ମେରାମଣ୍ଡଳୀ ରେଳ ଷ୍ଟେଶନରେ ଆଧୁନିକୀକରଣ କାର୍ଯ୍ୟ

Share It

ବୁଢାପଙ୍କ-ଶାଳଗାଁ ୩ୟ ଏବଂ ୪ର୍ଥ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନରେ ହିନ୍ଦୋଳ ରୋଡ଼ ଏବଂ ମେରାମଣ୍ଡଳୀ ରେଳ ଷ୍ଟେଶନ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ୨୭.୨୮ କିଲୋମିଟର ଦୀର୍ଘ ଏହି ରେଳ ଲାଇନରେ ଟ୍ରାକ ଲିଙ୍କିଂ ଏବଂ ନନ-ଇଣ୍ଟରଲକିଙ୍ଗ ଜନିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁରହିଛି।
ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଟ୍ରେନ ସେବାକୁ ସାମୟିକ ଭାବରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନେକ ଟ୍ରେନ ଏପ୍ରିଲ୧୩ରୁ ୨୪ ତାରିଖ ମଧ୍ୟରେ ନିର୍ଦ୍ଧାରିତ ଦିନମାନଙ୍କରେ ବାତିଲ ଏବଂ ମାର୍ଗ ପରିବର୍ତ୍ତନ କରିବ। ବାତିଲ ହେବାକୁ ଟ୍ରେନଗୁଡ଼ିକ ମଧ୍ୟରେ ୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ପେଶାଲ, ୧୮୪୨୨/୧୮୪୨୧ ସୋନପୁର-ପୁରୀ-ସୋନପୁର ଏକ୍ସପ୍ରେସ, ୨୦୮୧୩/୨୦୮୧୪ ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ, ୧୨୧୪୫/୧୨୧୪୬ ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ, ୧୨୯୯୩/୧୨୯୯୪ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ, ୨୨୮୦୫/୨୨୮୦୬ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ, ୨୦୯୧୭/୨୦୯୧୮ ଇନ୍ଦୋର-ପୁରୀ-ଇନ୍ଦୋର ଏକ୍ସପ୍ରେସ, ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ, ୨୦୮୩୨/୨୦୮୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ, ୨୦୮୦୪/୨୦୮୦୩ ସମ୍ବଲପୁର-ଶାଲିମାର-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ ରହିଛି। ମାର୍ଗ ପରିବର୍ତ୍ତନ ହୋଇଥିବା ଟ୍ରେନ ଗୁଡ଼ିକ ମଧ୍ୟରେ ୧୨୮୮୦ ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ, ୨୨୮୬୬ ପୁରୀ-ଏଲଟିଟି ଏକ୍ସପ୍ରେସ ଏବଂ ୨୦୪୭୨ ପୁରୀ-ଲାଲଗଡ଼ (ବିକାନେର) ଏକ୍ସପ୍ରେସ, ୧୨୮୭୯ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ, ୨୦୪୭୧ ଲାଲଗଡ଼-ପୁରୀ ଏକ୍ସପ୍ରେସ ଆଦି ଟ୍ରେନର ରହିଛି।


Share It

Comments are closed.