ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ

Share It

କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି । ଗୁରୁବାର ବକିଙ୍ଗହାମ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ଅବସରରେ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୫ତମ ସମ୍ମାନସୂଚକ ଡକ୍ଟରେଟ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କ୍ଷେତ୍ରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ଗ୍ରହଣ କରି ସାମନ୍ତ କହିଛନ୍ତି, ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ମୁଁ ନିରନ୍ତର ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିଆସୁଛି । ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବକିଙ୍ଗହାମ ବିଶ୍ୱବିଦ୍ୟାଳୟର କୁଳାଧିପତି ଡେମ ମାରୀ ଆର୍ଚର, କୁଳପତି ପ୍ରଫେସର ଜେମ୍ସ ଟୁଲେ, ଉପକୁଳପତି ପ୍ରଫେସର ହାରିଏଟ ଡନବାର ମୋରିସଡକ୍‌ ସମେତ ସିନେଟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।


Share It

Comments are closed.