ଆରମ୍ଭ ହୋଇଛି। ଏହି ଯାତ୍ରାରେ ସାମିଲ ହେବାକୁ ଚାହୁଁଥିବା ପର୍ଯ୍ୟଟକ ଯାତ୍ରା ପୂର୍ବରୁ ଆଧାର ପ୍ରମାଣିତ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି।
ପଞ୍ଜୀକୃତ ତାରିଖରେ ଯାତ୍ରୀ ଦର୍ଶନ କରିପାରିବେ। registrationandtouristcare.uk.gov.in ରେ ଅନଲାଇନ୍ ପଞ୍ଜିକରଣ କରାଯାଇପାରିବ। ତେବେ ଅନଲାଇନ୍ ପଞ୍ଜିକରଣ କରିପାରିନଥିବା ବ୍ୟକ୍ତି ଏପ୍ରିଲ ୨୮ ପରଠାରୁ ଋଷିକେଶ, ହରିଦ୍ୱାର, ହବର୍ଟପୁର, ନୟାଗାଓଁରେ ପଞ୍ଜିକରଣ କରିପାରିବେ। ଧାମରେ ଦର୍ଶନର ୪୮ ଘଣ୍ଟା ପୂର୍ବରୁ ଅନସ୍ପଟ୍ ପଞ୍ଜିକରଣ ଉପଲବ୍ଧ ହେବ।
ସେହିପରି ୨୫ କିମ୍ବା ଅଧିକ ଯାତ୍ରୀଙ୍କ ସାମୂହିକ ପଞ୍ଜିକରଣ ପାଇଁ ୧୩୬୪ରେ କଲ୍ କରିବାକୁ ପରାମର୍ଶ ଦିଅଯାଇଛି। ରାଜ୍ୟ ସରକାରଙ୍କ ଅଧିକାରୀ ସେମାନଙ୍କ ହୋଟେଲ କିମ୍ବା ଆଶ୍ରମକୁ ଆସି ସାମୂହିକ ପଞ୍ଜିକରଣ କରାଇନେବେ। ତେବେ ଧାମରେ ଉପସ୍ଥିତ ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ଏବଂ ସୁବିଧା ଅନୁସାରେ ପଞ୍ଜିକର କରାଯିବ।
Comments are closed.