ଧର୍ମ ନିରପେକ୍ଷ ଆଦର୍ଶରେ ଦଳ ଅଟଳ ରହିବ: ନବୀନ
ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ସୋମବାର ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକଙ୍କୁ ଭେଟି ୱାକଫ ବିଲ୍ ସମ୍ପର୍କରେ ଆଲୋଚନା କରିଥିଲେ। ନବୀନ ସମସ୍ତଙ୍କ କଥା ଶୁଣିଥିଲେ ଏବଂ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀ ମାନଙ୍କ ସାଥିରେ ରହିଛି ଏବଂ ରହିଥିବ. ସେମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଅନେକ କାମ କରିଛ। ଧର୍ମ ନିରପେକ୍ଷ ଆଦର୍ଶ ରେ ବିଜେଡି ଅଟଳ ରହିଛି । ଏହି ଆଦର୍ଶ ପାଇଁ ୨୦୦୯ ରେ ବିଜେଡି ମେଣ୍ଟରୁ ଓହରି ଯାଇଥିଲା। ତେଣୁ ସଂଖ୍ୟଲଘୁ ମାନଙ୍କ ସ୍ବାର୍ଥ ପାଇଁ ବିଜେଡି ତାର ଲଢେଇ ଜାରି ରଖିବ। ବିଜୁ ବାବୁ ସଂଖ୍ୟାଲଘୁମାନଙ୍କ ସହ ଥିଲେ। ମୁଁ ମଧ୍ୟ ରହିଛି ଏହି ସାକ୍ଷାତ ସମୟରେ ସାଂସଦ ମୁନ୍ନା ଖାଁ,ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.